Posted inଜାତୀୟ

ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…

ନୂଆଦିଲ୍ଲୀ, ୨।୮ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଅନେକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମୋଦି ଏବଂ ସୋହିଲ ମଧ୍ୟ ମିଳିତ ବିବୃତ୍ତି ଦେଇଛନ୍ତି।

ଏଥିରେ ମୋଦି କହିଛନ୍ତି ଯେ ଆମେ ଗ୍ରେଟର ମାଲେରେ ୪୦୦୦ ସାମାଜିକ ଗୃହ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଛୁ। ୨୦୦୦ ସାମାଜିକ ଗୃହ ୟୁନିଟ ପାଇଁ ଆମେ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ସୋଲିହ ଭାରତ ଆସିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଭାଗିଦାରୀରେ ଅଗ୍ରଗତିର ସମୀକ୍ଷା ହୋଇଛି। ତାଙ୍କ ସହ ଉଚ୍ଚ ସ୍ତରୀୟ ଅଧିକାରୀ ଏବଂ ବ୍ୟବସାୟ ପ୍ରତିନିଧୀମଣ୍ଡଳ ମଧ୍ୟ ଭାରତ ଆସିଛନ୍ତି।

ଭାରତୀୟ ବହିର୍ବ୍ୟପାର ବ୍ୟାପାର ମନ୍ତ୍ରଣାଳୟ ଟୁଇଟ କରି କହିଛି ଯେ ଜଣେ ଘନିଷ୍ଠ ବନ୍ଧୁ ତଥା ସାମୁଦ୍ରିକ ପଡ଼ୋଶୀଙ୍କୁ ସ୍ବାଗତ କରାଯାଉଛି। ସରକାରୀ ଗସ୍ତ ପାଇଁ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ଅବିସ୍ମରଣୀୟ ବନ୍ଧୁତାକୁ ମଜବୁତ କରିବା ଏବଂ ବହୁମୁଖୀ ସହଭାଗୀତାକୁ ଅଧିକ ଉତ୍ସାହିତ କରିବା ପାଇଁ ଏହା ଏକ ସୁଯୋଗ।

ନୂଆଦିଲ୍ଲୀରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ରାଷ୍ଟ୍ରପତି ସୋଲିହ ଦିଲ୍ଲୀରେ ଏକ ଭାରତୀୟ ବ୍ୟବସାୟ ପ୍ରତିନିଧୀଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇ ଗସ୍ତରେ ଆସି ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଇବ୍ରାହିମ ମହମ୍ମଦ ସୋଲିହ ଦିଲ୍ଲୀରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ହେବା ପରେ ମାଳଦ୍ୱୀପ ମୁଖ୍ୟଙ୍କ ସହ ମୁର୍ମୁଙ୍କର ଏହା ପ୍ରଥମ ସାକ୍ଷାତ।


Enter your email to get our daily news in your inbox.

All Right Reserved By Dharitri.Com

ନାଥୁରାମଙ୍କୁ ‘ଦେଶଭକ୍ତ’ କହିଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହିଛନ୍ତି। ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ...

୩୬ ଘଣ୍ଟା ପରେ ମିଳିଲା ସିଦ୍ଧାର୍ଥଙ୍କ ମୃତଦେହ

ବେଙ୍ଗାଲୁରୁ,୩୧।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେ’ର ମାଲିକ ଭିି.ଜି. ସିଦ୍ଧାର୍ଥଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି।...

ଗତ ୨୪ ଘଣ୍ଟାରେ ଦିଲ୍ଲୀ-ଏନ୍‌ସିଆରରେ ଦ୍ୱିତୀୟ ଥର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଲଗାତର ଦ୍ୱିତୀୟ ଦିନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରହିଛି। ସୋମବାର ଦ୍ୱିପ୍ରହର ଗୋଟାଏ ୨୬ ମିନିଟ୍‌ରେ...

ଖଲିସ୍ତାନ ପତାକା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଶିମଲା,୮।୫: ହିମାଚଳପ୍ରଦେଶ ବିଧାନସଭାର ମୁଖ୍ୟ ପ୍ରବେଶ ପଥ ଏବଂ କାନ୍ଥରେ ରବିବାର ଖଲିସ୍ତାନ ପତାକା ଲାଗିଥିବା ଦେଖାଯାଇଛି। ଧର୍ମଶାଳାସ୍ଥିତ ଆସେମ୍ବ୍ଲି ବିଲ୍ଡିଂର କାନ୍ଥରେ ସ୍ଲୋଗାନ ମଧ୍ୟ...

ଘାତକ ମିଶାଇଲ ‘ହାମର’

ନୂଆଦିଲ୍ଲୀ: ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ...

ଖୁସି ଖବର: ଭାକ୍ସିନ୍‌ ମିକ୍ସିଂରେ ପରାଜିତ ହେବ କରୋନା…

ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ପୁଞ୍ଚ୍‌ର ଶାହପୁର ଏବଂ କରନି ସେକ୍ଟରରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼...

ସିଏଏକୁ ନେଇ ଭାରତ ବନ୍ଦ: ପଶ୍ଚିମବଙ୍ଗରେ ହିଂସା; ୨ ମୃତ

କୋଲକାତା,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ହୋଇଥିବା ଭାରତବନ୍ଦରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଛି। ସ୍ଥାନୀୟ ମୁର୍ଶିଦାବାଦ୍‌ରେ ଭାରତବନ୍ଦ ହିଂସାରେ ୨...

Advertisement
Archives

Model This Week