Posted inଖେଳ

ଭାରତ ବନାମ ଅଷ୍ଟ୍ରେଲିଆ: ହୋଇପାରେ ଏହି ସବୁ ରେକର୍ଡ

ନାଗପୁର,୯ା୨(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ନାଗପୁରରେ ଆରମ୍ଭ ହେବ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବା ପରଠାରୁ ରୋହିତ ଶର୍ମା ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି। ସୀମିତ ଓଭର କ୍ରିକେଟରେ ଜଣେ ଷ୍ଟାର ରହିଥିବା ରୋହିତ ଟେଷ୍ଟ କ୍ରିକେଟରେ ମଧ୍ୟ ନିଜକୁ ପ୍ରମାଣିତ କରିବାକୁ ଚାହିଁବେ। ଅନ୍ୟପକ୍ଷରେ ୨୦୧୭ ପରଠାରୁ ବର୍ଡର ଗାଭାସ୍କର ଟ୍ରଫି ଜିତି ନ ଥିବା ଅଷ୍ଟ୍ରେଲିଆ ୨୦୨୧ ଘରୋଇ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ। ଖେଳ ଆରମ୍ଭ ହେବା ପୂର୍ବରୁ ଏହି ସିରିଜର ଗୁରୁତ୍ୱ ଅନେକ ପରିମାଣରେ ବୃଦ୍ଧି ପାଇଛି। ଏପରି କି ଏହି ସିରିଜରେ ପ୍ରଦର୍ଶନ ଠିକ୍‌ ନ ରହିଲେ ଉଭୟ ଦଳର ଏକାଧିକ ଖେଳାଳିଙ୍କୁ ନିଜ ସ୍ଥାନ ହରାଇବାକୁ ପଡିପାରେ। ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ପାଇଁ ଏହି ସିରିଜ୍‌ ବିଜୟୀ ହେବା ନିତାନ୍ତ ଆବଶ୍ୟକ ହୋଇପଡିଛି। ପ୍ୟାଟ୍‌ କୁମିନ୍ସଙ୍କ ଶର୍ଟ ବଲ୍‌ ଓ ରୋହିତ ଶର୍ମାଙ୍କ ପୁଲ୍‌ ଶଟ୍‌ ମଧ୍ୟରେ କଡା ସଂଘର୍ଷର ଆଶା ରହିଥିବା ବେଳେ ଭ୍ରମଣକାରୀ ସ୍ପିନରଙ୍କ ବିପକ୍ଷରେ ବିରାଟ କୋହଲିଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ। ନିକଟରେ ସୀମିତ ଓଭରରେ କୋହଲି ଚମତ୍କାର ଫର୍ମ ଦେଖାଇଛନ୍ତି। ନାଗପୁରରେ ନାଥାନ ଲିୟନ୍‌ ଓ ଆଷ୍ଟନ୍‌ ଆଗରଙ୍କ ବିପକ୍ଷରେ ସମାନ ଫର୍ମ ଆଶା କରାଯାଉଛି। ସେହିପରି କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟକୁମାର ଯାଦବ ଉପ ଅଧିନାୟକ ଲୋକେଶ ରାହୁଲ ଓ ଶୁବମାନ ଗିଲଙ୍କୁ ପଛରେ ପକାଇ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ଭରସା ଜିତିପାରିବେ କି ନାହିଁ ତାହା ମଧ୍ୟ ଦେଖିବାକୁ ବାକି ଅଛି। ପ୍ରଥମ ଦୁଇ ସ୍ପିନର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଖେଳିବା ଆପାତତଃ ସ୍ଥିର ଥିବାବେଳେ ତୃତୀୟ ସ୍ପିନର ଭାବରେ ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଉଭୟ ଖେଳାଳିଙ୍କ ଦକ୍ଷତା ଭିନ୍ନ ଭିନ୍ନ ରହିଥିବା ବେଳେ ନିକଟ ଅତୀତର ଫର୍ମକୁ ଦେଖିଲେ କୁଲଦୀପ ଖେଳିପାରନ୍ତି। ୨୦୧୮-୧୯ ଓ ୨୦୨୦-୨୧ ସିଜନରେ ଘରୋଇ ମାଟିରେ ପରାଜିତ ହୋଇଛି ଅଷ୍ଟ୍ରେଲିଆ। ତେବେ ନାଗପୁରର ପିଚ୍‌ ପ୍ରଥମ ଦିନରୁ ହିଁ ସ୍ପିନରଙ୍କୁ ସହାୟତା ପ୍ରଦାନ କରିବ। ଭାରତୀୟ ବ୍ୟାଟର ନାଥାନ ଲିୟନଙ୍କୁ ସତର୍କତାର ସହିତ ଖେଳିବାକୁ ପଡିବ। ୨୦୦୧ ପରଠାରୁ ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ସିରିଜ୍‌ଗୁଡିକ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଛି। ଭାରତୀୟ ଦଳ ରିଷଭ ପନ୍ତଙ୍କୁ ସବୁଠାରୁ ଅଧିକ ମିସ୍‌ କରିବ। କେ. ଏସ୍‌. ଭରତଙ୍କ ନାମରେ ଗୋଟିଏ ପ୍ରଥମ ଶ୍ରେଣୀ ତ୍ରିଶତକ ରହିଥିଲେ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚରେ ସେ ବ୍ୟାଟିଂ କରିନାହାନ୍ତି। ଦିଲ୍ଲୀର ବୋଲିଂ ପିଚ୍‌ରେ ସେ ୮୦ ରନ୍‌ କରିଥିଲେ ହେଁ ଅଫ ସ୍ପିନର ହ୍ରିତିକ୍‌ ଶୋକିନ୍‌ ତାଙ୍କୁ ଅଡୁଆରେ ପକାଇଥିଲେ। ଅନ୍ୟତମ ଉଇକେଟ କିପର ବ୍ୟାଟର ରହିଥିବା ଇଶାନ କିଶନଙ୍କ ବିକଳ୍ପ ମଧ୍ୟ ଭାରତ ନିକଟରେ ରହିଛି। ଲୋକେଶ ରାହୁଲ ଦଳକୁ ଫେରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଶୁବମାନ ଗିଲଙ୍କ ମଧ୍ୟରୁ ଜଣେ ବାଦ୍‌ ପଡିପାରନ୍ତି। ମହମ୍ମଦ ଶାମି ଓ ମହମ୍ମଦ ସିରାଜ ପେସ୍‌ ବୋଲିଂ ଆକ୍ରମଣର ନେତୃତ୍ୱ ନେଇପାରନ୍ତି। ଡେଭିଡ୍‌ ଓ୍ବାର୍ନର, ଉସ୍‌ମାନ ଖ୍ବାଜା, ଟ୍ରାଭିସ୍‌ ହେଡ୍‌ ଓ ଆଲେକ୍ସ କେରୀଙ୍କ ଖେଳିବା ଆପାତତଃ ନିଶ୍ଚିତ। ଏହି ୪ ଖେଳାଳି ବାମହାତୀ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ ଲାବୁଶେନ୍‌ ଡାହାଣହାତୀ ବ୍ୟାଟର ଭାବରେ ରହିବେ। ଆହତ କାମେରନ ଗ୍ରୀନ୍‌ଙ୍କ ସ୍ଥାନରେ ଦ୍ୱିତୀୟ ସ୍ପିନର ଭାବରେ ଖେଳିପାରନ୍ତି ଆଷ୍ଟନ୍‌ ଆଗର। ନିମ୍ନକ୍ରମରେ ବ୍ୟାଟିଂ କରିବାର ଦକ୍ଷତା କାରଣରୁ ମାଇକେଲ ସ୍ବେପ୍‌ସନଙ୍କ ସ୍ଥାନରେ ତାଙ୍କୁ ପ୍ରାଧାନ୍ୟ ମିଳିପାରେ। ସେହିପରି ଆହତ ଜୋଶ ହେଜେଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡ ଖେଳିବେ।

ହୋଇପାରେ ଏହି ସବୁ ରେକର୍ଡ

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଏକାଧିକ ନୂତନ ରେକର୍ଡ ହେବାର ସମ୍ଭାବନା ଦେଖା ଦେଇଛି।
କୋହଲିଙ୍କ ୨୫ ହଜାର ରନ୍‌
ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୨୫ ହଜାର ରନ୍‌ ପୂରଣରୁ ମାତ୍ର ୬୪ ରନ୍‌ ଦୂରରେ ଅଛନ୍ତି। ପ୍ରଥମ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ହାସଲ କରିବାର ସମ୍ଭାବନା ରହିଛି। ୪୯୦ ଅନ୍ତର୍ଜାତୀୟ ମ୍ୟାଚରୁ ସେ ୭୪ ଶତକ ଓ ୧୨୯ ଅର୍ଦ୍ଧଶତକ ସହିତ ୨୪,୯୩୬ ରନ୍‌ ସ୍କୋର କରିଛନ୍ତି। ଏହି ମାଇଲଖୁଣ୍ଟ ହାସଲରେ ସେ ସଚିନ୍‌ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ପାଲଟିବେ।
ପୂଜାରାଙ୍କ ୨୦୦୦ ରନ୍‌
ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟଙ୍କ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି ଚେତେଶ୍ୱର ପୂଜାରା। ୨୦ ଟେଷ୍ଟରୁ ୫ ଶତକ ଓ ୧୦ ଅର୍ଦ୍ଧଶତକ ସହିତ ୧୯୮୩ ରନ୍‌ କରିଛନ୍ତି ପୂଜାରା। ଆଉ ୧୦୭ ରନ୍‌ କଲେ ପୂଜାରା କଙ୍ଗାରୁ ଦଳ ବିପକ୍ଷରେ ୨ ହଜାର ରନ୍‌ ପୂରଣ କରିବେ। ରାହୁଲ ଡ୍ରାଭିଡ୍‌ (୨୧୪୩), ଭିଭିଏସ୍‌ ଲକ୍ଷ୍ମଣ (୨୪୩୪) ଓ ସଚିନ୍‌ ତେନ୍ଦୁଲକର (୩୬୩୦) ତାଙ୍କଠାରୁ ଆଗୁଆ ଅଛନ୍ତି। ଏହା ସହିତ ଚଳିତ ସିରିଜରେ ୨୫୦ ରନ୍‌ କରିପାରିଲେ ଡ୍ରାଭିଡଙ୍କୁ ଅତିକ୍ରମ କରିବେ ପୂଜାରା।
ଅଶ୍ୱିନଙ୍କ
୪୫୦ ଉଇକେଟ
ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୪୫୦ ତମ ଟେଷ୍ଟ ଉଇକେଟରୁ ଏକ ଉଇକେଟ ଦୂରରେ ଅଛନ୍ତି। ଗୋଟିଏ ଉଇକେଟ ନେଲେ ସେ ବିଶ୍ୱର ନବମ ଓ ତୃତୀୟ ଭାରତୀୟ ବୋଲର ଭାବରେ ଟେଷ୍ଟ କ୍ରିକେଟରେ ୪୫୦ ଉଇକେଟ ହାସଲ କରିବେ। ଏହା ପୂର୍ବରୁ କପିଳ ଦେବ୍‌ ଓ ଅନୀଲ କୁମ୍ବଲେ ଏହି ସଫଳତା ହାସଲ କରିଛନ୍ତି। ୮୮ଟେଷ୍ଟରୁ ସେ ୪୪୯ ଉଇକେଟ ନେଇଛନ୍ତି।
ଲିୟନଙ୍କ ୧୦୦ ଉଇକେଟ: ଆଉ ୬ ଉଇକେଟ ନେଲେ ତୃତୀୟ ବୋଲର ଭାବେ ଭାରତ ବିପକ୍ଷରେ ୧୦୦ ଉଇକେଟ ପୂରଣ କରିବେ ନାଥାନ ଲିୟନ। ୨୨ ଟେଷ୍ଟରୁ ସେ ୯୪ ଉଇକେଟ ଅକ୍ତିଆର କରିଛନ୍ତି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ ୧୩୯ ଉଇକେଟ ଓ ମୁଥିଆ ମୁରଲୀଧରନ ୧୦୫ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ...

ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ...

ପୋଲିସ ହେପାଜତରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ସ୍ଲାଟର

ବ୍ରିସ୍‌ବେନ୍‌,୧୫ା୪: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଓ ଭାଷ୍ୟକାର ମାଇକେଲ ସ୍ଲାଟର ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ତାଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri