ଭାରତୀୟ ସଂସ୍କୃତି ଐକ୍ୟର ଆଧାରଶିଳା

ବିବିଧତା ମଧ୍ୟରେ ଐକ୍ୟ ହିଁ ଭାରତୀୟ ସଂସ୍କୃତିର ଆକର୍ଷଣ ଓ ଆଧାରଶିଳା, ଶ୍ରୀରାମକୃଷ୍ଣ ଯେଉଁ ଏକେଶ୍ୱରବାଦ କଥା କହିଥିଲେ ତାଙ୍କର ପଟ୍ଟଶିଷ୍ୟ ସ୍ବାମୀ ବିବେକାନନ୍ଦ ଆମେରିକା ଭ୍ରମଣ କାଳରେ ମଧ୍ୟ ସେକଥା ହିଁ କହିଥିଲେ। ଆମେରିକାରେ ଆୟୋଜିତ ଧର୍ମସଭାରେ ତାଙ୍କର ଶ୍ରୋତାମାନଙ୍କୁ ସେ କହିଥିଲେ, ”ହେ ଅମୃତର ସନ୍ତାନ! ସମସ୍ତେ ଶୁଣ, ଧର୍ମ କହିଲେ ଏହାର ବ୍ୟାପକତା ଓ ଶକ୍ତିକୁ ବୁଝିବାକୁ ହୁଏ। ଶ୍ରୀରାମକୃଷ୍ଣ ମଧ୍ୟ ସ୍ପଷ୍ଟ କରିଥିଲେ – ଯେତେ ମତ, ସେତେ ପଥ, ସେଥିପାଇଁ ଈଶ୍ୱର ଏକ ହେବାବେଳେ ଧର୍ମ ଅନେକ, କାରଣ ପ୍ରତ୍ୟେକ ଧର୍ମର ପଥ ଭିନ୍ନ ହେବା ନିଶ୍ଚିତ। ଯିଏ ଯେଉଁ ଧର୍ମ ଅନୁସାରେ ଅଗ୍ରଗାମୀ ହେଉନା କାହିଁକି, ସେ ଜଣେ ଈଶ୍ୱରଙ୍କୁ ଭେଟିବ, ସେ ଜଣେ ଈଶ୍ୱରଙ୍କୁ ଦେଖିବ। ଈଶ୍ୱର ଏକ ନା ଅଲଗା ଅଲଗା, ଏହା ପରୀକ୍ଷା କରିବା ପାଇଁ ସ୍ବାମୀ ବିବେକାନନ୍ଦ ତାଙ୍କ ପରମଗୁରୁଙ୍କ ବାଟ ବାଛି ନେଇଥିଲେ। ହିନ୍ଦୁ ମନ୍ଦିର, ବୌଦ୍ଧ ମନ୍ଦିର, ଗିର୍ଜା, ମସ୍‌ଜିଦ, ଗୁରୁଦ୍ୱାର ସବୁ ଆଡ଼କୁ ଯାଇଥିଲେ ଓ ଧର୍ମର ରୀତିନୀତି ପାଳନ କରି ଜ୍ଞାନ ଆହରଣ କରୁଥିଲେ। ପରେ ବିଭିନ୍ନ ସ୍ଥାନରୁ ଜ୍ଞାନ ଆହରଣରେ ସେ ବିସ୍ମିତ ହୋଇଯାଇଥିଲେ। ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇପଡୁଥିଲେ।
ସେ ଅନୁଭବ କଲେ ଯେ ତାଙ୍କ ଗୁରୁ ଯାହା କହିଥିଲେ ତାହା ହିଁ ସତ୍ୟ, ଈଶ୍ୱର ଜଣେ ବା ଏକ କିନ୍ତୁ ଧର୍ମ ଅନେକ। ଯେଉଁଠି ଯେଉଁ ଧର୍ମର ବିଶ୍ୱାସୀ ରହିବେ, ସେମାନେ ସେମାନଙ୍କର ଈଶ୍ୱରଙ୍କୁ ପୂଜା ବା ଆରାଧନା କରିବେ। ଏ ପର୍ଯ୍ୟନ୍ତ ପ୍ରାୟ ୮ଟି ଧର୍ମ ପ୍ରାଚୀନ କାଳରୁ ସେମାନଙ୍କର ପ୍ରଥା ଅନୁସାରେ ଚଳି ଆସୁଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ହିନ୍ଦୁଧର୍ମ ବ୍ୟତୀତ ଇସଲାମ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଆଦି ବିଭିନ୍ନ ଧର୍ମ ରହିଛି। ବୌଦ୍ଧ ଓ ହିନ୍ଦୁ ଧର୍ମର ଚଳଣିରେ କିଛି ପାର୍ଥକ୍ୟ ଥିଲେ ମଧ୍ୟ ବୁଦ୍ଧଙ୍କୁ ହିନ୍ଦୁମାନେ ଅବତାର ଭାବରେ ପ୍ରାର୍ଥନା କରନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଅନେକ ସମୟରେ ଅମୃତର ସନ୍ତାନମାନେ ଧର୍ମନାମରେ ଈଶ୍ୱରଙ୍କୁ ଖୋଜୁଥିବାବେଳେ ବାଟବଣା ହୋଇ ସେହି ଗୋଟିଏ ଧର୍ମକୁ ଗ୍ରହଣ କରି ଅନ୍ୟସବୁ ଧର୍ମକୁ ଅଲଗା କରିଦିଅନ୍ତି। ଏହି କାରଣରୁ ଈଶ୍ୱର ଏକ ଥିଲେ ମଧ୍ୟ ବିଭିନ୍ନ ଧର୍ମ ବିଭିନ୍ନ ସ୍ଥାନରେ ରହିଛି। ଭାରତରେ ସବୁ ଧର୍ମର ଲୋକ ଅଛନ୍ତି। ହିନ୍ଦୁ ଧର୍ମ କିନ୍ତୁ ଏ ଦେଶରେ ପ୍ରଥମେ ସୃଷ୍ଟି ହୋଇଥିଲା। ବିଭିନ୍ନ ଧର୍ମର ପ୍ରତିଷ୍ଠାତାମାନେ ଈଶ୍ୱରଙ୍କୁ ପ୍ରାର୍ଥନା ଓ ତାଙ୍କର ଗୁଣ ଗାନ କଲାବେଳେ କେବେ ଅନ୍ୟ ଧର୍ମ ବିରୋଧରେ ପ୍ରାର୍ଥନା କରନ୍ତି ନାହିଁ। ବିଭିନ୍ନ ଧର୍ମ ମଧ୍ୟରେ ସଂଘର୍ଷ ହୋଇପାରେ କାରଣ ସେମାନେ ଭିନ୍ନ ଭିନ୍ନ ବାଟରେ ଈଶ୍ୱରଙ୍କୁ ଆରାଧନା କରନ୍ତି। କିନ୍ତୁ ଯେଉଁମାନେ ଶୀର୍ଷ ସ୍ଥାନରେ ଉପନୀତ ହୋଇଯାଇଛନ୍ତି, ସେମାନଙ୍କ ମଧ୍ୟରେ କିଛି ବିରୋଧ ନାହିଁ।
ବୌଦ୍ଧ ଧର୍ମର ପ୍ରଥା ଅନୁସାରେ ଥରେ ବୁଦ୍ଧଦେବ ପ୍ରାତଃ ପୂଜା ଶେଷ କରି ଆଶ୍ରମ ଛାଡ଼ି ପ୍ରଥମେ ବାଟରେ ଯେଉଁଘର ପଡ଼ିଲା ସେଠାରେ ପହଞ୍ଚତ୍ବା ପରେ କହିଲେ ”ଭିକ୍ଷାଂ ଦେହୀ“। ଗୃହଣୀ ଏଇ ଦୁଇପଦ କଥା ଶୁଣି ବୁଦ୍ଧଦେବଙ୍କୁ ଅକଥ୍ୟ ଭାଷାରେ ଗାଳିକଲେ କିଛି କାମ ନ କରି ତୁମେ ଭିକ୍ଷା କାହିଁକି ମାଗୁଛ? ତାଙ୍କ କଥା ଶୁଣି ବୁଦ୍ଧ କହିଲେ ମା’ ଆପଣ ଭିକ୍ଷା ନ ଦେଲେ ନାହିଁ – ଯେଉଁସବୁ ଗାଳିଦେଲେ ସେସବୁ ଆପଣଙ୍କୁ ଛାଡ଼ି ଦେଇ ମୁଁ ମୋ ବାଟରେ ଯାଉଛି। ସେ କିଛି ବାଟ ଗଲାପରେ ଗୃହିଣୀଙ୍କ ଜ୍ଞାନ ଉଦୟ ହେଲା ଏବଂ ସେ ଜାଣିଲେ ଯେ ଏକ ବଡ଼ ଭୁଲ୍‌ ହୋଇଯାଇଛି। ସେ ବୁଦ୍ଧଙ୍କ ପଛେ ପଛେ ଦୌଡ଼ିଲେ ଓ ତାଙ୍କ ପାଦତଳେ ପଡ଼ି କହିଲେ ପ୍ରଭୁ! ମତେ କ୍ଷମା କରନ୍ତୁ। ବୁଦ୍ଧ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ। ଏହିପରି ବହୁ ଘଟଣାର ଦୃଷ୍ଟାନ୍ତ ବିଭିନ୍ନ ଧର୍ମରେ ନିହିତ। ଈଶ୍ୱରପୁତ୍ର, ପରମକାରୁଣିକ ଯିଶୁଙ୍କୁ କଣ୍ଟକିତ କରି ରୁଧିରାକ୍ତ କଲାବେଳେ ଯିଶୁ ପ୍ରାର୍ଥନା କରିଛନ୍ତି ପ୍ରଭୁ! ଏମାନେ ଅଜ୍ଞାନ, କ’ଣ କରୁଛନ୍ତି ନିଜେ ଜାଣନ୍ତି ନାହିଁ। ଏମାନଙ୍କୁ କ୍ଷମା କରନ୍ତୁ। ଧର୍ମର ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଷ୍ଟାନ୍ତ।
ବିଶ୍ୱସ୍ରଷ୍ଟା ଈଶ୍ୱର ଏକ ସତ୍ତ୍ୱେ ବିଭିନ୍ନ ଧର୍ମର ଲୋକମାନେ ଈଶ୍ୱରଙ୍କୁ ବିଭିନ୍ନ ଭାବରେ ସ୍ମରଣ କରିଛନ୍ତି। ସେଥିପାଇଁ ପରସ୍ପର ବିରୋଧରେ ସଂଗ୍ରାମ ଓ ସଂଘର୍ଷ। ସେଥିପାଇଁ ଅମୃତର ପୁତ୍ରମାନେ ବିଭିନ୍ନ ଶିବିରରେ ବିଭକ୍ତ ହୋଇଛନ୍ତି। ସୁତରାଂ ଅମୃତର ସନ୍ତାନମାନେ ଈଶ୍ୱର ଏକ – ଏତିକି ଚିନ୍ତା କଲେ ଅନ୍ଧାରରୁ ବାହାରି ଆଲୋକ ପଥରେ ଯିବା ଲାଗି ସକ୍ଷମ ହୋଇଯିବେ।

– ବିମଳ ପ୍ରସନ୍ନ ଦାସ
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri