ତୁର୍କୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟ ମୃତ

ଅଙ୍କାରା/ନୂଆଦିଲ୍ଲୀ,୧୨ ।୨: ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଉତ୍ତରାଖଣ୍ଡର ପୌଡି ଜିଲାର ବାସିନ୍ଦା ବିଜୟ କୁମାର ଗୌଡ ବେଙ୍ଗାଲୁରୁର ଏକ କମ୍ପାନୀ ପାଇଁ କାମ କରୁଥିଲେ । ସେ ସେହି କମ୍ପାନୀ କାମରେ ହିଁ ତୁର୍କୀ ଯାଇଥିଲେ । ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ବିଜୟଙ୍କୁ ଚିହ୍ନିବା କଷ୍ଟକର ଥିଲା । କାରଣ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯାଇଥିଲା । ହେଲେ ତାଙ୍କ ହାତରେ ଥିବା ‘ଓମ’ ଟାଟୁକୁ ଦେଖି ତାଙ୍କୁ ଚିହ୍ନଟ କରାଯାଇଥିଲା ।
ସୂଚନାଯୋଗ୍ୟ,ବିଜୟ କୁମାର ଗୌଡ ପୌଡି ଜିଲାର କୋଟଦ୍ୱାରର ପଦମପୁର ଅଞ୍ଚଳର ବାସିନ୍ଦା । ତୁର୍କୀରେ ଧୂଳିସାତ୍ ହୋଇଯାଇଥିବା ହୋଟେଲର ଭଗ୍ନାବଶେଷ ମଧ୍ୟରୁ ଶୁକ୍ରବାର ତାଙ୍କର କପଡା ମିଳିଥିଲା । ଏହାପରେ ଶନିବାର ତୁର୍କୀରେ ଥିବା ଭାରତୀୟ ଦୂତାବାସ ଟୁଇଟ କରିଥିଲା କି, ଆମେ ଦୁଃଖର ସହ କହୁଛୁ ଯେ, ୬ ଫେବୃୟାରୀର ଭୂକମ୍ପ ପରେ ତୁର୍କୀରେ ନିଖୋଜ ଥିବା ଭାରତୀୟ ନାଗରିକ ବିଜୟ କୁମାରଙ୍କ ଶରୀରର କିଛି ଅଂଶ ମିଳିଛି । ତୁର୍କୀର ମଲତ୍‌ୟାରେ ଏକ ହୋଟେଲର ଭଙ୍ଗା ଅଂଶର ମଝିରୁ ତାଙ୍କ ମୃତ ଦେହକୁ ବାହାର କରାଯାଇଛି । ସେଠାକୁ ସେ ଏକ ବିଜନେସ ଟ୍ରିପରେ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri