Posted inଖେଳ

୯ ବର୍ଷ ପରେ କ୍ରିକେଟ୍‌ ପଡ଼ିଆରେ ଘଟିଲା ଏମିତି ସଂଯୋଗ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଭାଇଙ୍କ ଏକାଠି ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର ପାଣ୍ଡ୍ୟା ଭାଇ (ହାର୍ଦ୍ଦିକ ଏବଂ କ୍ରୁନାଲ) ଏବଂ ଇଂଲଣ୍ଡର କରଣ ଭାଇ (ସାମ ଏବଂ ଟମ) ଏହି ମ୍ୟାଚ୍‌ରେ ଦୁଇ ଟିମ୍‌ ପକ୍ଷରୁ ଏକାଠି ଖେଳୁଥିତ୍ଲେ। ଏହା ମଧ୍ୟ ଏକ ସଂକେତ ଯେ ସମସ୍ତ ଚାରି କ୍ରିକେଟର ଅଲରାଉଣ୍ଡର ଅଟନ୍ତି।ଏଥିମଧ୍ୟରୁ କେବଳ କ୍ରୁନାଲ ସ୍ପିନର ହୋଇଥିବାବେଳେ ହାର୍ଦ୍ଦିକ, ସାମ ଏବଂ ଟମ ସମସ୍ତେ ଦ୍ରୁତ ବୋଲର। ସାମ ଏବଂ ଟମ ପୂର୍ବରୁ ୨୦୧୧ରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ମ୍ୟାଚ ଖେଳିଛନ୍ତି।
ଭାରତୀୟ ଏକଦିବଦସୀୟ ଇତିହାସରେ ଏକାଠି ଖେଳିବା ହାର୍ଦ୍ଦିକ ଏବଂ କ୍ରୁନାଲ ହେଉଛନ୍ତି ତୃତୀୟ ଯୋଡି। ଯଦିଓ ଦୁଇ ଭାଇ ଏକାଠି ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି -୨୦ ୨୦୧୯ ଫେବୃୟାରୀ ୬ରେ ଏକାଠି ଖେଳିଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଏକଦିବଦସୀୟରେ ଏଭଳି ସମକକ୍ଷ ଘଟଣା ଘଟିଥିଲା। ୨୦୧୬ ମସିହାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ସ୍ଥାୟୀ ସଦସ୍ୟ ଥିବାବେଳେ କ୍ରୁନାଲ ତାଙ୍କ ସ୍ଥାନ ନିଶ୍ଚିତ କରିନାହାନ୍ତି। ପାଣ୍ଡ୍ୟା ଭାଇ ଦୀର୍ଘ ଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳୁଛନ୍ତି।
ଦୀର୍ଘ ୯ ବର୍ଷ ପରେ ଦୁଇ ଭାଇ ଟିମ ଇଣ୍ଡିଆ ପକ୍ଷରୁ ଏକାଠି ଖେଳିଥିଲେ। ଏହାପୂର୍ବରୁ ମାର୍ଚ୍ଚ ୨୦୧୨ରେ ଇରଫାନ ଏବଂ ୟୁସୁଫ ପଠାନ ଏକାଠି ଖେଳିଥିଲେ। ପ୍ରଥମେ ସାନଭାଇ ଇରଫାନ ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ, ପରେ ବଡ଼ ଭାଇ ୟୁସୁଫ ପ୍ରବେଶ କରିଥିଲେ। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି -୨୦ ବିଶ୍ୱକପରେ ଉଭୟ ଟିମ ଇଣ୍ଡିଆର ଅଂଶ ମଧ୍ୟ ହୋଇଥିଲେ। ପଠାନ ଭାଇମାନେ ଭାରତ ପାଇଁ ୮ଟି ଏକଦିବସୀୟ ଏବଂ ଟି -୨୦ ଖେଳିଛନ୍ତି। ଇରଫାନ ସୁଇଙ୍ଗ ଫାଷ୍ଟ ବୋଲରଙ୍କ ସହ ବ୍ୟାଟିଂ କରିବା ଜାଣିଥିବାବେଳେ ୟୁସୁଫ ପଠାନ ଜଣେ ପାୱାର୍‌ ହିଟର୍‌ ଥିଲେ ଏବଂ ପାର୍ଟ ଟାଇମ ମଧ୍ୟ ସ୍ପିନ କରୁଥିଲେ।

ଏହାପୂର୍ବରୁ ମହିନ୍ଦର ଏବଂ ସୁରିନ୍ଦର ଅମରନାଥ ମଧ୍ୟ ଜାତୀୟ ଦଳ ପାଇଁ ତିନିଟି ମ୍ୟାଚ ଖେଳିଥିଲେ। ଉଭୟ ସ୍ବାଧୀନ ଭାରତର ପ୍ରଥମ କ୍ରିକେଟ ଅଧିନାୟକ ଲାଲା ଅମରନାଥଙ୍କ ସନ୍ତାନ। ସେହି ସମୟରେ ଅମରନାଥ ପରିବାରକୁ ଦେଶର ସବୁଠାରୁ ପ୍ରତିଷ୍ଠିତ କ୍ରୀଡା ପରିବାର ଭାବରେ ସ୍ମରଣ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?