ବିଳମ୍ବିତ ନ୍ୟାୟରେ ଅତିଷ୍ଠ, କୋର୍ଟ ପରିସରରେ ବିଷ ପିଇଲେ ମହିଳା ଆଇନଜୀବୀ

ବାଲେଶ୍ୱର ଅଫିସ, ୧୨।୫: ଅନ୍ୟଙ୍କୁ ନ୍ୟାୟ ଦେବାକୁ ବିଚାରାଳୟରେ ମାମଲା ଲଢ଼ୁଥିବା ଜଣେ ମହିଳା ଆଇନଜୀବୀ ଆଜି ନିଜ ପାରିବାରିକ ମାମଲାରେ ହତାଶ ହୋଇପଡ଼ିଛନ୍ତି। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ତାଙ୍କୁ ଏଭଳି ଅତିଷ୍ଠ କଲା ଯେ, ନ୍ୟାୟ ପାଇବା ଆଶା ଛାଡ଼ିଦେଇ କୋର୍ଟ ରୁମ୍‌ରେ ବିଷପାନ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ପରିବାର ଅଦାଲତରେ। ଦୀର୍ଘ ୧୦ବର୍ଷ ହେଲା ସ୍ବାମୀଙ୍କ ବିରୋଧରେ ବାଲେଶ୍ୱର ପରିବାର ଅଦାଲତରେ ଛାଡ଼ପତ୍ର ଓ ଭରଣପୋଷଣ ମାମଲା କରିଥିଲେ ସୁଦ୍ଧା ଏହା ଫଇସଲା ହୋଇ ନ ପାରିବାରୁ ମହିଳା ଆଇନଜୀବୀ କୋର୍ଟ ପରିସରରେ ବିଷ ପିଇ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବାଲେଶ୍ୱର ସଦର ଥାନା ଆଇଟିଆଇସ୍ଥିତ ସତ୍ୟନଗର ଅଞ୍ଚଳର ମହିଳା ଆଇନଜୀବୀ ରାଜଶ୍ରୀ ବେହେରା ଓରଫ ବାରିକ ୧୦ବର୍ଷ ପୂର୍ବେ ସ୍ବାମୀଙ୍କ ବିରୋଧରେ ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ଏହାସହିତ ଏକ ଭରଣପୋଷଣ ମାମଲା ମଧ୍ୟ କରିଥିଲେ। ଏହି ଦୁଇ ମାମଲାର ଦୀର୍ଘଦିନ ଧରି କୌଣସି ଫଇସଲା ହୋଇପାରି ନ ଥିଲା।

ବୁଧବାର କୋର୍ଟ ଭିତରେ ବିଚାରପତିଙ୍କ ଆଗରେ ଉଭୟ ସ୍ତ୍ରୀସ୍ବାମୀଙ୍କ ଜେରା ଚାଲିଥିଲା। ରାଜଶ୍ରୀ ଅଦାଲତଙ୍କ ଅନୁମତିରେ ନିଜ ପକ୍ଷ ରଖିଥିଲେ। ପରେ ପ୍ରତିପକ୍ଷ ଆଇନଜୀବୀଙ୍କ ଜେରାରେ ଅତିଷ୍ଠ ହୋଇପଡ଼ିଥିଲେ। ଅଦାଲତଙ୍କଠାରୁ ଗୋଟିଏ ଦିନ ମହଲତ ମାଗି କୋର୍ଟ ରୁମ୍‌ ବାହାରକୁ ଚାଲି ଆସିଥିଲେ। ପରେ ସେ ନୂଆବଜାରସ୍ଥିତ ଏକ ଦୋକାନରୁ ବିଷ(ଥିମେଟ୍‌) କିଣି ପୁଣି ପରିବାର ଅଦାଲତ ପ୍ରକୋଷ୍ଠକୁ ଆସିଥିଲେ। ସେଠାରେ ବସି ଏକ ସୁଇସାଇଡ୍‌ ନୋଟ୍‌ ଲେଖି ବିଷ ପାନ କରିଥିଲେ। କିଛି ସମୟ ମଧ୍ୟରେ ସେ ଚେତାଶୂନ୍ୟ ହୋଇପଡ଼ିବାରୁ ପାଖରେ ଥିବା ଆଇନଜୀବୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତାଙ୍କର ଏକମାତ୍ର ପୁଅ ଖବରପାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚଛନ୍ତି। ଏନେଇ ବାର୍‌ ଆସୋସିଏଶନ ସମ୍ପାଦକ ସମ୍ବିତ ନନ୍ଦୀ କହିଛନ୍ତି, ଏହି ମାମଲା ପାଇଁ ସେ ଦୀର୍ଘଦିନ ହେଲା ଚାପରେ ରହିଥିଲେ। ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ସେ ଆମତ୍ହତ୍ୟା ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri