Posted inଖେଳ

୯ ବର୍ଷ ପରେ କ୍ରିକେଟ୍‌ ପଡ଼ିଆରେ ଘଟିଲା ଏମିତି ସଂଯୋଗ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଭାଇଙ୍କ ଏକାଠି ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର ପାଣ୍ଡ୍ୟା ଭାଇ (ହାର୍ଦ୍ଦିକ ଏବଂ କ୍ରୁନାଲ) ଏବଂ ଇଂଲଣ୍ଡର କରଣ ଭାଇ (ସାମ ଏବଂ ଟମ) ଏହି ମ୍ୟାଚ୍‌ରେ ଦୁଇ ଟିମ୍‌ ପକ୍ଷରୁ ଏକାଠି ଖେଳୁଥିତ୍ଲେ। ଏହା ମଧ୍ୟ ଏକ ସଂକେତ ଯେ ସମସ୍ତ ଚାରି କ୍ରିକେଟର ଅଲରାଉଣ୍ଡର ଅଟନ୍ତି।ଏଥିମଧ୍ୟରୁ କେବଳ କ୍ରୁନାଲ ସ୍ପିନର ହୋଇଥିବାବେଳେ ହାର୍ଦ୍ଦିକ, ସାମ ଏବଂ ଟମ ସମସ୍ତେ ଦ୍ରୁତ ବୋଲର। ସାମ ଏବଂ ଟମ ପୂର୍ବରୁ ୨୦୧୧ରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ମ୍ୟାଚ ଖେଳିଛନ୍ତି।
ଭାରତୀୟ ଏକଦିବଦସୀୟ ଇତିହାସରେ ଏକାଠି ଖେଳିବା ହାର୍ଦ୍ଦିକ ଏବଂ କ୍ରୁନାଲ ହେଉଛନ୍ତି ତୃତୀୟ ଯୋଡି। ଯଦିଓ ଦୁଇ ଭାଇ ଏକାଠି ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି -୨୦ ୨୦୧୯ ଫେବୃୟାରୀ ୬ରେ ଏକାଠି ଖେଳିଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଏକଦିବଦସୀୟରେ ଏଭଳି ସମକକ୍ଷ ଘଟଣା ଘଟିଥିଲା। ୨୦୧୬ ମସିହାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ସ୍ଥାୟୀ ସଦସ୍ୟ ଥିବାବେଳେ କ୍ରୁନାଲ ତାଙ୍କ ସ୍ଥାନ ନିଶ୍ଚିତ କରିନାହାନ୍ତି। ପାଣ୍ଡ୍ୟା ଭାଇ ଦୀର୍ଘ ଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳୁଛନ୍ତି।
ଦୀର୍ଘ ୯ ବର୍ଷ ପରେ ଦୁଇ ଭାଇ ଟିମ ଇଣ୍ଡିଆ ପକ୍ଷରୁ ଏକାଠି ଖେଳିଥିଲେ। ଏହାପୂର୍ବରୁ ମାର୍ଚ୍ଚ ୨୦୧୨ରେ ଇରଫାନ ଏବଂ ୟୁସୁଫ ପଠାନ ଏକାଠି ଖେଳିଥିଲେ। ପ୍ରଥମେ ସାନଭାଇ ଇରଫାନ ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ, ପରେ ବଡ଼ ଭାଇ ୟୁସୁଫ ପ୍ରବେଶ କରିଥିଲେ। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି -୨୦ ବିଶ୍ୱକପରେ ଉଭୟ ଟିମ ଇଣ୍ଡିଆର ଅଂଶ ମଧ୍ୟ ହୋଇଥିଲେ। ପଠାନ ଭାଇମାନେ ଭାରତ ପାଇଁ ୮ଟି ଏକଦିବସୀୟ ଏବଂ ଟି -୨୦ ଖେଳିଛନ୍ତି। ଇରଫାନ ସୁଇଙ୍ଗ ଫାଷ୍ଟ ବୋଲରଙ୍କ ସହ ବ୍ୟାଟିଂ କରିବା ଜାଣିଥିବାବେଳେ ୟୁସୁଫ ପଠାନ ଜଣେ ପାୱାର୍‌ ହିଟର୍‌ ଥିଲେ ଏବଂ ପାର୍ଟ ଟାଇମ ମଧ୍ୟ ସ୍ପିନ କରୁଥିଲେ।

ଏହାପୂର୍ବରୁ ମହିନ୍ଦର ଏବଂ ସୁରିନ୍ଦର ଅମରନାଥ ମଧ୍ୟ ଜାତୀୟ ଦଳ ପାଇଁ ତିନିଟି ମ୍ୟାଚ ଖେଳିଥିଲେ। ଉଭୟ ସ୍ବାଧୀନ ଭାରତର ପ୍ରଥମ କ୍ରିକେଟ ଅଧିନାୟକ ଲାଲା ଅମରନାଥଙ୍କ ସନ୍ତାନ। ସେହି ସମୟରେ ଅମରନାଥ ପରିବାରକୁ ଦେଶର ସବୁଠାରୁ ପ୍ରତିଷ୍ଠିତ କ୍ରୀଡା ପରିବାର ଭାବରେ ସ୍ମରଣ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri