Posted inଖେଳ

ଗାଭାସ୍କର-ତେନ୍ଦୁଲକରଙ୍କ କ୍ଲବ୍‌ରେ ସାମିଲ ହେଲେ ପୂଜାରା

ସିଡନୀ,୧୧।୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା କମାଲ ପ୍ରଦର୍ଶନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରି କେବଳ ଆଲୋଚକଙ୍କ ମୁହଁ ବନ୍ଦ କରିନାହାନ୍ତି ସେ ନିଜକୁ ଏଲିଟି ଗ୍ରୁପ୍‌ରେ ସାମିଲ କରିଛନ୍ତି। ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ପୂଜାରା ୧୭୬ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ସବୁଠୁ ଧିମା ଇନିଂସ ଥିଲା। ଏହାସହ ଦ୍ୱିତୀୟ ଇନିଂସରେ ସେ ରିଷଭ ପନ୍ତଙ୍କ ସହ ଶତକୀୟ ଭାଗିଦାରୀ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଏହା ସହ ସେ ଟେଷ୍ଟ କ୍ରିକେଟରେ ୬ ହଜାର ରନ୍‌ ପୂରଣ କରିବାରେ ୧୧ତମ ଭାରତୀୟ କ୍ରିକେଟର୍‌ ହୋଇଛନ୍ତି। ସେ ୧୩୪ ପାଳି ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ସମୟରେ ତାଙ୍କ ଆଭ୍‌ରେଜ୍‌ ୪୮ ରହିଛି। ସୁନୀଲ ଗାଭାସ୍କର ୧୧୭, ବିରାଟ କୋହଲି ୧୧୯, ସଚିନ ତେନ୍ଦୁଲକର ୧୨୦, ବୀରେନ୍ଦ୍ର ସେହ୍ବାଗ ୧୨୩, ରାହୁଲ ଦ୍ରାଭିଡ୍‌ ୧୨୩ଙ୍କ ପରେ ଭାରତୀୟଙ୍କ ମଧ୍ୟରେ ଷଷ୍ଠ ଦ୍ରୁତ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବପ୍ନ ଅଧୁରା

ଭାରତକୁ ହରାଇ ଅଷ୍ଟ୍ରେଲିଆ ଜିତିଛି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟାଇଟଲ। ଏଥିସହ ସମସ୍ତ ଫର୍ମାଟ୍‌ରେ ସଫଳତା ପାଇଛି ଏହି ଦଳ। ଅନ୍ୟ ପକ୍ଷରେ ଆଇସିସି...

‘ବିଶ୍ୱରେ ୪୦୦୦ ବାଘ ଥିବେ, କିନ୍ତୁ ରାହୁଲ ଦ୍ରାବିଡ ଗୋଟିଏ’

ନୂଆଦିଲ୍ଲୀ,୧୪।୮: ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ରସ ଟେଲର ଏବେ ନିଜ ଆତ୍ମଜୀବନୀ ‘ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ସେ ନିଜ...

ଡିସି ବନାମ କେକେଆର୍‌; ଜାଣନ୍ତୁ କେବେ-କେଉଁଠି ଦେଖିବେ ଏହି କ୍ୱାଲିଫାୟାର-୨ ମୁକାବିଲା..

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ ୨୦୨୧ର କ୍ୱାଲିଫାୟାର-୨ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଥିରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ର...

‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ମେରି କମ

ଲଣ୍ଡନ,୩୦।୬:‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ବକ୍ସର ମେରି କମ। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ବାର୍ଷିକ ୟୁକେ-ଇଣ୍ଡିଆ ଆଓ୍ବାର୍ଡ ସମାରୋହରେ...

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି । ୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ...

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ...

ଲଢେଇ କରି ହାରିଗଲେ ମହିଳା ହକି ଦଳ

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଫଳରେ ଅଲିମ୍ପିକ୍ସରେ...

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

Advertisement
Archives

Model This Week