Posted inଖେଳ

୫ ବର୍ଷ ମଧ୍ୟରେ ପ୍ରଥମଥର କୋହଲି ସହ ଘଟିଲା ଏମିତି

ବେଙ୍ଗାଲୁରୁ,୧୩।୩: ବେଙ୍ଗାଲୁରୁରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରିଥିଲେ। କିନ୍ତୁ ଏହି ଟେଷ୍ଟର ପ୍ରଥମ ଇନିଂସରେ ସେ ୨୩ ରନ କରି ଆଉଟ ହୋଇଥିଲେ ଏବଂ ଦ୍ୱିତୀୟରେ ମଧ୍ୟ ସେ ୧୩ ରନ ସଂଗ୍ରହ କରିଥିଲେ। ବର୍ତ୍ତମାନ ଉଭୟ ଇନିଂସରେ ବିଫଳ ହେବା ପରେ କୋହଲିଙ୍କ ଟେଷ୍ଟ ହାରାହାରି ମଧ୍ୟ ୫୦କୁ ଖସି ଆସିଛି। କୋହଲିଙ୍କ ହାରାହାରି ୫୦କୁ ବଜାୟ ରଖିବା ପାଇଁ ଏହି ମ୍ୟାଚରେ ୪୩ ରନ କରିବାର ଥିଲା। କିନ୍ତୁ ସେ ଏହା କରିବାରେ ବିଫଳ ହୋଇଥିଲେ। କୋହଲି ବର୍ତ୍ତମାନ ୧୦୧ ଟେଷ୍ଟ ମ୍ୟାଚରେ ହାରାହାରି ୪୯.୯୫ରେ ୮୦୪୩ ରନ କରିଛନ୍ତି। ଏହି ସମୟ ମଧ୍ୟରେ, ୨୭ଟି ଶତକ ଏବଂ ୨୮ ଅର୍ଦ୍ଧଶତକ ସେ କରିଛନ୍ତି। ନୀର୍ଘ ୫ ବର୍ଷ ପରେ କୋହଲିଙ୍କ ହାରାହାରି ୫୦ ତଳକୁ ଖସିଛି।
୨୦୧୭ରେ ଶ୍ରୀଲଙ୍କା ବିପକ୍ଷ କୋଲକାତା ଟେଷ୍ଟର ଦ୍ୱିତୀୟ ଇନିଂସ ପରଠାରୁ ବିରାଟ କୋହଲିଙ୍କ ଟେଷ୍ଟ ବ୍ୟାଟିଂ ହାରାହାରି ୪୦ଟି ଟେଷ୍ଟରେ ପ୍ରଥମ ଥର ପାଇଁ ୫୦ ତଳକୁ ଖସି ଆସିଛି। ନଭେମ୍ବର ୨୦୧୯ରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶେଷ ଶତକ ସ୍କୋର କରିଥିଲେ। ସେ ବାଂଲାଦେଶ ବିପକ୍ଷରେ କୋଲକାତା ଟେଷ୍ଟ ମ୍ୟାଚରେ ୧୩୬ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri