ଯେମିତି ହେଲେ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୬ଷ୍ଠ ଦିନରେ ବି ଆକ୍ରମଣ ଜାରି ରହିଛି। ରାଜଧାନୀ କ୍ୱିଭରେ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି। ଫଳରେ ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ କ୍ୱିଭ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼ିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। କ୍ୱିଭ ଛାଡିବାକୁ ଯେଉଁପ୍ରକାର ସାଧନ ମିଳୁଛି ତୁରନ୍ତ ସେଥିରେ ଯାତ୍ରା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, ଲୋକମାନେ ଟ୍ରେନ କିମ୍ବା ଯାତାୟତ ପାଇଁ ଯେକୌଣସି ସାଧନ ମିଳୁଛି ସେଥିରେ ଯାତ୍ରା କରି ମଙ୍ଗଳବାର ହିଁ କ୍ୱିଭ ଛାଡ଼ନ୍ତୁ। ସୂଚନାଯୋଗ୍ୟ, ରୁଷିଆ ସେନା ଦ୍ରୁତ ଗତିରେ କ୍ୱିଭ ଆଡ଼କୁ ଗତି କରୁଛି। ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ପାଇଁ ରୁଷିଆ ପକ୍ଷରୁ ଏକ ବିରାଟ ମିଲାଟାରୀ ସୈନ୍ୟଙ୍କୁ ପଠାଯାଇଛି। ଏହି କାଫିଲା ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ରେ କ୍ୱିଭ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ ମୃତ

ମେକ୍ସିକୋ,୧୦।୧୨: ଦକ୍ଷିଣ ମେକ୍ସିକୋର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ଗୋ ଟ୍ରକ ଶତାଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଭୟଙ୍କର...

ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ

ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ...

ଧୂମ୍‌ଧାମରେ ନୂଆବର୍ଷ ପାଳିଲେ ଉହାନବାସୀ, ଏକଦା ଥିଲା କରୋନାର ଏନ୍ତୁଡ଼ିଶାଳ

ବେଜିଂ,୧।୧: କରୋନା ଭୂତାଣୁ ଯୋଗୁ ଅନେକ ଦେଶର ଲୋକେ ନୂତନ ବର୍ଷର ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେବେ ଚାଇନାର ଉହାନ ସହର...

ଭାରତ ମହାସାଗର ଉପରେ ଲକ୍ଷ୍ୟ, ଚାଇନା-ପାକିସ୍ତାନର ନୌଭ୍ୟାସ…

ବେଜିଂ,୧୧।୭ : ଭାରତ ମହାସାଗରରେ ଉନ୍ନତ ନୌସେନା ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଚାଇନା ଏବଂ ପାକିସ୍ତାନ ସାଂଘାଇ ଉପକୂଳରେ ସାଗର ଗାର୍ଡିଆନ-୨ ଅଭ୍ୟାସ...

ଘରେ ରହିବାକୁ ଅମଙ୍ଗ ଲଣ୍ଡନ ଲୋକେ: ଲକ୍‌ଡାଉନ୍‌ ବଢ଼ିପାରେ ୧୨ ସପ୍ତାହ; ଖିଲାପକାରୀଙ୍କୁ ୯୩ ହଜାର ଜରିମାନା

ଲଣ୍ଡନ,୨୯।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଇଂଲଣ୍ଡରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌...

ରୁଷିଆ ସେନାଙ୍କ ସହ ଲଢୁଛନ୍ତି ୟୁକ୍ରେନ୍ ଫିଲ୍ମ ନିର୍ମାତା

କ୍ୱିଭ୍‌,୨୩ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ମାସେ ପୁରଣ ହେବାକୁ ଯାଉଛି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ବଡ ବଡ ସହରକୁ ଧ୍ୱଂସ...

ପାକ୍‌ ବିଦେଶ ମନ୍ତ୍ରଣାଳୟ ଅଫିସରେ ଟିକ୍‌ଟକ୍‌ ଷ୍ଟାରଙ୍କ ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୨୫।୧୦: ପପୁଲାର ଟିକ୍‌ଟକ୍‌ ଷ୍ଟାର ହରିମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହରିମ ଟିକ୍‌ଟକ୍‌ ଭିଡିଓ...

ଆଇପିଏଲ୍‌ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ

ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ...

Advertisement
Archives

Model This Week