ଆରମ୍ଭ ହେଲା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ):ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଏଫ୍‌ଏଫ୍‌ବି)ର ଦ୍ୱାଦଶ ସଂସ୍କରଣ ସୋମବାରଠାରୁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବରେ ଗୋଟିଏ ଛାତ ତଳେ ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯାହା ଦେଶର କଳା, ଜୀବନଶୈଳୀ ଓ ସଂସ୍କୃତିର କାହାଣୀ କହିବ। ଉଦ୍‌ଘାଟନୀ ଉତ୍ସବ ଟୋନିଭେ ଥୋମାସିଙ୍କ ଅଭିନୀତ ବହୁ ଚର୍ଚ୍ଚିତ ମାଲାୟାଲମ୍‌ ସିନେମା ‘ଭଝାକ୍‌ (ଝଗଡ଼ା)ରୁ ଆରମ୍ଭ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାଲାୟାଲମ ସିନେ ନିର୍ମାତା ସାନାଲ କୁମାର ଶଶିଧରନ। ଏହି ସିନେମା ଜଣେ ଯୁବ ଆଇନଜୀବୀଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ତାଙ୍କର ବିବାହ ବିଚ୍ଛେଦ ହେବାଭଳି ସ୍ଥିତି ଉପୁଜିଥିବାବେଳେ ସେ ଆଉଜଣେ ମହିଳା ଓ ଶିଶୁଙ୍କ ସଂସ୍ପର୍ଶରେ ଆସୁଛନ୍ତି, ଯେକି ପୂର୍ବରୁ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ତେବେ ତାଙ୍କୁ ଭେଟିବା ପରେ ଆଇନଜୀବୀଙ୍କର ଜୀବନ ପ୍ରତି ରହିଥିବା ଦୃଷ୍ଟିଭଙ୍ଗୀ ବଦଳିଯାଉଛି। ସିନେମା ପ୍ରଦର୍ଶନ ପରେ ଈଶ୍ୱର ମହାନ୍ତିଙ୍କ ସଂଯୋଜନାରେ ନିର୍ଦ୍ଦେଶକଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇଏଫ୍‌ଏଫ୍‌ବି ପକ୍ଷରୁ ପ୍ରଥମଥର ପାଇଁ ସିନେମା ଲେଖା ଉପରେ ପ୍ରତିଯୋଗିତା କରାଯିବ। ଏହି ସଂସ୍କରଣରେ ମୋଟ୍‌ ୪୩ଟି ସିନେମା ପ୍ରଦର୍ଶିତ କରାଯିବ। ଏଥିମଧ୍ୟରେ ୧୨ଟି ସିନେମାକୁ ଏସ୍‌ଆର୍‌ଏଫ୍‌ଟିଆଇ, ଏଫ୍‌ଟିଆଇଆଇ, ସ୍ରିଷ୍ଟି କଲେଜ, ଏନ୍‌ଆଇଡି, ବିପିଏଫ୍‌ଟିଆଇଓର ଛାତ୍ରୀଛାତ୍ରମାନେ ତିଆରି କରିଛନ୍ତି। ଏହି ସିନେମା ପ୍ରତିଯୋଗିତାରେ ଦେଶର ବିଭିନ୍ନ ଅନୁଷ୍ଠାନରୁ ୮୧ଟି ଆବେଦନ ଆସିଥିଲା। ତେବେ ୧୨ଟି ସିନେମାକୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି। ଉଦ୍‌ଯାପନୀ ସମାରୋହରେ ବିଜେତା ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।
ଚଳିତବର୍ଷ ଉତ୍ସବର ପ୍ରମୁଖ ଆକର୍ଷଣ ହେଉଛି ସିମ୍‌ଲା, ଦରଭଙ୍ଗା, ବାରାଣସୀ ଓ କଶ୍ମୀର ଆଦି ଅଞ୍ଚଳରୁ ଆସିଥିବା ପ୍ରଥମ ସିନେମା। ସେଗୁଡ଼ିକ ହେଉଛି ‘ଅମର କଲୋନି’, ‘ପୋଖର କେ ଦୁନୁ ପାର’, ‘ଝିନି ଭିନି ଚନ୍ଦରିୟା’ ଏବଂ ‘ଚେସ ନେ ଭେଟ୍‌’। ସେହିପରି ମଣିପୁରର ହାଓବାମ ପବନ କୁମାର ଓ ରୋମି ମାଇତେଇଙ୍କ ଦୁଇଟି ସିନେମାକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଅପରପକ୍ଷେ ଭାରତୀୟ ସିନେମା ଦୁନିଆର କିମ୍ବଦନ୍ତୀ ସତ୍ୟଜିତ ରାୟଙ୍କ ୧୯୫୦ରୁ ୧୯୯୧ ପର୍ଯ୍ୟନ୍ତ ସିନେମାକୁ ଏହି ଉତ୍ସବରେ ପ୍ରଦର୍ଶିତ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଚର୍ଚ୍ଚିତ ସିନେମାଗୁଡିକ ହେଲା ‘ପଥେର ପାଞ୍ଚୋଲି’, ‘ଅପରାଜିତୋ’, ‘ଅପୁର ସଂସାର’, ‘ମହାନଗର’, ‘ଚାରୁଲତା’, ‘ପ୍ରତିଦ୍ୱନ୍ଦ୍ୱୀ’, ‘କାପୁରୁଷ’, ‘ସୀମାବଦ୍ଧ’ ଓ ‘ଆଗନ୍ତୁକ’। ସାନାଲ ଶଶିଧରନ, କେମଲ କେଏମ୍‌, ଗୁରବିନ୍ଦର ସିଂହ, ରୋମି ମାଇତେଇ, ବାବୁ ଈଶ୍ୱର ପ୍ରସାଦ, ସିଦ୍ଧାର୍ଥ ଚୌହ୍ବାନ, ପ୍ରଭାସ ଚନ୍ଦ୍ରା, ପାର୍ଥ ସୌରଭ ଓ ରିତେଶ ଶର୍ମାଙ୍କ ଭଳି ସିନେ ନିର୍ମାତା ସହ ସିନେମା ପ୍ରଦର୍ଶନ ପରବର୍ତ୍ତୀ ଆଲୋଚନା ଆୟୋଜନ କରାଯିବ। ଉଦ୍‌ଘାଟନୀ ଉତ୍ସବରେ କେରଳ ଚଳଚ୍ଚିତ୍ର ଏକାଡେମୀର ଗୋପୀ କ୍ରିଷ୍ଣ, ଫିଲ୍ମ ସୋସାଇଟିର ଅବୈତନିକ ସଭାପତି ସୁବ୍ରତ ବେଉରା ଅତିଥି ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?