Posted inଜାତୀୟ

‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଆରମ୍ଭ ହେବ ଘାଟିର ସକାଳ

ନୂଆଦିଲ୍ଲୀ,୧୦ ।୯: ଜମ୍ମୁ-କଶ୍ମୀରରେ ଯୁବବର୍ଗଙ୍କୁ ଏକାଠି କରିବା ଲାଗି ଭାରିତୀୟ ସେନା ପକ୍ଷରୁ ଏକ କମ୍ୟୁନିଟି ରେଡିଓ ଷ୍ଟେଶନ ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳେ ‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଏହା ଆରମ୍ଭ କରାଯିବ । ୯୦.୮ ଫ୍ରିକ୍ୱିଏନ୍ସିରେ ‘ଦିଲ ସେ ଦିଲ ତକ’ ସାଧାରଣ ନାଗରିକଙ୍କ ପାଇଁ କମ୍ୟୁନିଟି ରେଡିଓ ଷ୍ଟେଶନ ଆପଣଙ୍କୁ ସ୍ୱାଗତ କରୁଛି କହି ଆରମ୍ଭ କରାଯିବ । ସେନା ପକ୍ଷରୁ ଆତଙ୍କବାଦୀ ପ୍ରଭାବିତ ସୋପିଆନ ଜିଲାରେ ଏମିତି ଆଉ ଏକ ରେଡ଼ିଓ ଷ୍ଟେଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଦକ୍ଷିଣ କଶ୍ମୀର ସ୍ଥିତ ଭିକ୍ଟର ଫୋର୍ସର ମେଜର ଜେନରାଲ ଅଫିସର୍ସ କମାଣ୍ଡିଂ କହିଛନ୍ତି ଏହି ରେଡ଼ିଓ ଷ୍ଟେଶନର ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ନିକଟରେ ମନୋରଞ୍ଜନ ଓ ଶାନ୍ତିର ବାର୍ତ୍ତା ପହଞ୍ଚାଇବା । ବିଶେଷ ଭାବେ ଯୁବକଙ୍କୁ ଏହା ସହ ଯୋଡିବା । ସେନାର ସୂଚନା ମୁତାବକ ଏହାର ସମସ୍ତ କାର୍ଯ୍ୟକ୍ରମ ଉଦ୍ଦ୍ୱୁର୍ ଓ କଶ୍ମୀର ଭାଷାରେ ହେବ । ଏହା ଦିନରେ ଅଧିକାଂଶ ସମୟ ଅନ୍ ଏୟାର ରହିବ । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆତଙ୍କବାଦୀ କମାଣ୍ଡର ବୁରହାନ ୱାନିଙ୍କ ମୃତ୍ୟୁ ପରେ ଦକ୍ଷିଣ କଶ୍ମୀରର ୪ ଜିଲା କୁଲଗାମ, ଅନନ୍ତନାଗ, ଶୋପିଆନ ଓ ପୁଲୱାମାରେ ଆତଙ୍କବାଦୀ ନୂଆ ରୂପରେ ଉଭା ହୋଇଛନ୍ତି । ତେଣୁ ଏଠାକାର ଯୁବକଙ୍କୁ ଏକାଠି କରିବାକୁ ଏଭଳି ଏକ ପ୍ରୟାସ କରାଯାଇଛି । ତେବେ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ପସନ୍ଦ ଉପରେ କାର୍ଯ୍ୟକ୍ରମ ପ୍ରଚାର କରାଯିବାର ଯୋଜନା ମଧ୍ୟ କରାଯାଇଥିବା ସେନା କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri