ଜୁଆର ମାଡ଼ରେ ଭ୍ୟୁ ଟାୱାର ମୂଳଦୁଆ ଭୁଶୁଡ଼ିଲା

ଏରସମା,୧୩ା୯(ସ୍ବ.ପ୍ର.):ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସଂଗଠିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ସମୁଦ୍ର ଜଳପତ୍ତନ ଆଶାତୀତ ବୃଦ୍ଧିପାଇ କୂଳ ଲଂଘିଛି। ଫଳରେ ସମୁଦ୍ର ଜୁଆର ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ କରାଯାଇଥିବା ଭ୍ୟୁ ଟାୱାରରେ ମାଡ ହୋଇଛି। ଏଥିଯୋଗୁ ଟାୱାରର ମୂଳଦୁଆ ଭୁଶୁଡି ପଡ଼ିିଛି। ଏହାର କଂକ୍ରିଟ ଢଳେଇ ତଳୁ ମାଟି ଧସିଯାଇଛି। ଟାୱାରର ସୁରକ୍ଷା ପାଇଁ ଲଗାଯାଇଥିବା ଝାଉଁ ବହ୍ଲା ପୋତି ହୋଇଯାଇଛି। ଜୁଆର ଅଟକାଇବା ପାଇଁ ପକାଯାଇଥିବା ବାଲିବସ୍ତା ଲୁଣା ଜୁଆର ମାଡ଼ରେ ଭାସିଯାଇଛି। କୌଣସି ମୁହୂର୍ତ୍ତରେ ଏହି ଟାୱାର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଟାୱାର ସଂଲଗ୍ନ ଜଙ୍ଗଲରୁ ଝାଉଁ ଗଛ ସବୁ ଉପୁଡିଗଲାଣି। ପ୍ରତିବର୍ଷ ବର୍ଷା ଋତୁରେ ଲୁଣା ଜୁଆର ମାଡ଼ ହୋଇ ବେଳାଭୂମି ଓ ଭ୍ୟୁ ଟାୱାର ନିକଟରୁ ମୃତ୍ତିକା କ୍ଷୟ ହୋଇ ଚାଲିଛି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ସମୁଦ୍ର ବେଳାଭୂମି ସଂଲଗ୍ନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି, ରାମତରା, ଶଂଖା, କଳାବେଦୀ, ନେଳିଆସାହି ଆଦି ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇଯାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଗତ ଜୁଲାଇରେ ସମୁଦ୍ର କୂଳ ଲଂଘି ଥିଲା। ସେତେବେଳେ ପ୍ରାୟ ୧୦୦ ମିଟର ଘାଇ ସୃଷ୍ଟି ହେବା ସହ ଲୁଣା ଜୁଆର ଓଟିଡିସି ସଭାଗୃହ ପ୍ରାଚୀରରେ ମାଡ଼ ହୋଇଥିଲା। ଏଥିସହ ସମୁଦ୍ରକୂଳ ନିକଟବର୍ତ୍ତୀ ରାମତରା ଓ କଳାବେଦୀ ଗ୍ରାମରେ ମଧ୍ୟ ଜୁଆର ମାଡ଼ ହୋଇଥିଲା।
ଏ ସମ୍ପର୍କରେ ପରିବେଶବିତ୍‌ ପୀତାମ୍ବର ତରାଇ କୁହନ୍ତି, ସାମୁଦ୍ରିକ ଦିଗ ପରିବର୍ତ୍ତନ ଯୋଗୁ ଜଳପତ୍ତନ ବୃଦ୍ଧି ପାଉଛି। ଏହାକୁ କେବଳ ବାଲିବସ୍ତା ଦ୍ୱାରା ଅଟକା ଯାଇପାରିବ ନାହିଁ। ଏହା କେବଳ ସାମୟିକ ସାନ୍ତ୍ୱନା ଦେଇପାରେ, କିନ୍ତୁ ଚିରସ୍ଥାୟୀ ନୁହେଁ। ଏନେଇ ସ୍ଥାୟୀ ପ୍ରତିକାର କରା ନଗଲେ ଏରସମାର ଅର୍ଦ୍ଧାଧିକ ପଞ୍ଚାୟତ ଆଗାମୀ ୩୦ ବର୍ଷ ମଧ୍ୟରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି। ମୁମ୍ବାଇ, ପଣ୍ଡିଚେରି ଓ ପାରାଦୀପର ନେହରୁବଙ୍ଗଳାସ୍ଥିତ ସମୁଦ୍ର ଉପକୂଳ ପରି ଏଠାରେ ପଥର ପ୍ୟାକିଂ ବ୍ୟବସ୍ଥା କରିବା ପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ସମୁଦ୍ର ବେଳାଭୂମିର ଜଳପତ୍ତନ ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଲୁଣା ଓ ତଟବନ୍ଧ ବିଭାଗର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଯୋଜନାରେ ଏଠାରେ ପଥରବନ୍ଧ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?