୧୦୮ ବର୍ଷରେ ଭାରତୀୟ ସିନେମା: ପ୍ରଥମ ଫିଲ୍ମ ବିଷୟରେ ରୋଚକ ତଥ୍ୟ ଜାଣନ୍ତୁ

ଆଜି ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୂରିଛି। ପ୍ରଥମ ଭାରତୀୟ ଫିଚର ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ୧୯୧୩ ମସିହାରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା। ସେବେଠାରୁ ସିନେମାରେ ଅନେକ ପରିବର୍ତ୍ତନ ଆସିଛି। ଲଣ୍ଡନରୁ ଫେରିବା ପରେ ଦାଦା ସାହେବ ଫାଲକେ ‘ରାଜା ହରିଶ୍ଚନ୍ଦ୍ର’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହାପୂର୍ବରୁ ଭାରତୀୟ ଲୋକଙ୍କ ସିନେମା ସହ କୌଣସି ସମ୍ପର୍କ ନ ଥିଲା। ରାଜା ହରିଶ୍ଚନ୍ଦ୍ରକୁ ଭାରତର ପ୍ରଥମ ଚଳଚ୍ଚିତ୍ର ବୋଲି କୁହାଯାଉଛି।
‘ରାଜା ହରିଶ୍ଚନ୍ଦ୍ର’ ଏକ ନିର୍ବାକ ଚଳଚ୍ଚିତ୍ର ଥିଲା। ଏଥିରେ କାହାଣୀକୁ ଅଙ୍ଗଭଙ୍ଗୀରେ କୁହାଯାଇଥିଲା। ବ୍ରିଟିଶମାନଙ୍କ ସହ ଲଢିବା ପାଇଁ ଦାଦାସାହେବ ଫାଲକେ ମଧ୍ୟ ଏହି ଚଳଚ୍ଚିତ୍ରର କାହାଣୀର ମୂଳଦୁଆ ପକାଇଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଥିଲା ରାଜା ହରିଶ୍ଚନ୍ଦ୍ରଙ୍କ ମହାନତା। ଜଣେ ସାଧୁ ତାଙ୍କୁ ପ୍ରତାରଣା କରି ସିଂହାସନକୁ ଛଡେଇ ନେଇଯାଏ। ରାଜା ହରିଶ୍ଚନ୍ଦ୍ରଙ୍କୁ ଭାରତ ଦେଶର ବୋଲି ସମ୍ବୋଧିତ କରାଯାଇଥିଲା। ବିଶ୍ୱାସ କରାଯାଏ ଯେ, ସମ୍ପୃକ୍ତଙ୍କୁ ବ୍ରିଟିଶମାନଙ୍କ ସହିତ ତୁଳନା କରାଯାଇଥିଲା। ସେତେବେଳେ ଦାଦା ସାହେବ ଫାଲକେଙ୍କ ‘ରାଜା ହରିଶ୍ଚନ୍ଦ୍ର’ର ବଜେଟ ୧୫ ହଜାର ଟଙ୍କା ଥିଲା। ଏହି ଚଳଚ୍ଚିତ୍ରରେ କୌଣସି ମହିଳା ଅଭିନୟ ନ ଥିଲେ। ଏହି ଚଳଚ୍ଚିତ୍ରରେ ତାରାମତିି ନାମକ ରାଣୀ ଭୂମିକାରେ ଆନ୍ନା ସାଲଙ୍କେ ଅଭିନୟ କରିଥିଲେ। ନିର୍ଦ୍ଦେଶକ ଦାଦା ସାହେବ ଫାଲକେ ଫିଲ୍ମର ଅଭିନେତ୍ରୀଙ୍କୁ ଖୋଜିବା ପାଇଁ ରେଡ ଲାଇଟ ଅଞ୍ଚଳକୁ ଯାଇଥିଲେ। ଏହି ସିନେମାରେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ଡି ଡି ଦାବକେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ IAS ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୦।୭: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର। IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା…

ସୋନମ ୱାଙ୍ଗଚୁକଙ୍କ ସ୍ତ୍ରୀଙ୍କ ବଡ଼ ଘୋଷଣା: ଆଗକୁ ସାରା ଦେଶରେ ଭୟଙ୍କର ହେବ…

ନୂଆଦିଲ୍ଲୀ,୨୦।୭: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ଆଜିର ପ୍ରଦର୍ଶନ ଉପରେ କହିଛନ୍ତି ଯେ, କୌଣସି ସଂଘର୍ଷ ସହଜ ହୋଇନଥାଏ। ଏହା ପିଲାମାନଙ୍କର ସାହସ ବଢ଼ାଇବ।…

ଖେମୁଣ୍ଡି ଲୋକ ମହୋତ୍ସବ ଉଦ୍‌ଘାଟନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି, ୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ…

‘ମାମ୍‌ ଆପଣଙ୍କର ପିଲା ହୋଇଥିଲେ କ’ଣ…’, ପୋଲିସର ଲାଠିଚାର୍ଜରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ‘କକରୋଚ ଜନତା ପାର୍ଟି’ (CJP) ର କର୍ମକର୍ତ୍ତା ଏବଂ ସମର୍ଥକମାନେ…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ସାପ କାମୁଡ଼ାରେ ଶାଶୁ ମୃତ, ବୋହୂ ଗୁରୁତର 

ନନ୍ଦାହାଣ୍ଡି, ୨୦।୭ (ପ୍ରତୀପ କୁମାର ଦାଶ): ଗୋଟିଏ ପରିବାରର ୨ ଜଣଙ୍କୁ ଏକ ସାପ କାମୁଡ଼ି ଦେଇଛି। ଏଥିରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri