Posted inଜାତୀୟ

ଭାଙ୍ଗିଲେ ବଙ୍କର, ଖାଲି କଲେ ପୋଷ୍ଟ, ଶେଷରେ ଗୋଗରା ହଟସ୍ପ୍ରିଙ୍ଗରେ ଷ୍ଟାଣ୍ଡଅଫ ପଏଣ୍ଟରୁ ପଛକୁ ହଟିରେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୧୩ ।୯: ଶେଷରେ ଭାରତ-ଚାଇନା ସେନାଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ହେବ ଲାଗି ରହିଥିବା ଗତିରୋଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସମ୍ପୂର୍ଣ୍ଣ ଲଦ୍ଦାଖରେ ଗୋଗରା-ହଟସ୍ପ୍ରିଙ୍ଗସ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫(ପିପି-୧୫)କୁ ଧ୍ୱଂସ କରି ଦିଆଯାଇଛି । ଦୁଇ ଦେଶ ସେନା ଯୋଜନା ଅନୁଯାୟୀ, ପଛକୁ ହଟିଛନ୍ତି । କେବଳ ଏତିକି ନୁହେଁ ସମ୍ପୂର୍ଣ୍ଣ ପ୍ରୋସେସର ଭେରିଫିକେଶନ ବି କରାଯାଉଛି । ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ସମତୁଲ କରାଯାଇଛି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଡିସଏନଗେଜମେଣ୍ଟ ଓ ଭେରିଫିକେଶନ ପ୍ରୋସେସ ସମ୍ପର୍କରେ ଗ୍ରାଉଣ୍ଡ କମାଣ୍ଡରଙ୍କଠାରୁ ସମ୍ପୂର୍ଣ୍ଣ ସୂଚନା ପାଇଁ ଅପେକ୍ଷା କରାଯାଇଛି । ଏପଟେ ଦୁଇ ପକ୍ଷ ପାଟ୍ରୋଲିଂ ପଏଣ୍ଟ ୧୫(ପିପି ୧୫)ରୁ ଅଲଗା ହୋଇଯାଇଛନ୍ତି । ହେଲେ ଡେମଚୋକ ଓ ଦେପସାଙ୍ଗ ଅଞ୍ଚଳରେ ଗତିରୋଧକୁ ଶେଷ କରିବାକୁ ଏବେ ପର୍ଯ୍ୟନ୍ତ କୌଣସି ପ୍ରୋସେସ ହୋଇନାହିଁ ।
ସୂଚନାଯୋଗ୍ୟ, ଭାରତୀୟ ଓ ଚାଇନା ସେନା ୮ ସେପ୍ଟେମ୍ବରରେ ଘୋଷଣା କରିଥିଲେ କି ଗତିରୋଧ ପଏଣ୍ଟ ୧୫ରୁ ସେନାଙ୍କୁ ହଟାଇବା ପ୍ରୋସେସ ଆରମ୍ଭ କରିଦେଇଛନ୍ତି । ଉଭୟ ପକ୍ଷ ସେନା ଏହାବି କହିଥିଲେ କି ଜୁଲାଇରେ ହୋଇଥିବା ହାଇଲେବଲ ସେନା ବାର୍ତ୍ତାର ୧୬ତମ ରାଉଣ୍ଡରେ ଗୋଗରା-ହଟସ୍ପ୍ରିଙ୍ଗସ ଅଞ୍ଚଳରେ ଡିସଏନଗେଜମେଣ୍ଟକୁ ନେଇ ରଣନୀତି ସ୍ଥିର କରାଯାଇଛି । ସେପ୍ଟେମ୍ବର ୯ରେ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଥିଲେ ପିପି-୧୫ରୁ ଡିସଏନଗେଜମେଣ୍ଟ ପ୍ରୋସେସ ସୋମବାର ଶେଷ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ଭଳି କି ଭଳି ବାଣ ଫୁଟା...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri