Posted inଜାତୀୟ

Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ସେନା ଅଧିକାରୀ ଯେଉଁମାନେ ନୂତନ ମାନଦଣ୍ଡ ପୂରଣ କରୁନାହାନ୍ତି ସେମାନଙ୍କୁ ଉନ୍ନତି ପାଇଁ ୩୦ ଦିନ ସମୟ ଦିଆଯିବ ଏବଂ ଯଦି ଏହି ସମୟ ମଧ୍ୟରେ ସେମାନଙ୍କର ଶାରୀରିକ ସୁସ୍ଥତା କ୍ଷେତ୍ରରେ କୌଣସି ଉନ୍ନତି ନ ହୁଏ, ତେବେ ସେମାନଙ୍କ ଛୁଟି ହ୍ରାସ ଭଳି ପଦକ୍ଷେପ ନିଆଯାଇପାରେ । ସେନାରେ ମେଦବହୁଳଙ୍କ ସଂଖ୍ୟା ବଢୁଥିବାରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ ସୈନିକଙ୍କୁ ଆର୍ମି ଫିଜିକାଲ ଫିଟନେସ ଆସେସମେଣ୍ଟ (ଏପିଏସି) କାର୍ଡ ପ୍ରସ୍ତୁତ ରଖିବାକୁ ପଡ଼ିବ। ଏହି ନୂତନ ପରିବର୍ତ୍ତନ ଅନୁଯାୟୀ, ପ୍ରତି ତିନିମାସରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ କମାଣ୍ଡିଂ ଅଫିସରଙ୍କ ବଦଳରେ ବ୍ରିଗେଡିୟର୍‌ ର଼୍ୟାଙ୍କର ଅଧିକାରୀ ନଜର ରଖିବେ।

ପରୀକ୍ଷା ପ୍ରକ୍ରିୟାରେ ସମାନତା ଆଣିବା ଏବଂ ଜୀବନଶୈଳୀ ଯୋଗୁ ଶାରୀରିକ ସମସ୍ୟା ହେବାର ଆଶଙ୍କା ମଧ୍ୟରେ ସାମରିକ ଅଧିକାରୀଙ୍କ ମେଦବହୁଳତା କିମ୍ବା ଶାରୀରିକ ଅଯୋଗ୍ୟତାର ସମାଧାନ କରିବାକୁ ନୂତନ ନୀତିରେ ଲକ୍ଷ୍ୟ ରଖାଯାଇଛି।

ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତି ତିନି ମାସରେ ଯୁଦ୍ଧ ଶାରୀରିକ ଦକ୍ଷତା ପରୀକ୍ଷା (ବିପିଇଟି) ଏବଂ ଶାରୀରିକ ଦକ୍ଷତା ପରୀକ୍ଷା (ପିପିଟି) କରାଯାଉଛି। ବିପିଇଟି ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କୁ ୫ କିଲୋମିଟର ଦୌଡିବାକୁ, ୬୦ମିଟର ସ୍ପ୍ରିଣ୍ଟ କରିବାକୁ, ଦଉଡି ସାହାଯ୍ୟରେ ଚଢ଼ିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟରେ ୯ ଫୁଟ ଗର୍ତ୍ତ ଅତିକ୍ରମ କରିବାକୁ ପଡିଥାଏ। ଏହି ସମସ୍ତ ପରୀକ୍ଷଣରେ, ସାମରିକ କର୍ମଚାରୀଙ୍କ ବୟସ ଅନୁଯାୟୀ ସମୟ ସ୍ଥିର କରାଯାଇଥାଏ ।

ଖବର ଅନୁଯାୟୀ, ଫିଟନେସ ପରୀକ୍ଷଣର ନୂତନ ନିୟମ ଅନୁଯାୟୀ ବ୍ରିଗେଡିୟର୍‌ ର଼୍ୟାଙ୍କର ଅଧିକାରୀ ଦୁଇ କଲୋନେଲ ଏବଂ ଜଣେ ମେଡିକାଲ ଅଫିସରଙ୍କ ପ୍ରତି ତିନିମାସରେ ସେନା କର୍ମଚାରୀଙ୍କ ଫିଟନେସ ପରୀକ୍ଷା କରିବେ। ବିପିଇଟି ଏବଂ ପିପିଟି ବ୍ୟତୀତ ସୈନିକମାନଙ୍କୁ ମଧ୍ୟ କିଛି ନୂତନ ପରୀକ୍ଷା ଦେବାକୁ ପଡିବ। ଏଥିରେ ୧୦ କିଲୋମିଟରର ସ୍ପିଡ ମାର୍ଚ୍ଚ ଏବଂ ପ୍ରତି ୬ ମାସରେ ୩୨କିଲୋମିଟରର ଏକ ରୁଟ ମାର୍ଚ୍ଚ ଅନ୍ତର୍ଭୁକ୍ତ । ଏହା ସହିତ ୫୦ ମିଟର ସନ୍ତରଣ ପରୀକ୍ଷା ମଧ୍ୟ ଦେବାକୁ ପଡିବ ।

ସମସ୍ତ ସୈନିକଙ୍କୁ ଆର୍ମି ଫିଜିକାଲ ଆସେସମେଣ୍ଟ କାର୍ଡ ପ୍ରସ୍ତୁତ ରଖିବାକୁ ପଡିବ ଏବଂ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ଫଳାଫଳ ଦାଖଲ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri