ଆଇପିଇଏଫ୍‌ ବାଣିଜ୍ୟ ମଞ୍ଚରୁ ଓହରିଲା ଭାରତ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍ସ,୧୧ା୯: ଏସୀୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆମେରିକା ନେତୃତ୍ୱରେ ଗଠିତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ବାଣିଜି୍ୟକ ଆଲୋଚନାରୁ ଭାରତ ଓହରିଯାଇଛି। ଆଇପିଇଏଫ୍‌ର ୧୪ ରାଷ୍ଟ୍ର ମଧ୍ୟରୁ ଭାରତ ହେଉଛି ଏକମାତ୍ର ସଦସ୍ୟ, ଯାହାକି ଆମେରିକାର ଲସ୍‌ ଆଞ୍ଜେଲ୍ସରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ସ୍ବାକ୍ଷର କରିନାହିଁ। ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ, ଯୋଗାଣ ଶୃଙ୍ଖଳ ଓ ଟିକସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ସୁଦୃଢ଼ କରି ବଜାର ପ୍ରବେଶ ଉଦ୍ଦେଶ୍ୟରେ ଏହା ବାଇଡେନ୍‌ ପ୍ରଶାସନର ଏକ ଉଦ୍ୟମ। ଚାଇନାର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ମୁକାବିଲା ପାଇଁ ଆଇପିଇଏଫ୍‌ ପ୍ରତିଷ୍ଠା କରାଯାଇଥିବାବେଳେ ନୂଆଦିଲ୍ଲୀର ସଦ୍ୟ ପଦକ୍ଷେପ ଯୋଗୁ ଆମେରିକାକୁ ଝଟକା ଲାଗିଛି। ଆମେରିକା ଗସ୍ତରେ ଥିବା ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଲସ୍‌ ଏଞ୍ଜେଲ୍ସରେ କହିଛନ୍ତି, ନିଜ ଜାତୀୟ ସ୍ବାର୍ଥର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ନିଷ୍ପତ୍ତି ନେବ। ଭାରତ ହେଉଛି ଆମେରିକୀୟ କମ୍ପାନୀଗୁଡ଼ିକୁ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ଅଗ୍ରଣୀ ଦେଶ। ଏକ ମଜଭୁତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ ଫର୍‌ ପ୍ରୋସ୍ପିରିଟି (ଆଇପିଏଫ୍‌) ପାଇଁ ଭାରତର ପ୍ରସ୍ତାବ ଖୁବ୍‌ଶୀଘ୍ର ପାର୍ଲାମେଣ୍ଟରେ ଆଗତ କରାଯିବ। ଭାରତ ଉଚ୍ଚସ୍ତରର ଡାଟା ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଆଧୁନିକ ଓ ସମସାମୟିକ ଆଇନଗୁଡ଼ିକର ଅବଧାରଣା ଉପରେ କାମ କରୁଛି। ଶୀଘ୍ର ସେଗୁଡ଼ିକୁ ଲାଗୁ କରାଯିବ। ଏହା ପୂର୍ବରୁ ଗୋୟଲ ଆଇପିଇଏଫ୍‌ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇଥିଲେ। ତାଙ୍କ ସହ ବୈଠକରେ ୟୁଏସ୍‌ଟିଆର୍‌ ରାଷ୍ଟ୍ରଦୂତ କ୍ୟାଥରିନ୍‌ ତାଇ ଓ ଆମେରିକା ବାଣିଜ୍ୟ ସଚିବ ଜିନା ରାଇମଣ୍ଡୋ ମଧ୍ୟ ସାମିଲ ଥିଲେ। ଆମେରିକୀୟ ଅଧିକାରୀମାନେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆଇପିଇଏଫ୍‌ରେ ସାମିଲ ନ ହେବା ନେଇ ନୂଆଦିଲ୍ଲୀର ନିଷ୍ପତ୍ତି ଏହି ସଙ୍ଗଠନର ଢାଞ୍ଚାଗତ ନମନୀୟତାକୁ ଦର୍ଶାଉଛି। ଆମେରିକା ବାଣିଜି୍ୟକ ପ୍ରତିନିଧି କ୍ୟାଥେରିନ୍‌ ତାଇ କହିଛନ୍ତି, ଭାରତ ସହ ଆମେରିକାର ବାଣିଜି୍ୟକ ଆଲୋଚନା ଜାରି ରହିବ। ପ୍ରକାଶ ଯେ, ଗତ ମେ’ ୨୩ରେ ଆଇପିଇଏଫ୍‌ର ଶୁଭାରମ୍ଭ ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏହି ସଙ୍ଗଠନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସମୃଦ୍ଧି ଆଣିଦେବ। ଏହା ପୂର୍ବରୁ ୨୦୧୯ରେ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ସହଭାଗିତା (ଆର୍‌ସିଇପି) ପ୍ରସଙ୍ଗରେ ମଧ୍ୟ ଭାରତ ଅନୁରୂପ ପଦକ୍ଷେପ ନେଇଥିଲା। ଚାଇନା ନେତୃତ୍ୱାଧୀନ ଆର୍‌ସିଇପି ହେଉଛି ପୃଥିବୀର ସର୍ବବୃହତ୍‌ ଆଞ୍ଚଳିକ ମୁକ୍ତ ବାଣିଜ୍ୟ ଚୁକ୍ତି, ଯାହା ପରିସରରେ ବିଶ୍ୱର ଏକତୃତୀୟାଂଶ ଜନସଂଖ୍ୟା ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଆସୁଛି। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆର୍‌ସିଇପି ଭାରତୀୟମାନଙ୍କ ଜୀବିକାକୁ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ ଭାରତ ଏଥିରୁ ଓହରିଯାଇଛି। ପ୍ରକାଶ ଯେ, ଆର୍‌ଇସିପିର ମୁକାବିଲା ପାଇଁ ଆମେରିକା ଆଇପିଇଏଫ୍‌ ପ୍ରତିଷ୍ଠା କରିଥିଲା।

ଆଇପିଇଏଫ୍‌ କ’ଣ

ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ଏକ ଅର୍ଥନୈତିକ ଉଦ୍ୟମ। ୨୦୨୨ ମେ’ ୨୩ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାର ଶୁଭାରମ୍ଭ କରିଥିଲେ। ଏହି ବହୁରାଷ୍ଟ୍ରୀୟ ସଙ୍ଗଠନରେ ଅଷ୍ଟ୍ରେଲିଆ, ବ୍ରୁନେଇ, ଫିଜି , ଭାରତ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ଆମେରିକା ଓ ଭିଏଟ୍‌ନାମ ରହିଛନ୍ତି। ଫିଜି ପ୍ରଥମ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଭାବେ ଏଥିରେ ସାମିଲ ହୋଇଥିଲା। ଟୋକିଓରେ ଅନୁଷ୍ଠିତ ଉଦ୍‌ଘାଟନୀ ସମ୍ମିଳନୀରେ ବାଇଡେନ୍‌ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହାକୁ ‘ଏକବିଂଶ ଶତାବ୍ଦୀ ପାଇଁ ନୂଆ ନିୟମ ଲେଖିବାର ଏକ ପ୍ରୟାସ’ ବୋଲି ଅଭିହିତ କରିଥିଲେ। ମୁକ୍ତ ତଥା ପ୍ରତିକୂଳ ସ୍ଥିତିର ମୁକାବିଲା ସାମର୍ଥ୍ୟ ସମ୍ପନ୍ନ ବାଣିଜ୍ୟ, ଯୋଗାଣ ଶୃଙ୍ଖଳ ଭିତ୍ତିଭୂମି ମଜଭୁତ, ସ୍ବଚ୍ଛ ଶକ୍ତି ତଥା ଦୁର୍ନୀତି ନିରୋଧୀ କାରବାର ହେଉଛି ଆଇପିଇଏଫ୍‌ର ମୁଖ୍ୟ ବିଷୟବସ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?