ଜୁଆର ମାଡ଼ରେ ଭ୍ୟୁ ଟାୱାର ମୂଳଦୁଆ ଭୁଶୁଡ଼ିଲା

ଏରସମା,୧୩ା୯(ସ୍ବ.ପ୍ର.):ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସଂଗଠିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ସମୁଦ୍ର ଜଳପତ୍ତନ ଆଶାତୀତ ବୃଦ୍ଧିପାଇ କୂଳ ଲଂଘିଛି। ଫଳରେ ସମୁଦ୍ର ଜୁଆର ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ କରାଯାଇଥିବା ଭ୍ୟୁ ଟାୱାରରେ ମାଡ ହୋଇଛି। ଏଥିଯୋଗୁ ଟାୱାରର ମୂଳଦୁଆ ଭୁଶୁଡି ପଡ଼ିିଛି। ଏହାର କଂକ୍ରିଟ ଢଳେଇ ତଳୁ ମାଟି ଧସିଯାଇଛି। ଟାୱାରର ସୁରକ୍ଷା ପାଇଁ ଲଗାଯାଇଥିବା ଝାଉଁ ବହ୍ଲା ପୋତି ହୋଇଯାଇଛି। ଜୁଆର ଅଟକାଇବା ପାଇଁ ପକାଯାଇଥିବା ବାଲିବସ୍ତା ଲୁଣା ଜୁଆର ମାଡ଼ରେ ଭାସିଯାଇଛି। କୌଣସି ମୁହୂର୍ତ୍ତରେ ଏହି ଟାୱାର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଟାୱାର ସଂଲଗ୍ନ ଜଙ୍ଗଲରୁ ଝାଉଁ ଗଛ ସବୁ ଉପୁଡିଗଲାଣି। ପ୍ରତିବର୍ଷ ବର୍ଷା ଋତୁରେ ଲୁଣା ଜୁଆର ମାଡ଼ ହୋଇ ବେଳାଭୂମି ଓ ଭ୍ୟୁ ଟାୱାର ନିକଟରୁ ମୃତ୍ତିକା କ୍ଷୟ ହୋଇ ଚାଲିଛି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ସମୁଦ୍ର ବେଳାଭୂମି ସଂଲଗ୍ନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି, ରାମତରା, ଶଂଖା, କଳାବେଦୀ, ନେଳିଆସାହି ଆଦି ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇଯାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଗତ ଜୁଲାଇରେ ସମୁଦ୍ର କୂଳ ଲଂଘି ଥିଲା। ସେତେବେଳେ ପ୍ରାୟ ୧୦୦ ମିଟର ଘାଇ ସୃଷ୍ଟି ହେବା ସହ ଲୁଣା ଜୁଆର ଓଟିଡିସି ସଭାଗୃହ ପ୍ରାଚୀରରେ ମାଡ଼ ହୋଇଥିଲା। ଏଥିସହ ସମୁଦ୍ରକୂଳ ନିକଟବର୍ତ୍ତୀ ରାମତରା ଓ କଳାବେଦୀ ଗ୍ରାମରେ ମଧ୍ୟ ଜୁଆର ମାଡ଼ ହୋଇଥିଲା।
ଏ ସମ୍ପର୍କରେ ପରିବେଶବିତ୍‌ ପୀତାମ୍ବର ତରାଇ କୁହନ୍ତି, ସାମୁଦ୍ରିକ ଦିଗ ପରିବର୍ତ୍ତନ ଯୋଗୁ ଜଳପତ୍ତନ ବୃଦ୍ଧି ପାଉଛି। ଏହାକୁ କେବଳ ବାଲିବସ୍ତା ଦ୍ୱାରା ଅଟକା ଯାଇପାରିବ ନାହିଁ। ଏହା କେବଳ ସାମୟିକ ସାନ୍ତ୍ୱନା ଦେଇପାରେ, କିନ୍ତୁ ଚିରସ୍ଥାୟୀ ନୁହେଁ। ଏନେଇ ସ୍ଥାୟୀ ପ୍ରତିକାର କରା ନଗଲେ ଏରସମାର ଅର୍ଦ୍ଧାଧିକ ପଞ୍ଚାୟତ ଆଗାମୀ ୩୦ ବର୍ଷ ମଧ୍ୟରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି। ମୁମ୍ବାଇ, ପଣ୍ଡିଚେରି ଓ ପାରାଦୀପର ନେହରୁବଙ୍ଗଳାସ୍ଥିତ ସମୁଦ୍ର ଉପକୂଳ ପରି ଏଠାରେ ପଥର ପ୍ୟାକିଂ ବ୍ୟବସ୍ଥା କରିବା ପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ସମୁଦ୍ର ବେଳାଭୂମିର ଜଳପତ୍ତନ ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଲୁଣା ଓ ତଟବନ୍ଧ ବିଭାଗର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଯୋଜନାରେ ଏଠାରେ ପଥରବନ୍ଧ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri