Posted inଖେଳ

ଅଶ୍ୱିନ୍‌ଙ୍କ ଜବରଦସ୍ତ ବୋଲିଂ, ଇଂଲଣ୍ଡ ଟିମ୍‌ ଘାଇଲା

ଚେନ୍ନାଇ,୧୪।୨: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଜାରି ରହିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୩୨୯ରନ୍‌ କରି ଅଲଆଉଟ୍‌ ହୋଇଛି। ଏହାପରେ ଇଂଲଣ୍ଡ ଦଳ ପ୍ରଥମ ପାଳିରେ ୪ ଉଇକେଟ ହରାଇ ୩୯ ରନ୍‌ କରିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଇଶାନ୍ତ ଶର୍ମା ରୋରି ବନର୍‌ସଙ୍କୁ ଏଲ୍‌ବିଡବ୍ଲୁ କରିବା ପରେ ଅଶ୍ୱିନ୍‌ଙ୍କ ଉଲ୍ଲେଖନୀୟ ବୋଲିଂ ଯୋଗୁ ଡୋମ୍‌ ସିବଲେ(୧୬), ଜୋ ରୁଟ୍‌(୬), ଡାନ୍‌ ଲରେନ୍ସ(୯)ଙ୍କ ଉଇକେଟ ହରାଇଛି ଇଂଲଣ୍ଡ ଟିମ୍‌।

ପ୍ରକାଶ ଯେ, ରବିବାର ୩୦୦/୬ ସ୍କୋର୍‌ରୁ ଭାରତୀୟ ଦଳ ଖେଳ ଆରମ୍ଭ କରିଥିଲା। ଭାରତୀୟ ଟିମ୍‌ର ରୋହିତ ଶର୍ମା(୧୬୧), ଅଜିଙ୍କ୍ୟ ରାହାନେ(୬୭)ଙ୍କ ଭାଗିଦାରି ଯୋଗୁ ଦଳ ମଜଭୂତ ସ୍ଥିତିରେ ପହଞ୍ଚିଥିଲା। ଏହାପରେ ରିଷଭ ପନ୍ତ(୫୮)ରନ୍‌ର ପାଳି ଫଳରେ ଦଳ ୩୨୯ରନ୍‌ କରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛକାରେ ଗେଲ୍‌ଙ୍କ ରେକର୍ଡ

ନଟିଂହାମ୍‌, ୧।୬- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ...

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...

ଜାତୀୟ କରାଟେରେ ଓଡ଼ିଶାକୁ ୮ ପଦକ

ଭୁବନେଶ୍ୱର,୨୦ା୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନରେ ଶେଷ ହୋଇଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତାରେ ଓଡିଶାର କରାଟେକା ମୋଟ ୮ ପଦକ...

ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଓପନର

ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟାଟିଂ କଲା...

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ...

ଯୁବ ବକ୍ସିଂ ଚାମ୍ପିୟନଶିପ: କ୍ୱାର୍ଟରରେ ଅରୁନ୍ଧତି, ବେବିରୋଜିସାନା

ନୂଆଦିଲ୍ଲୀ,୧୭।୪(ପି.ଟି.): ପୋଲାଣ୍ଡର କିଏଲ୍‌ସିଠାରେ ପୁରୁଷ ଓ ମହିଳାଙ୍କୁ ନେଇ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ପଦକ ବିଜୟିନୀ ଅରୁନ୍ଧତି ଚୌଧୁରୀ...

ମେଡିକାଲରେ ରୋଗୀଙ୍କୁ ଗିଫ୍ଟ ଦେଲେ ଲିଭରପୁଲ ଖେଳାଳି

ମେଲଉଡ,୧୪।୧୨- ଏଠାରେ ଲିଭରପୁଲ ଖେଳାଳି ଟ୍ରେନିଂ ଶେଷ କରିବା ପରେ କୋଚ୍‌ ଜୁର୍ଗେନ କୋପ ସମେତ ପ୍ରାୟ ସମସ୍ତ ଖେଳାଳି ଓ୍ବେଷ୍ଟ ଡର୍ବି ମେଡିକାଲରେ ରୋଗୀ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଦୂତୀ ଭାଗନେବେ

ଭୁବନେଶ୍ୱର, ୧୩।୯(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦଙ୍କ ପାଇଁ ଆସିଛି ଆଉ ଏକ ବଡ଼ ସୁଯୋଗ। ଦୋହାରେ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ...

Advertisement
Archives

Model This Week