Posted inଖେଳ

ଆଜି ଭାରତ ବନାମ ପାକିସ୍ତାନ

ପାଲିକେଲେ, ୨।୯: ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏଥିରେ ମୁଖ୍ୟତଃ ଭାରତର ଟପ୍‌-୩ ବ୍ୟାଟର ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ପାକିସ୍ତାନର ପେସ୍‌ ତ୍ରୟ ହାରିସ ରୌଫ, ଶାହିନ ଶାହା ଆଫ୍ରିଦୀ ଓ ନସିମ ଶାହାଙ୍କ ମଧ୍ୟରେ ମୁକାବିଲା ହେବ। ଆଗକୁ ଦିନିକିଆ ବିଶ୍ୱକପ୍‌ ଆସୁଥିବାରୁ ଏହି ମ୍ୟାଚ ଉତ୍ତମ ଡ୍ରେସ ରିହର୍ସାଲଠାରୁ ଆହୁରି ଅଧିକ କିଛି ହେବ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଗତ ଟି୨୦ ବିଶ୍ୱକପ୍‌ରେ ରୌଫଙ୍କ ବଲ୍‌ରେ ପରାସ୍ତ ହୋଇଥିଲେ ରୋହିତ। ତେଣୁ ଆଗାମୀ ମ୍ୟାଚରେ ଏହାର ଜବାବ ଦେବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିବ। ଏସିଆ କପ୍‌ ଏଥର ୫୦ ଓଭର ଫର୍ମାଟକୁ ଫେରିଛି। ତେଣୁ ଅଂଶଗ୍ରହଣକାରୀ ୬ ମଧ୍ୟରୁ ୫ ଦଳ ଏଥିରେ ଭଲଭାବେ ନିଜକୁ ପ୍ରସ୍ତୁତ କରିପାରିବେ।
ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ ରହିଛି। ତେବେ ଶାହିନ, ରୌଫ ଏବଂ ନସିମଙ୍କ ବିପକ୍ଷରେ ରୋହିତ, ଗିଲ୍‌ ଓ କୋହଲି ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିବେ ବୋଲି ଭାରତୀୟ ପ୍ରଶଂସକ ଆଶାରେ ରହିଛନ୍ତି। ଓଭରକାଷ୍ଟ କଣ୍ଡିଶନରୁ ପାକିସ୍ତାନ ଦ୍ରୁତ ବୋଲର ନିଶ୍ଚିତ ଫାଇଦା ଉଠାଇବାକୁ ଚାହିଁବେ। ବିଶେଷ କରି ପାଓ୍ବାରପ୍ଲେରେ ଭାରତର ଟପ୍‌-୩ ସେଟ୍‌ ହେବା ପୂର୍ବରୁ ସେମାନେ ମ୍ୟାଚକୁ ନିୟନ୍ତ୍ରଣକୁ ନେବା ଆଶାରେ ରହିବେ। ଉଭୟ ଭାରତ ଓ ପାକିସ୍ତାନୀ ମିଡିଲ ଅର୍ଡରଙ୍କ ଉପରେ ମଧ୍ୟ ଗୁରୁଦାୟିତ୍ୱ ରହିବ। ଲୋକେଶ ରାହୁଲ ଅତିକମ୍‌ରେ ଏସିଆ କପ୍‌ର ପ୍ରଥମ ୨ଟି ମ୍ୟାଚ ଖେଳିପାରିବେ ନାହିଁ। ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଭାରତ ଉଇକେଟକିପର ଇଶାନ କିଶନଙ୍କୁ ମିଡିଲ ଅର୍ଡରରେ ଖେଳାଇପାରେ। ମାତ୍ର ଏ ପର୍ଯ୍ୟନ୍ତ ୪ ଓ ୫ ନମ୍ବର ପୋଜିଶନ ପାଇଁ କିଛି ଚୂଡ଼ାନ୍ତ ହୋଇନାହିଁ। କିଶନ ବାମହାତୀ ବ୍ୟାଟର ହୋଇଥିବାରୁ ଭାରତୀୟ ଲାଇନ୍‌ଅପ୍‌ରେ ବିବିଧତା ରହିପାରିବ। ମାତ୍ର ଏହି ଝାଡ଼ଖଣ୍ଡ ଷ୍ଟମ୍ପର ଭାରତ ପକ୍ଷରୁ କେବେହେଲେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିନାହାନ୍ତି। ମିଡିଲ ଅର୍ଡରରେ ତାଙ୍କ ଆଭରେଜ ୨୨.୭୫ ରହିଛି। ତେଣୁ ସୁଯୋଗ ମିଳିଲେ ତାଙ୍କୁ ପରିସ୍ଥିତି ଅନୁସାରେ ବ୍ୟାଟିଂ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ପାକିସ୍ତାନ ଦଳରେ ଆହତ ସମସ୍ୟାକୁ ନେଇ କୌଣସି ଚିନ୍ତା ନାହିଁ। ତେବେ ନିକଟ ଅତୀତରେ ଅଧିକ ଦିନିକିଆ ନ ଖେଳିବା ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ୨୦୧୯ ବିଶ୍ୱକପ୍‌ଠାରୁ ‘ଗ୍ରୀନ୍‌ ବ୍ରିଗେଡ’ ଦଳ ମାତ୍ର ୨୯ଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଛି। ସେହି ତୁଳନାରେ ଭାରତ ୫୭ଟି ମ୍ୟାଚ ଖେଳି ସାରିଛି। ୨୯ ମ୍ୟାଚ ମଧ୍ୟରୁ ପାକିସ୍ତାନ ଚଳିତ ବର୍ଷ ୧୨ଟି ମ୍ୟାଚ ଖେଳିଛି। ଦଳର ଟପ୍‌-୩ ଅଧିନାୟକ ବାବର ଆଜମ (୬୮୯ ରନ), ଫଖର ଜମନ (୫୯୩) ଓ ଇମାନ-ଉଲ୍‌-ହକ୍‌ (୩୬୧) ପ୍ରଭାବୀ ବ୍ୟାଟିଂ କରିବାରେ ସକ୍ଷମ ହୋଇଛନ୍ତି। ମାତ୍ର ୪ରୁ ୬ ନମ୍ବରକୁ ନେଇ ଦଳ ସମସ୍ୟାରେ ରହିଛି। ଉସାମା ମିର୍‌, ସୌଦ ଶକିଲ ଓ ଆଘା ସଲମାନଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ୪ ନମ୍ବର ସ୍ଥାନରେ ମହମ୍ମଦ ରିଜଓ୍ବାନ ମଧ୍ୟ ବିଫଳ ହୋଇଛନ୍ତି। ୭ ନମ୍ବର ଇଫତିଖାର ଅହମଦ ଓ ୮ ନମ୍ବର ଶାଦବ ଖାଁ ଭଲ ବ୍ୟାଟିଂ କରନ୍ତୁ ବୋଲି ପାକିସ୍ତାନ ନିଶ୍ଚିତ ଚାହିଁବ। ନେପାଳ ବିପକ୍ଷ ମ୍ୟାଚରେ ବ୍ୟାଟିଂ ପ୍ରମୋଶନ ପାଇଥିବା ଇଫ୍‌ତିଖାର କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ। ଗତ ସପ୍ତାହରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଶାଦବ ଉପଯୋଗୀ ୪୮ ରନ କରିବାରୁ ପାକିସ୍ତାନ ହାମ୍ବନତୋଟାରେ ରୋମାଞ୍ଚକଭାବେ ୧ ଉଇକେଟରେ ବିଜୟୀ ହେବା ସମ୍ଭବ ହୋଇଥିଲା।
ମିଡିଲ ଅର୍ଡର ସମସ୍ୟାକୁ ନେଇ ଭାରତ ଓ ପାକିସ୍ତାନ ଦଳ ସମାନ ସ୍ଥିତିରେ ରହିଛନ୍ତି। ବୋଲିଂ କ୍ଷେତ୍ରରେ ପାକିସ୍ତାନ ପଲା ସାମାନ୍ୟ ଭାରି ଥିବାପରି ଜଣାପଡ଼ୁଛି। ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପ୍ରତ୍ୟାବର୍ତ୍ତନରେ ଭାରତର ଦ୍ରୁତ ବୋଲିଂ ବିଭାଗ ଶାଣିତ ହୋଇଛି। ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଦୁହେଁ ଭଲ ବୋଲିଂ କରିଥିଲେ। ମାତ୍ର ସେମାନେ ୫୦ ଓଭର କ୍ରିକେଟରେ କିପରି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ନିଶ୍ଚିତ ମ୍ୟାନେଜମେଣ୍ଟର ନଜର ରହିବ। ପାକିସ୍ତାନ ବିପକ୍ଷରେ ମହମ୍ମଦ ଶାମିଙ୍କ ଅଭିଜ୍ଞତାକୁ ଉପଯୋଗ କରାଯାଇପାରେ। ଭାରତ ବୁମ୍‌ରା, ଶାମି ଓ ମହମ୍ମଦ ସିରାଜଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ର୍ଥ ସିମରଭାବେ ବ୍ୟବହାର କରାଯାଇପାରିବ। ଅନ୍ୟପକ୍ଷରେ ପାକିସ୍ତାନର ପେସ୍‌ ତ୍ରୟ ଶାହିନ, ନସିମ ଓ ରୌଫ ଚଳିତ ବର୍ଷ ୪୯ ଉଇକେଟ ନେଇ ସାରିଛନ୍ତି। ରୌଫ ୧୦ ମ୍ୟାଚରୁ ୧୭ ଉଇକେଟ ନେଇ ଏମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି। ପାଲିକେଲେ ଷ୍ଟାଡିୟମର ପିଚ୍‌ ବୋଲରଙ୍କୁ ସୁହାଇବ। ତେଣୁ ଏହା ଭାରତୀୟ ବ୍ୟାଟରଙ୍କ ପାଇଁ ପରୀକ୍ଷା ସଦୃଶ ହେବ। ସ୍ପିନରଙ୍କ ପ୍ରସଙ୍ଗରେ ଭାରତ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଖେଳିବା ଏକପ୍ରକାର ନିଶ୍ଚିତ। କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ନାମ ମଧ୍ୟ ବିଚାରକୁ ନିଆଯିବ। କୁଲଦୀପ ଚଳିତ ବର୍ଷ ଦିନିକିଆରେ ୧୧ ମ୍ୟାଚରୁ ସର୍ବାଧିକ ୨୨ଟି ଉଇକେଟ ନେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଲେଗ ସ୍ପିନର ଶାଦବଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନିଶ୍ଚିତ। ସେ ଚଳିତ ବର୍ଷ ୮ ମ୍ୟାଚରୁ ୧୧ ଉଇକେଟ ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?