Advertisement
Posted inଖେଳ

ସିରିଜ ଜିତିଲା ଭାରତ, ଡିଏଲସ୍‌ ନିୟମ ଅନୁସାରେ ତୃତୀୟ ଟି-୨୦ ହେଲା ଟାଇ…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ ଟାଇ ହୋଇଛି। ଫଳରେ ଭାରତ ୧-୦ରେ ସିରିଜ ଜିତିଛି। ବର୍ଷା ଯୋଗୁ ୯ ଓଭରରେ ସଂଗ୍ରହ ହୋଇଥିବା ରନ୍‌ ଆଧାରରେ ଡିଏଲସ୍‌ ନିୟମ ଅନୁସାରେ ମ୍ୟାଚ୍‌ ଶେଷ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭାରତ ୯ ଓଭରରେ ୪ ଓ୍ବିକେଟ ହରାଇ ୭୫ ରନ କରିଥିଲା। ସେହି ସମାନ ଓଭରରେ ନ୍ୟୁଜିଲାଣ୍ଡ ମଧ୍ୟ ୭୫ ରନ୍‌ କରିଥିଲା।

ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଥି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବୋଲିଂ କରିଥିଲା। ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୦ ଓ୍ବିକେଟ ହରାଇ ୧୬୦ ରନ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧ ରହିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବିକେଟ କିପର ହେଭନ କୋନଓ୍ବେ ୪୯ ବଲ୍‌ ଖେଳି ସର୍ବାଧିକ ୫୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଗ୍ଳୋନ ଫିଲିପ୍‌ ୩୩ ବଲରେ ୫୪ ରନ୍‌ କରିଥିଲେ। ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ଉଭୟ ୪ଟି ଲେଖାଏ ଓ୍ବିକେଟ ନେଇଥିଲେ। ହର୍ଶେଲ ପଟେଲଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୩ୟ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ...

ଜାଡେଜା ଆହତ, ଏସିଆ କପ୍‌ରୁ ଓହରିଲେ

ଦୁବାଇ, ୩ା୯(ପି.ଟି.): ଆଣ୍ଠୁରେ ଆଘାତ ଯୋଗୁ ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପ୍‌ର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ...

ବିଶ୍ୱରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଜାମାଇକା,୧୫।୮: ନ୍ୟୁଜିଲାଣ୍ଡ ଦଳର ଓପନର୍‌ ମାର୍ଟିନ ଗୁପ୍ତିଲ ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମାଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ ଟି-୨୦ ସର୍ବାଧିକ ରନ ସ୍କୋରର...

ଏହି ଭାରତୀୟ ଖେଳାଳି ଭବିଷ୍ୟତରେ କିମ୍ବଦନ୍ତୀ ଭାବେ ପରିଗଣିତ ହେବେ କହିଲେ ଦାଦା

ଅହମ୍ମଦାବାଦ,୫।୩ : ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭବିଷ୍ୟତରେ ସମସ୍ତ ଫର୍ମାଟରେ ସର୍ବକାଳୀନ କିମ୍ବଦନ୍ତୀ ଆଖ୍ୟା ପାଇବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ...

‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’

ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪...

ଅଲିମ୍ପିକ ହକିରେ ଖେଳି ନ ପାରେ ପାକିସ୍ତାନ

କରାଚୀ, ୧୭|୫ (ପି.ଟି.)- ଆସନ୍ତା ବର୍ଷ ଅଲିମ୍ପିକ ଗେମ୍ସରେ ପାକିସ୍ତାନ ହକି ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତ ଦେଖାଦେଇଛି। କାରଣ, ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)...

ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ; ଜାଣନ୍ତୁ କେବେ, କେଉଁଠି ଆଉ କେମିତି ଦେଖିବେ ସିଧା ପ୍ରସାରଣ

ଦୁବାଇ,୧୮।୧୦: ଭାରତ-ଇଂଲଣ୍ଡ ମଧ୍ୟରେ ସୋମବାର ଟି-୨୦ ବିଶ୍ୱକପ୍‌ର ଅଭ୍ୟାସ ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଟିମ୍‌ ସୁପର-୧୨ରେ ଅଛନ୍ତି। ଚଳିତ ସପ୍ତାହରୁ ଦଳଗୁଡ଼ିକ ନିଜ ନିଜର...

ଆଇପିଏଲ୍‌ ମ୍ୟାଚ୍‌ରେ ଅମ୍ପାୟରଙ୍କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ

ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୦ରେ ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ସୁପର୍‌ ଓଭରରେ ପରାସ୍ତ କରିଛି କୋଲକତା ନାଇଟ୍‌ ରାଇଡର୍ସ। ଏହି ମ୍ୟାଚ୍‌ର ଅମ୍ପାୟର ଥିବା...

Advertisement
Archives

Model This Week