Posted inଖେଳ

ମା’ ଶ୍ରମିକ ଭାବେ କାର୍ଯ୍ୟ କରି ପୁଅକୁ ବଡ କଲେ, ପୁଅ ଦେଲେ ଏମିତି ଉପହାର

କୁହାଯାଏ, ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ଏହି ଉକ୍ତିର ଜୀବନ୍ତ ପ୍ରମାଣ ହେଉଛନ୍ତି ଭାରତୀୟ ଦଳର ବାମହାତୀ ଦ୍ରୁତ ବୋଲର ଟି ନାଟରାଜନ। ଯିଏ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ମା ଜଣେ ଶ୍ରମିକ ଥିଲେ। ଏହା ସତ୍ତ୍ୱେ ସେ ଟିମ ଇଣ୍ଡିଆର ଏକ ଅଂଶ ହୋଇପାରିଛନ୍ତି। ନଟରାଜନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯାହା ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖୁଥିବା କ୍ରିକେଟରଙ୍କ ପାଇଁ ଏକ ପ୍ରେରଣା। ଫଟୋରେ ତାଙ୍କୁ ଟିମ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିଛି। ଟି ନଟରାଜନ ଭାରତୀୟ ଦଳର ନୂଆ ଜର୍ସି ପିନ୍ଧିଛନ୍ତି। ଫଟୋ ଶେୟାର କରି ସେ ଲେଖିଛନ୍ତି, ଏହି ଜର୍ସି ପିନ୍ଧିବା ଏକ ବିଶେଷ ଅନୁଭୂତି। ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚରେ ୧୬ଟି ଉଇକେଟ ନେଇ ଟି ନାଟରାଜନ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜ ପ୍ରଦର୍ଶନ ଜରିଆରେ ଭାରତୀୟ ଦଳରେ ସେ ସ୍ଥାନ ପାଇଛନ୍ତି। ପିଲାଦିନକୁ ଅତ୍ୟଧିକ ଦାରିଦ୍ରରେ ସେ ଦିନ ବିତାଇଛନ୍ତି। ନଟରାଜନ ତାମିଲନାଡୁର ଚିନ୍ନାପମ୍ପତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମା ଜଣେ ଶ୍ରମିକ ଥିଲେ। ନଟରାଜନ ଟେନିସ ବଲ ସହିତ କ୍ରିକେଟ ଖେଳୁଥିଲେ। ବୋଲିଂ ପ୍ରଶିକ୍ଷକ ଜୟପ୍ରକାଶ ତାଙ୍କୁ ଦେଖି ତାମିଲନାଡୁ ପ୍ରିମିୟର ଲିଗ ଖେଳିବାର ସୁଯୋଗ ପାଇଲେ। ଠିକ ସେତିକିବେଳେ, ନଟରାଜନଙ୍କ ଭାଗ୍ୟ ବଦଳିଗଲା। ତାମିଲନାଡୁ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ନଟରାଜ ୨୭ ଉଇକେଟ ନେଇଥିଲେ। ଏହା ପରେ ୨୦୧୭ରେ କିଙ୍ଗସ ଏକାଦଶ ପଞ୍ଜାବ ୩ କୋଟି ଟଙ୍କା ମୂଲ୍ୟରେ ନଟରାଜନକଙ୍କୁ କିଣିଥିଲା। ପରବର୍ତ୍ତୀ ବର୍ଷ ପଞ୍ଜାବକୁ ନଟରାଜନ ରଖି ନ ଥିଲା ଏବଂ ହାଇଦ୍ରାବାଦ ଏହି ଦ୍ରୁତ ବୋଲରଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୦ରେ, ଏହି ଦ୍ରୁତ ବୋଲର ହାଇଦ୍ରାବାଦକୁ ପ୍ଲେ ଅଫରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ

ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ ବୋଲି...

ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍‌

କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ...

ରାହାଣେଙ୍କୁ ଆଉ ଥରେ ସୁଯୋଗ ମିଳୁ, ଫେଲ୍‌ ହେଲେ ଦଳରୁ ବାହାର କରିଦିଆଯାଉ: ସେହ୍ବାଗ

ନୂଆଦିଲ୍ଲୀ,୧୫।୯: ଭାରତର ପୂର୍ବତନ ଓପନର୍‌ ବିରେନ୍ଦର ସେହ୍ବାଗ କହିଛନ୍ତି ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ପରବର୍ତ୍ତୀ ଘରୋଇ ଟେଷ୍ଟ ସିରିଜରେ ଯଦି...

ଗୋଟିଏ ଦଳ ପାଇଁ ଖେଳୁଛନ୍ତି ୨ ଦେଶର ଖେଳାଳି: ଅଧିନାୟକ ପାକିସ୍ତାନର, ଉପଅଧିନାୟକ ଭାରତୀୟ

ଦୁବାଇ,୩୧।୮: ଏସିଆ କପ ୨୦୨୨ରେ ଭାରତର ଦ୍ୱିତୀୟ ମ୍ୟାଚ ହଂକଂ ଦଳ ସହିତ। କ୍ରିକେଟ ଦୁନିଆରେ ଏହି ଦଳର ନାମ କ୍ୱଚିତ୍‌ ଶୁଣାଯାଏ। ଭାରତ ବର୍ତ୍ତମାନ...

ବାହୁବଳୀ ସାଜିଲେ ରିଷଭ ପନ୍ତ, କଲେ ଏମିତି କାମ

ଲର୍ଡସ,୧୯।୮: ଭାରତୀୟ କ୍ରିକେଟ ଦଳ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଅଗଷ୍ଟ...

ଅଭ୍ୟାସ ମ୍ୟାଚ୍‌ରେ ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ...

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର...

ଲଜ୍ଜାଜନକ ରେକର୍ଡ ହାସଲ କଲେ କୋହଲି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି...

Advertisement
Archives

Model This Week