ଆଇପିଇଏଫ୍‌ ବାଣିଜ୍ୟ ମଞ୍ଚରୁ ଓହରିଲା ଭାରତ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍ସ,୧୧ା୯: ଏସୀୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆମେରିକା ନେତୃତ୍ୱରେ ଗଠିତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ବାଣିଜି୍ୟକ ଆଲୋଚନାରୁ ଭାରତ ଓହରିଯାଇଛି। ଆଇପିଇଏଫ୍‌ର ୧୪ ରାଷ୍ଟ୍ର ମଧ୍ୟରୁ ଭାରତ ହେଉଛି ଏକମାତ୍ର ସଦସ୍ୟ, ଯାହାକି ଆମେରିକାର ଲସ୍‌ ଆଞ୍ଜେଲ୍ସରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ସ୍ବାକ୍ଷର କରିନାହିଁ। ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ, ଯୋଗାଣ ଶୃଙ୍ଖଳ ଓ ଟିକସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ସୁଦୃଢ଼ କରି ବଜାର ପ୍ରବେଶ ଉଦ୍ଦେଶ୍ୟରେ ଏହା ବାଇଡେନ୍‌ ପ୍ରଶାସନର ଏକ ଉଦ୍ୟମ। ଚାଇନାର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ମୁକାବିଲା ପାଇଁ ଆଇପିଇଏଫ୍‌ ପ୍ରତିଷ୍ଠା କରାଯାଇଥିବାବେଳେ ନୂଆଦିଲ୍ଲୀର ସଦ୍ୟ ପଦକ୍ଷେପ ଯୋଗୁ ଆମେରିକାକୁ ଝଟକା ଲାଗିଛି। ଆମେରିକା ଗସ୍ତରେ ଥିବା ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଲସ୍‌ ଏଞ୍ଜେଲ୍ସରେ କହିଛନ୍ତି, ନିଜ ଜାତୀୟ ସ୍ବାର୍ଥର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ନିଷ୍ପତ୍ତି ନେବ। ଭାରତ ହେଉଛି ଆମେରିକୀୟ କମ୍ପାନୀଗୁଡ଼ିକୁ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ଅଗ୍ରଣୀ ଦେଶ। ଏକ ମଜଭୁତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ ଫର୍‌ ପ୍ରୋସ୍ପିରିଟି (ଆଇପିଏଫ୍‌) ପାଇଁ ଭାରତର ପ୍ରସ୍ତାବ ଖୁବ୍‌ଶୀଘ୍ର ପାର୍ଲାମେଣ୍ଟରେ ଆଗତ କରାଯିବ। ଭାରତ ଉଚ୍ଚସ୍ତରର ଡାଟା ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଆଧୁନିକ ଓ ସମସାମୟିକ ଆଇନଗୁଡ଼ିକର ଅବଧାରଣା ଉପରେ କାମ କରୁଛି। ଶୀଘ୍ର ସେଗୁଡ଼ିକୁ ଲାଗୁ କରାଯିବ। ଏହା ପୂର୍ବରୁ ଗୋୟଲ ଆଇପିଇଏଫ୍‌ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇଥିଲେ। ତାଙ୍କ ସହ ବୈଠକରେ ୟୁଏସ୍‌ଟିଆର୍‌ ରାଷ୍ଟ୍ରଦୂତ କ୍ୟାଥରିନ୍‌ ତାଇ ଓ ଆମେରିକା ବାଣିଜ୍ୟ ସଚିବ ଜିନା ରାଇମଣ୍ଡୋ ମଧ୍ୟ ସାମିଲ ଥିଲେ। ଆମେରିକୀୟ ଅଧିକାରୀମାନେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆଇପିଇଏଫ୍‌ରେ ସାମିଲ ନ ହେବା ନେଇ ନୂଆଦିଲ୍ଲୀର ନିଷ୍ପତ୍ତି ଏହି ସଙ୍ଗଠନର ଢାଞ୍ଚାଗତ ନମନୀୟତାକୁ ଦର୍ଶାଉଛି। ଆମେରିକା ବାଣିଜି୍ୟକ ପ୍ରତିନିଧି କ୍ୟାଥେରିନ୍‌ ତାଇ କହିଛନ୍ତି, ଭାରତ ସହ ଆମେରିକାର ବାଣିଜି୍ୟକ ଆଲୋଚନା ଜାରି ରହିବ। ପ୍ରକାଶ ଯେ, ଗତ ମେ’ ୨୩ରେ ଆଇପିଇଏଫ୍‌ର ଶୁଭାରମ୍ଭ ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏହି ସଙ୍ଗଠନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସମୃଦ୍ଧି ଆଣିଦେବ। ଏହା ପୂର୍ବରୁ ୨୦୧୯ରେ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ସହଭାଗିତା (ଆର୍‌ସିଇପି) ପ୍ରସଙ୍ଗରେ ମଧ୍ୟ ଭାରତ ଅନୁରୂପ ପଦକ୍ଷେପ ନେଇଥିଲା। ଚାଇନା ନେତୃତ୍ୱାଧୀନ ଆର୍‌ସିଇପି ହେଉଛି ପୃଥିବୀର ସର୍ବବୃହତ୍‌ ଆଞ୍ଚଳିକ ମୁକ୍ତ ବାଣିଜ୍ୟ ଚୁକ୍ତି, ଯାହା ପରିସରରେ ବିଶ୍ୱର ଏକତୃତୀୟାଂଶ ଜନସଂଖ୍ୟା ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଆସୁଛି। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆର୍‌ସିଇପି ଭାରତୀୟମାନଙ୍କ ଜୀବିକାକୁ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ ଭାରତ ଏଥିରୁ ଓହରିଯାଇଛି। ପ୍ରକାଶ ଯେ, ଆର୍‌ଇସିପିର ମୁକାବିଲା ପାଇଁ ଆମେରିକା ଆଇପିଇଏଫ୍‌ ପ୍ରତିଷ୍ଠା କରିଥିଲା।

ଆଇପିଇଏଫ୍‌ କ’ଣ

ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ଏକ ଅର୍ଥନୈତିକ ଉଦ୍ୟମ। ୨୦୨୨ ମେ’ ୨୩ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାର ଶୁଭାରମ୍ଭ କରିଥିଲେ। ଏହି ବହୁରାଷ୍ଟ୍ରୀୟ ସଙ୍ଗଠନରେ ଅଷ୍ଟ୍ରେଲିଆ, ବ୍ରୁନେଇ, ଫିଜି , ଭାରତ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ଆମେରିକା ଓ ଭିଏଟ୍‌ନାମ ରହିଛନ୍ତି। ଫିଜି ପ୍ରଥମ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଭାବେ ଏଥିରେ ସାମିଲ ହୋଇଥିଲା। ଟୋକିଓରେ ଅନୁଷ୍ଠିତ ଉଦ୍‌ଘାଟନୀ ସମ୍ମିଳନୀରେ ବାଇଡେନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହାକୁ ‘ଏକବିଂଶ ଶତାବ୍ଦୀ ପାଇଁ ନୂଆ ନିୟମ ଲେଖିବାର ଏକ ପ୍ରୟାସ’ ବୋଲି ଅଭିହିତ କରିଥିଲେ। ମୁକ୍ତ ତଥା ପ୍ରତିକୂଳ ସ୍ଥିତିର ମୁକାବିଲା ସାମର୍ଥ୍ୟ ସମ୍ପନ୍ନ ବାଣିଜ୍ୟ, ଯୋଗାଣ ଶୃଙ୍ଖଳ ଭିତ୍ତିଭୂମି ମଜଭୁତ, ସ୍ବଚ୍ଛ ଶକ୍ତି ତଥା ଦୁର୍ନୀତି ନିରୋଧୀ କାରବାର ହେଉଛି ଆଇପିଇଏଫ୍‌ର ମୁଖ୍ୟ ବିଷୟବସ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri