Posted inଖେଳ

ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ କରୁଛନ୍ତି। ଭାରତୀୟ ପ୍ରିମିୟର ଲିଗର ୧୩ତମ ସିଜିନରେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଟି ନାଟରାଜନ ଆଇପିଏଲ ୨୦୨୦ରେ ୟର୍କରରେ ବଡ କିମ୍ବଦନ୍ତୀକୁ ଆଉଟ୍‌ କରିଥିଲେ। ତାମିଲନାଡୁ ବୋଲର ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୮.୨ ଆଭରେଜ୍‌ରେ ସହ ୧୬ ଉଇକେଟ ନେଇଥିଲେ। ଆଇପିଏଲର ଏହି ପ୍ରଦର୍ଶନକୁ ଆଧାର କରି ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଥିଲେ। ଟିମ ଇଣ୍ଡିଆରେ ସୁଯୋଗ ପାଇବା ପରେ ନାଟରାଜନଙ୍କୁ ତାଙ୍କଚ ଆଇପିଏଲ ଅଧିନାୟକ ଡେଭିଡ ୱାର୍ଣ୍ଣର ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଅଷ୍ଟ୍ରେଲିଆରେ ତୁମକୁ ଭେଟିବି।
ଏବେ ନଟରାଜନ ତୃତୀୟ ଏକଦିବସୀୟରେ ଖେଳିବାର ସୁଯୋଗ ପାଇଥିବାରୁ ଡେଭିଡ ୱାର୍ଣ୍ଣରଙ୍କ ଇଚ୍ଛା ପୂରଣ ହୋଇନାହିଁ। କାରଣ ଦ୍ୱିତୀୟ ଏକଦିବସୀୟରେ ଆଘାତ ହେତୁ ସେ ଏକଦିବସୀୟ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି। ଆଇପିଏଲ ୨୦୨୦ରେ, ଟି. ନଟରାଜନ ଏବଂ ଡେଭିଡ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦର ଅଂଶ ଥିଲେ। ୱାର୍ଣ୍ଣର ନାଟାରାଜନଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଆଇପିଏଲର ଆବିଷ୍କାର ବୋଲି ବର୍ଣ୍ଣନା କରିଥିଲେ। ନଟରାଜନ ତାଙ୍କର ୟର୍କର୍ସ ଏବଂ ପିନ ପଏଣ୍ଟ ବାଉନ୍ସର୍‌ ପାଇଁ ଜଣାଶୁଣା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ କରୋନା ମାଡ: ପୁଣି ୩ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ କରୋନା

ଆଇପିଏଲର ୧୪ ତମ ସିଜିନ ଅନୁଷ୍ଠିତ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ଦିନକୁ...

ୟୁଏସ୍‌ ଓପନ ମୁଖ୍ୟ ପର୍ଯ୍ୟାୟରେ ନାଗାଲ

ନ୍ୟୁୟର୍କ,୨୪।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ...

ଆଇପିଏଲରୁ ବ୍ୟାନ ହୋଇପାରନ୍ତି ଦୁଇ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୨ ସଂସ୍କରଣରୁ ବ୍ୟାନ ହୋଇପାରନ୍ତି ଷ୍ଟାର ଭାରତୀୟ ଖେଳାଳି ଲୋକେଶ ରାହୁଲ ଓ ଆଫଗାନିସ୍ତାନର ପ୍ରସିଦ୍ଧ ସ୍ପିନର ରଶିଦ...

କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ଜାନୁଆରୀରେ ପ୍ରଥମ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ...

ଜାତୀୟ ସିନିୟର କବାଡ଼ି ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)- ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ରାଜ୍ୟ କବାଡ଼ି ସଂଘ ଆନୁକୂଲ୍ୟରେ ୬୮ତମ ଜାତୀୟ ସିନିୟର ପୁରୁଷ...

ନୂଆ ଖେଳାଳିଙ୍କୁ ମିଳିଲା ଭଗବାନଙ୍କଠାରୁ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୧।୨: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୩ ନୂଆ ଖେଳାଳି। ସେମାନେ...

ୟୁରୋକପ୍‌ ଫୁଟବଲ କ୍ୱାର୍ଟରରେ ଇଟାଲୀ, ନେଦରଲାଣ୍ଡର ବିପର୍ଯ୍ୟୟ

ଲଣ୍ଡନ,୨୮।୬: ଚଳିତ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚେକ୍‌ ଗଣରାଜ୍ୟ ଓ ଇଟାଲୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ର ପ୍ରଥମ...

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌...

Advertisement
Archives

Model This Week