Posted inଖେଳ

ଭାରତ ବନାମ ଅଷ୍ଟ୍ରେଲିଆ: ହୋଇପାରେ ଏହି ସବୁ ରେକର୍ଡ

ନାଗପୁର,୯ା୨(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ନାଗପୁରରେ ଆରମ୍ଭ ହେବ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବା ପରଠାରୁ ରୋହିତ ଶର୍ମା ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି। ସୀମିତ ଓଭର କ୍ରିକେଟରେ ଜଣେ ଷ୍ଟାର ରହିଥିବା ରୋହିତ ଟେଷ୍ଟ କ୍ରିକେଟରେ ମଧ୍ୟ ନିଜକୁ ପ୍ରମାଣିତ କରିବାକୁ ଚାହିଁବେ। ଅନ୍ୟପକ୍ଷରେ ୨୦୧୭ ପରଠାରୁ ବର୍ଡର ଗାଭାସ୍କର ଟ୍ରଫି ଜିତି ନ ଥିବା ଅଷ୍ଟ୍ରେଲିଆ ୨୦୨୧ ଘରୋଇ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ। ଖେଳ ଆରମ୍ଭ ହେବା ପୂର୍ବରୁ ଏହି ସିରିଜର ଗୁରୁତ୍ୱ ଅନେକ ପରିମାଣରେ ବୃଦ୍ଧି ପାଇଛି। ଏପରି କି ଏହି ସିରିଜରେ ପ୍ରଦର୍ଶନ ଠିକ୍‌ ନ ରହିଲେ ଉଭୟ ଦଳର ଏକାଧିକ ଖେଳାଳିଙ୍କୁ ନିଜ ସ୍ଥାନ ହରାଇବାକୁ ପଡିପାରେ। ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ପାଇଁ ଏହି ସିରିଜ୍‌ ବିଜୟୀ ହେବା ନିତାନ୍ତ ଆବଶ୍ୟକ ହୋଇପଡିଛି। ପ୍ୟାଟ୍‌ କୁମିନ୍ସଙ୍କ ଶର୍ଟ ବଲ୍‌ ଓ ରୋହିତ ଶର୍ମାଙ୍କ ପୁଲ୍‌ ଶଟ୍‌ ମଧ୍ୟରେ କଡା ସଂଘର୍ଷର ଆଶା ରହିଥିବା ବେଳେ ଭ୍ରମଣକାରୀ ସ୍ପିନରଙ୍କ ବିପକ୍ଷରେ ବିରାଟ କୋହଲିଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ। ନିକଟରେ ସୀମିତ ଓଭରରେ କୋହଲି ଚମତ୍କାର ଫର୍ମ ଦେଖାଇଛନ୍ତି। ନାଗପୁରରେ ନାଥାନ ଲିୟନ୍‌ ଓ ଆଷ୍ଟନ୍‌ ଆଗରଙ୍କ ବିପକ୍ଷରେ ସମାନ ଫର୍ମ ଆଶା କରାଯାଉଛି। ସେହିପରି କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟକୁମାର ଯାଦବ ଉପ ଅଧିନାୟକ ଲୋକେଶ ରାହୁଲ ଓ ଶୁବମାନ ଗିଲଙ୍କୁ ପଛରେ ପକାଇ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ଭରସା ଜିତିପାରିବେ କି ନାହିଁ ତାହା ମଧ୍ୟ ଦେଖିବାକୁ ବାକି ଅଛି। ପ୍ରଥମ ଦୁଇ ସ୍ପିନର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଖେଳିବା ଆପାତତଃ ସ୍ଥିର ଥିବାବେଳେ ତୃତୀୟ ସ୍ପିନର ଭାବରେ ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଉଭୟ ଖେଳାଳିଙ୍କ ଦକ୍ଷତା ଭିନ୍ନ ଭିନ୍ନ ରହିଥିବା ବେଳେ ନିକଟ ଅତୀତର ଫର୍ମକୁ ଦେଖିଲେ କୁଲଦୀପ ଖେଳିପାରନ୍ତି। ୨୦୧୮-୧୯ ଓ ୨୦୨୦-୨୧ ସିଜନରେ ଘରୋଇ ମାଟିରେ ପରାଜିତ ହୋଇଛି ଅଷ୍ଟ୍ରେଲିଆ। ତେବେ ନାଗପୁରର ପିଚ୍‌ ପ୍ରଥମ ଦିନରୁ ହିଁ ସ୍ପିନରଙ୍କୁ ସହାୟତା ପ୍ରଦାନ କରିବ। ଭାରତୀୟ ବ୍ୟାଟର ନାଥାନ ଲିୟନଙ୍କୁ ସତର୍କତାର ସହିତ ଖେଳିବାକୁ ପଡିବ। ୨୦୦୧ ପରଠାରୁ ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ସିରିଜ୍‌ଗୁଡିକ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଛି। ଭାରତୀୟ ଦଳ ରିଷଭ ପନ୍ତଙ୍କୁ ସବୁଠାରୁ ଅଧିକ ମିସ୍‌ କରିବ। କେ. ଏସ୍‌. ଭରତଙ୍କ ନାମରେ ଗୋଟିଏ ପ୍ରଥମ ଶ୍ରେଣୀ ତ୍ରିଶତକ ରହିଥିଲେ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚରେ ସେ ବ୍ୟାଟିଂ କରିନାହାନ୍ତି। ଦିଲ୍ଲୀର ବୋଲିଂ ପିଚ୍‌ରେ ସେ ୮୦ ରନ୍‌ କରିଥିଲେ ହେଁ ଅଫ ସ୍ପିନର ହ୍ରିତିକ୍‌ ଶୋକିନ୍‌ ତାଙ୍କୁ ଅଡୁଆରେ ପକାଇଥିଲେ। ଅନ୍ୟତମ ଉଇକେଟ କିପର ବ୍ୟାଟର ରହିଥିବା ଇଶାନ କିଶନଙ୍କ ବିକଳ୍ପ ମଧ୍ୟ ଭାରତ ନିକଟରେ ରହିଛି। ଲୋକେଶ ରାହୁଲ ଦଳକୁ ଫେରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଶୁବମାନ ଗିଲଙ୍କ ମଧ୍ୟରୁ ଜଣେ ବାଦ୍‌ ପଡିପାରନ୍ତି। ମହମ୍ମଦ ଶାମି ଓ ମହମ୍ମଦ ସିରାଜ ପେସ୍‌ ବୋଲିଂ ଆକ୍ରମଣର ନେତୃତ୍ୱ ନେଇପାରନ୍ତି। ଡେଭିଡ୍‌ ଓ୍ବାର୍ନର, ଉସ୍‌ମାନ ଖ୍ବାଜା, ଟ୍ରାଭିସ୍‌ ହେଡ୍‌ ଓ ଆଲେକ୍ସ କେରୀଙ୍କ ଖେଳିବା ଆପାତତଃ ନିଶ୍ଚିତ। ଏହି ୪ ଖେଳାଳି ବାମହାତୀ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ ଲାବୁଶେନ୍‌ ଡାହାଣହାତୀ ବ୍ୟାଟର ଭାବରେ ରହିବେ। ଆହତ କାମେରନ ଗ୍ରୀନ୍‌ଙ୍କ ସ୍ଥାନରେ ଦ୍ୱିତୀୟ ସ୍ପିନର ଭାବରେ ଖେଳିପାରନ୍ତି ଆଷ୍ଟନ୍‌ ଆଗର। ନିମ୍ନକ୍ରମରେ ବ୍ୟାଟିଂ କରିବାର ଦକ୍ଷତା କାରଣରୁ ମାଇକେଲ ସ୍ବେପ୍‌ସନଙ୍କ ସ୍ଥାନରେ ତାଙ୍କୁ ପ୍ରାଧାନ୍ୟ ମିଳିପାରେ। ସେହିପରି ଆହତ ଜୋଶ ହେଜେଲଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡ ଖେଳିବେ।

ହୋଇପାରେ ଏହି ସବୁ ରେକର୍ଡ

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଏକାଧିକ ନୂତନ ରେକର୍ଡ ହେବାର ସମ୍ଭାବନା ଦେଖା ଦେଇଛି।
କୋହଲିଙ୍କ ୨୫ ହଜାର ରନ୍‌
ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୨୫ ହଜାର ରନ୍‌ ପୂରଣରୁ ମାତ୍ର ୬୪ ରନ୍‌ ଦୂରରେ ଅଛନ୍ତି। ପ୍ରଥମ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ହାସଲ କରିବାର ସମ୍ଭାବନା ରହିଛି। ୪୯୦ ଅନ୍ତର୍ଜାତୀୟ ମ୍ୟାଚରୁ ସେ ୭୪ ଶତକ ଓ ୧୨୯ ଅର୍ଦ୍ଧଶତକ ସହିତ ୨୪,୯୩୬ ରନ୍‌ ସ୍କୋର କରିଛନ୍ତି। ଏହି ମାଇଲଖୁଣ୍ଟ ହାସଲରେ ସେ ସଚିନ୍‌ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ପାଲଟିବେ।
ପୂଜାରାଙ୍କ ୨୦୦୦ ରନ୍‌
ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟଙ୍କ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି ଚେତେଶ୍ୱର ପୂଜାରା। ୨୦ ଟେଷ୍ଟରୁ ୫ ଶତକ ଓ ୧୦ ଅର୍ଦ୍ଧଶତକ ସହିତ ୧୯୮୩ ରନ୍‌ କରିଛନ୍ତି ପୂଜାରା। ଆଉ ୧୦୭ ରନ୍‌ କଲେ ପୂଜାରା କଙ୍ଗାରୁ ଦଳ ବିପକ୍ଷରେ ୨ ହଜାର ରନ୍‌ ପୂରଣ କରିବେ। ରାହୁଲ ଡ୍ରାଭିଡ୍‌ (୨୧୪୩), ଭିଭିଏସ୍‌ ଲକ୍ଷ୍ମଣ (୨୪୩୪) ଓ ସଚିନ୍‌ ତେନ୍ଦୁଲକର (୩୬୩୦) ତାଙ୍କଠାରୁ ଆଗୁଆ ଅଛନ୍ତି। ଏହା ସହିତ ଚଳିତ ସିରିଜରେ ୨୫୦ ରନ୍‌ କରିପାରିଲେ ଡ୍ରାଭିଡଙ୍କୁ ଅତିକ୍ରମ କରିବେ ପୂଜାରା।
ଅଶ୍ୱିନଙ୍କ
୪୫୦ ଉଇକେଟ
ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୪୫୦ ତମ ଟେଷ୍ଟ ଉଇକେଟରୁ ଏକ ଉଇକେଟ ଦୂରରେ ଅଛନ୍ତି। ଗୋଟିଏ ଉଇକେଟ ନେଲେ ସେ ବିଶ୍ୱର ନବମ ଓ ତୃତୀୟ ଭାରତୀୟ ବୋଲର ଭାବରେ ଟେଷ୍ଟ କ୍ରିକେଟରେ ୪୫୦ ଉଇକେଟ ହାସଲ କରିବେ। ଏହା ପୂର୍ବରୁ କପିଳ ଦେବ୍‌ ଓ ଅନୀଲ କୁମ୍ବଲେ ଏହି ସଫଳତା ହାସଲ କରିଛନ୍ତି। ୮୮ଟେଷ୍ଟରୁ ସେ ୪୪୯ ଉଇକେଟ ନେଇଛନ୍ତି।
ଲିୟନଙ୍କ ୧୦୦ ଉଇକେଟ: ଆଉ ୬ ଉଇକେଟ ନେଲେ ତୃତୀୟ ବୋଲର ଭାବେ ଭାରତ ବିପକ୍ଷରେ ୧୦୦ ଉଇକେଟ ପୂରଣ କରିବେ ନାଥାନ ଲିୟନ। ୨୨ ଟେଷ୍ଟରୁ ସେ ୯୪ ଉଇକେଟ ଅକ୍ତିଆର କରିଛନ୍ତି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ ୧୩୯ ଉଇକେଟ ଓ ମୁଥିଆ ମୁରଲୀଧରନ ୧୦୫ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?