Posted inଖେଳ

ଆଜିଠାରୁ ଦକ୍ଷିଣ ଆଫ୍ରିକା-ଭାରତ ଲଢ଼େଇ; ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ରବିବାରଠାରୁ ଆରମ୍ଭ ହେବ। ଭାରତ ବିରାଟ କୋହିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବେ ଡିନ ଏଲଗାର।

ଅପରପକ୍ଷେ ଏହି ମ୍ୟାଚ୍‌ରେ ରୋହିତ ଶର୍ମା, ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କ ବିନା ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି। କାରଣ ଆହତ କାରଣରୁ ଖେଳାଳିମାନେ ବାହାର ହୋଇଛନ୍ତି।  ଭାରତୀୟ ଦଳ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ କୌଣସି ଟେଷ୍ଟ ସିରିଜ୍‌ ଜିତି ନାହିଁ। ଏଣୁ ଏହି ସିରିଜ୍‌ ଜିତି ଭାରତ ଇତିହାସ ରଚିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ମ୍ୟାଚର ସିଧା ପ୍ରସାରଣ କେବେ ଏବଂ କେଉଁଠାରେ ଦେଖିପାରିବେ?

-କେବେ ଖେଳାଯିବ?
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ୨୬ ଡିସେମ୍ବର (ରବିବାର)ଠାରୁ ଆରମ୍ଭ ହେବ।

-କେଉଁଠାରେ ଖେଳାଯିବ?
-ସେଞ୍ଚୁରିଅନର ସୁପରପୋର୍ଟ ପାର୍କ ଷ୍ଟାଡିୟମରେ ଏହି ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ।

-କେଉଁ ସମୟରେ ଏହି ଟେଷ୍ଟ ମ୍ୟାଚ ଆରମ୍ଭ ହେବ?
ଭାରତୀୟ ସମୟାନୁଯାୟୀ ଅପରାହ୍ନ ୧:୩୦ ରେ ମ୍ୟାଚ୍‌ ଆରମ୍ଭ ହେବ ।

– କେଉଁ ଚ୍ୟାନେଲ ଏହି ମ୍ୟାଚକୁ ସିଧା ପ୍ରସାରଣ କରିବ?
ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କରେ ଆପଣ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚ ଲାଇଭ୍‌ ଦେଖିପାରିବେ।

-ଅନ୍‌ଲାଇନ୍‌ରେ ଲାଇଭ ଷ୍ଟ୍ରିମ କୁ କେଉଁଠାରେ ଦେଖିହେବ?
ଡିସ୍ନି ପ୍ଲସ ହଟଷ୍ଟାର୍‌ ଆପରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଲାଇଭ ଷ୍ଟ୍ରିମିଂ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର...

ଏସ୍‌ଆର ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୬ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

ସଚିନଙ୍କ ପରେ ପୁଅ ବି କଲେ କମାଲ୍‌

ମୁମ୍ବାଇ,୧୪।୧୨: ରଣଜୀ ୨୦୨୨-୨୩ ସିଜିନ୍‌ ଆରମ୍ଭ ହୋଇଛି। ଏହି ସିଜନରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀରେ ଡେବ୍ୟୁ...

ଶୁଭାଶିଷଙ୍କ ରୋଲ ମଡେଲ କୋହଲି, ଗାଙ୍ଗୁଲି, ଫେଡରର

ନୂଆଦିଲ୍ଲୀ, ୧୭।୪- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଟେନିସ...

ମୀନା, ଜ୍ୟୋତ୍ସ୍ନାଙ୍କୁ ସ୍ବର୍ଣ୍ଣ, ଝିଲି ରୌପ୍ୟ

ଭୁବନେଶ୍ୱର, ୧୩ା୭(ତପନ ସ୍ବାଇଁ): ଗ୍ରେଟର ନଏଡ଼ାଠାରେ ବୁଧବାର ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଓଡ଼ିଶା ଭାରୋତ୍ତୋଳନ ଏଚ୍‌ପିସି ଆଥଲେଟ୍‌ ଜ୍ୟୋତ୍ସ୍ନା ଶବର...

୭ଉଇକେଟରେ ରାଜସ୍ଥାନକୁ ହରାଇଲା କୋଲ୍‌କାତା

ମୁମ୍ବାଇ,୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ...

ଗୁରୁତର ଅଭିଯୋଗ ଆଣିଲେ ମୁସ୍ତାକ

ନୂଆଦିଲ୍ଲୀ, ୧୫।୭(ପି.ଟି.)-ଜାତୀୟ କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନକରି ନିର୍ବାଚିତ ହୋଇଥିବାରୁ ନିକଟରେ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେଇଥିବା ମହମ୍ମଦ ମୁସ୍ତାକ ଅହମ୍ମଦ ଏବେ ମୁହଁ...

Advertisement
Archives

Model This Week