ତୁର୍କୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟ ମୃତ

ଅଙ୍କାରା/ନୂଆଦିଲ୍ଲୀ,୧୨ ।୨: ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଉତ୍ତରାଖଣ୍ଡର ପୌଡି ଜିଲାର ବାସିନ୍ଦା ବିଜୟ କୁମାର ଗୌଡ ବେଙ୍ଗାଲୁରୁର ଏକ କମ୍ପାନୀ ପାଇଁ କାମ କରୁଥିଲେ । ସେ ସେହି କମ୍ପାନୀ କାମରେ ହିଁ ତୁର୍କୀ ଯାଇଥିଲେ । ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ବିଜୟଙ୍କୁ ଚିହ୍ନିବା କଷ୍ଟକର ଥିଲା । କାରଣ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯାଇଥିଲା । ହେଲେ ତାଙ୍କ ହାତରେ ଥିବା ‘ଓମ’ ଟାଟୁକୁ ଦେଖି ତାଙ୍କୁ ଚିହ୍ନଟ କରାଯାଇଥିଲା ।
ସୂଚନାଯୋଗ୍ୟ,ବିଜୟ କୁମାର ଗୌଡ ପୌଡି ଜିଲାର କୋଟଦ୍ୱାରର ପଦମପୁର ଅଞ୍ଚଳର ବାସିନ୍ଦା । ତୁର୍କୀରେ ଧୂଳିସାତ୍ ହୋଇଯାଇଥିବା ହୋଟେଲର ଭଗ୍ନାବଶେଷ ମଧ୍ୟରୁ ଶୁକ୍ରବାର ତାଙ୍କର କପଡା ମିଳିଥିଲା । ଏହାପରେ ଶନିବାର ତୁର୍କୀରେ ଥିବା ଭାରତୀୟ ଦୂତାବାସ ଟୁଇଟ କରିଥିଲା କି, ଆମେ ଦୁଃଖର ସହ କହୁଛୁ ଯେ, ୬ ଫେବୃୟାରୀର ଭୂକମ୍ପ ପରେ ତୁର୍କୀରେ ନିଖୋଜ ଥିବା ଭାରତୀୟ ନାଗରିକ ବିଜୟ କୁମାରଙ୍କ ଶରୀରର କିଛି ଅଂଶ ମିଳିଛି । ତୁର୍କୀର ମଲତ୍‌ୟାରେ ଏକ ହୋଟେଲର ଭଙ୍ଗା ଅଂଶର ମଝିରୁ ତାଙ୍କ ମୃତ ଦେହକୁ ବାହାର କରାଯାଇଛି । ସେଠାକୁ ସେ ଏକ ବିଜନେସ ଟ୍ରିପରେ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri