Posted inଖେଳ

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଶତକ ସହାୟତାରେ ୮ଉଇକେଟ ବିନିମୟରେ ୨୬୫ ରନ କରିଥିଲା। ଜବାବରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ଓଭରରେ ୩୭.୪ ଓଭରରେ ୧୨୨ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ସୁନେ ଲୁସ୍‌ ୩୩ ରନ କରିଥିବା ବେଳେ ଉଇକେଟକିପର ସିନାଲୋ ଜାଫ୍‌ଟା ୨୭ରନ କରିଥିଲେ। ମାରିଜେନ କାପ୍‌ ୨୪ ରନ କରିଥିଲେ । ଭାରତୀୟ ଦଳର ସବୁଠାରୁ ସଫଳ ବୋଲର ଆଶା ଶୋଭାନା ୨୧ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ଦୀପ୍ତି ଶର୍ମା ୧୦ ରନ ଦେଇ ୨ ଉଇକେଟ ହାସଲ କରିଥିଲେ। ରେଣୁକା ଠାକୁର, ପୂଜା ବସ୍ତ୍ରାକାର ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଉତ୍ସାହଜନକ ନ ଥିଲା। ଦଳ ଏକଦା ୯୯ ସ୍କୋରରେ ଏହାର ୫ ଉଇକେଟ ହରାଇ ସାରିଥିଲା। ଶେଫାଳୀ ବର୍ମା (୭), ଅଧିନାୟିକା ହରମନପ୍ରୀତ କୌର (୧୦) ଓ ଜେମିମା ରୋଡ୍ରିଗ୍ସ (୧୭)ଙ୍କ ଭଳି ଟପ୍‌ ଅର୍ଡର ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ଭାରତର ୫ ଉଇକେଟ ପତନ ବେଳକୁ ମନ୍ଧାନା ୩୩ ରନ କରି ବ୍ୟାଟିଂ କରୁଥିଲେ। ଶତକ ହାସଲ କରିଥିବା ମନ୍ଧାନା ୧୨୭ ବଲ୍‌ ସାମ୍‌ନା କରି ୧୨ ଚୌକା ଓ ୧ ଛକା ସହ ୧୧୭ ରନ କରିଥିଲେ। ଏହାଥିଲା ତାଙ୍କର ୬ଷ୍ଠ ଅନ୍ତର୍ଜାତୀୟ ଦିନିକିଆ। ସେ ଓ ଦୀପ୍ତି ଶର୍ମା (୩୭ରନ, ୪୮ବଲ୍‌, ୩ ଚୌକା) ୬ଷ୍ଠ ଉଇକେଟରେ ୮୧ରନ (୯୨ ବଲ୍‌) ଯୋଗ କରିଥିଲେ। ପରେ ପୂଜା ବସ୍ତ୍ରାକାର (୩୧*) ଓ ମନ୍ଧାନା ୭ମ ଉଇକେଟରେ ୫୮ରନ (୫୪ବଲ୍‌) ଯୋଗ କରି ଦଳର ବିଜୟ ପଥକୁ ସହଜ କରିଦେଇଥିଲେ। ମାସାବାଟା କ୍ଲାସ ମନ୍ଧାନାଙ୍କୁ ସୁନ୍‌ ଲୁସ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ କରି ଏହି ପାର୍ଟନରଶିପ୍‌କୁ ଭାଙ୍ଗି ଦେଇଥିଲେ। ଏହି ମ୍ୟାଚରେ ଭାରତ ତରଫରୁ ଲେଗ୍‌ ସ୍ପିନର ଆଶା ସୋଭାନା ତାଙ୍କର ପ୍ରଥମ ଅନ୍ତଜର୍ର୍ାତୀୟ ଦିନିକିଆ ପଦାର୍ପଣ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ତରଫରୁ ଆନେରି ଡେର୍କସେନ ୫୦ ଓଭର ଫର୍ମାଟରେ ପଦାର୍ପଣ କରିଛନ୍ତି। ରବିବାର ଏହି ବିଜୟ ଦ୍ୱାରା ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଜୁନ୍‌ ୧୯ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?