Posted inଖେଳ

ସିରିଜ କବ୍‌ଜାରେ ଭାରତ

ଗୁଆହାଟୀ,୨।୧୦: ସ୍ଥାନୀୟ ବର୍ଷାପଡା ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ହାଇସ୍କୋରିଂ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୬ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି ଭାରତ।

ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ଦମ୍‌ଦାର ଇନିଂସ ବଳରେ ଭାରତ ୨୩୭ର ବଡ଼ ସ୍କୋର କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ଲାଗି ମ୍ୟାଚ ଜିତିବାକୁ ୨୩୮ ରନ୍‌ର ଆବଶ୍ୟକ ଥିଲା। ଦକ୍ଷିଣ ଆଫ୍ରିକା ମ୍ୟାଚ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ୱିତୀୟ ଓଭରରେ ଅଧିନାୟକ ଟେମ୍ବା ବଭୁମା(୦) ଓ ରିଲି ରୁଷୋ(୦)ଙ୍କୁ ଆଉଟ କରିଥିଲେ ଅର୍ଶଦୀପ ସିଂ। ୧୯ ବଲରୁ ୩୩ ରନ୍‌ କରିଥିବା ଏଡେନ୍‌ ମାରକ୍ରାମଙ୍କୁ ଅକ୍ଷର ପଟେଲ ବୋଲ୍ଡ କରି ସାଉଥ୍‌ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଡେଭିଡ୍‌ ମିଲର(୧୦୬*) ଓ କ୍ୱିଣ୍ଟନ୍‌ ଡି କକ୍‌(୬୯*) ଅସମାପ୍ତ ଚତୁର୍ଥ ଉଇକେଟରେ ୧୭୪ ରନ୍‌ ଯୋଡିଥିଲେ। ମିଲର ୪୭ ବଲ ଖେଳି ୮ ଚୌକା ଓ ୭ ଛକା ମାରିଥିଲେ। ଅନ୍ୟପକ୍ଷରେ ଡିକକ୍‌ ସାମାନ୍ୟ ଧିମା ଖେଳିବା ସହିତ ୪୮ ବଲ ଖେଳି ୩ ଚୌକା ଓ ୪ ଛକା ମାରିଥିଲେ। ଅନ୍ତିମ ଓଭରରେ ୩୭ ରନ୍‌ ଆବଶ୍ୟକ ଥିବା ବେଳେ ଅକ୍ଷର ପଟେଲ ବୋଲିଂ କରିଥିବା ଓଭରରୁ ୨୦ ରନ୍‌ ସଂଗୃହୀତ ହୋଇଥିଲା। ହେଲେ ଡାଭିଡ ମିଲରଙ୍କ ଶତକ ଏବଂ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟାର୍ଗେଟକୁ ହାସଲ କରିବାରେ ବିଫଳ ହୋଇଛି ଦକ୍ଷିଣ ଆଫ୍ରିକା ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା: ଆସିବେନି ପିଲା, ରହିବେ ଶିକ୍ଷକ

ଖୋର୍ଦ୍ଧା,୩୦ା୭: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୩୧ ତାରିଖରେ ସ୍କୁଲ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ…

୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି।…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri