Posted inଖେଳ

ରୋହିତଙ୍କୁ ତାଙ୍କ ପ୍ରିୟ ସଟ ନ ଖେଳିବାକୁ ପରାମର୍ଶ ଦେଲେ ଗାଭାସ୍କର

ବେଙ୍ଗାଲୁରୁ,୧୧।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଅଧିନାୟକ ଭାବେ ରୋହିତ ଶର୍ମା ବିଜୟ ସହ ଟେଷ୍ଟ ସିରିଜ୍‌ ଆରମ୍ଭ କରିଛନ୍ତି। ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଶ୍ରୀଲଙ୍କାର ବିପକ୍ଷରେ କ୍ଲିନ୍‌ସୁଇପ୍‌ କରିବାକୁ ଭାରତ ନଜର ରହିଛି। କିନ୍ତୁ ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଆଖି ରୋହିତଙ୍କ ବ୍ୟାଟିଂ ଉପରେ ରହିଛି। ରୋହିତ ବ୍ୟାଟ ସହିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଗାଭାସ୍କର ରୋହିତଙ୍କୁ ବ୍ୟାଟିଂରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି। ଏଥିପାଇଁ ସେ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।
ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କୁ ତାଙ୍କ ପ୍ରିୟ ସଟ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ପୁଲ ସଟ ହେଉଛି ରୋହିତଙ୍କ ପ୍ରିୟ ସଟ। କିନ୍ତୁ ଗାଭାସ୍କର ବିଶ୍ୱାସ କରନ୍ତି, ଯଦି ରୋହିତ ପୁଲ ସଟ ଖେଲିବା ବନ୍ଦ କରନ୍ତି ତେବେ ସେ ଅଧିକ ରନ ସ୍କୋର କରିପାରିବେ। ଏକ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି, ତାଙ୍କୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ। କିନ୍ତୁ ପୁଲ ସଟ୍‌ ଏକମାତ୍ର ସଟ ନୁହେଁ ଯେଉଁଥିରୁ ସେ ରନ କରିପାରିବେ। ତାଙ୍କର ଅନ୍ୟ ସଟ ଖେଳିବାର କ୍ଷମତା ମଧ୍ୟ ଅଛି। ଯେଉଁ ବୋଲରଙ୍କ ଟିକିଏ ଗତି ଅଛି, ସେ ତାଙ୍କ ବିପକ୍ଷରେ ସର୍ଟ ବଲ ବ୍ୟବହାର କରିବେ। କିନ୍ତୁ ସବୁ ବଲ୍‌ରେ ସେ ପୁଲ୍‌ ସଟ ଖେଲିବାକୁ ଚେଷ୍ଟା କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ରୋହିତ ଶର୍ମା ତାଙ୍କ ପୁଲ ସଟ ପାଇଁ ବହୁତ ପ୍ରସିଦ୍ଧ। ଏହି ସଟ ଖେଳି ସେ ବହୁତ ରନ ସ୍କୋର କରିଛନ୍ତି। ସେ କେବଳ ପୁଲ ସଟ ମାଧ୍ୟମରେ ଅନେକ ଲମ୍ବା ଛକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri