Posted inଜାତୀୟ

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ଯବାନକୁ ସଜାଗ ରଖିଛି। ଏବେ ଭାରତୀୟ ସେନା ଫିଙ୍ଗର-୪ରେ ନିଜର ସ୍ଥିତି ସୁଦୃଢ଼ କରିଛି। ଭାରତୀୟ ସେନା କବ୍‌ଜାରେ ଥିବା ଗୁରଙ୍ଗ୍‌ ହିଲ୍‌, ମଗର ହିଲ୍‌, ମୁଖପରି ଏବଂ ରେଚିନ୍‌ ଲା କ୍ୟାମ୍ପ୍‌ ଚାରିପଟେ ସୁରକ୍ଷା ଦୃଷ୍ଟିରୁ କଣ୍ଟା ତାର ବାଡ଼ ଦିଆଯାଇଛି। ଚାଇନାର କୌଣସି ସୈନ୍ୟ କଣ୍ଟା ତାରବାଡ଼ ଅତିକ୍ରମ କରିବାର ଉଦ୍ୟମ କଲେ ଅବା ଏହାକୁ ଭଙ୍ଗାଭଙ୍ଗି କଲେ ଏହାର କଡ଼ା ଜବାବ ସାମରିକ ଭାଷାରେ ଦିଆଯିବ ବୋଲି ଭାରତୀୟ ଯବାନ ଚେତାବନୀ ଦେଇଛନ୍ତି। ବ୍ରିଗେଡିୟରସ୍ତରୀୟ ବୈଠକରେ କୌଣସି ସମାଧାନର ପଥ ବାହାରୁ ନ ଥିବାରୁ ଏବେ କମାଣ୍ଡରସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଲେହରେ ଭାରତୀୟ ବାୟୁସେନା ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ସେହିପରି ଦିନରେ ମଧ୍ୟ ବାୟୁସେନା ବିମାନ ପଇଁତରା ମାରୁଛି। ପୂର୍ବ ଲଦାଖର ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏଠାରେ ଚାଇନାର ୩୦ରୁ ୪୦ ସୈନ୍ୟ ରେଜାଙ୍ଗ୍‌-ଲା ରିଜ୍‌ଲାଇନ୍‌ରେ ଜମା ହୋଇ ରହିଛନ୍ତି। ଏହାଯୋଗୁ ଭାରତୀୟ ସେନାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ମହାପଞ୍ଚାୟତ: ଜନ୍ତର-ମନ୍ତରରୁ ସିନ୍ଧୁ ବର୍ଡର ପର୍ଯ୍ୟନ୍ତ ପୋଲିସ ଛାଉଣି

ନୂଆଦିଲ୍ଲୀ,୨୨ ।୮: ସଂଯୁକ୍ତ କୃଷକ ମୋର୍ଚ୍ଚା ସୋମବାର ଦିଲ୍ଲୀର ଜନ୍ତର-ମନ୍ତରରେ କୃଷକ ମହାପଞ୍ଚାୟତର ଘୋଷଣା କରିଛି । ଏହି ମହାପଞ୍ଚାୟତରେ ଯୋଗ ଦେବାକୁ ଦେଶର ବିଭିନ୍ନ...

ଦୀର୍ଘ ୮ ମାସ ପରେ ମିଳିଲା ପାକିସ୍ତାନ ସୀମାରେ ନିଖୋଜ ଯବାନଙ୍କ ମୃତଦେହ

ଡେରାଡୁନ,୧୬।୮: ଦୀର୍ଘ ପ୍ରାୟ ୮ ମାସ ହେବ ଉତ୍ତର କଶ୍ମୀରର ବରଫାବୃତ୍ତ ଅଞ୍ଚଳରେ ଗୋଡ ଖସିଯିବାରୁ ଉତ୍ତରାଖଣ୍ଡର ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କର...

ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶ ଅଖିଳେଶ ଯାଦବଙ୍କ ସରକାରରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରହିଛି। ତାଙ୍କ ନାମରେ...

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ...

ଅଖିଳେଶଙ୍କଠାରୁ ଛାଡପତ୍ର ଚାହୁଁଛନ୍ତି ରାଜଭର

ଲକ୍ଷ୍ନୌ,୨୦।୭: ସୁହେଲଦେବ ଭାରତ ସମାଜ ପାର୍ଟି ସଭାପତି ଓମପ୍ରକାଶ ରାଜଭର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ କ୍ରମାଗତ...

ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦିଆଯାଉ କିନ୍ତୁ ୨୫ ବର୍ଷ ପର୍ଯ୍ୟନ୍ତ ଭୋଟଦାନ ଅଧିକାର ନ ମିଳୁ: ଶିବସେନା

ମୁମ୍ବାଇ,୯।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଶିବସେନା ପୁଣି ଥରେ ମନ୍ତବ୍ୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପ୍ରସ୍ତାବକୁ ଶିବସେନା ସମର୍ଥନ କରି...

ଶପଥ ନେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୋପାଳ,୪ା୧୧(ପି.ଟି.): ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏ.କେ. ମିତ୍ତଲ ରବିବାର ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ତାଙ୍କୁ ଶପଥ ପାଠ...

ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା

ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ...

Advertisement
Archives

Model This Week