Posted inଖେଳ

ବୋସ୍‌ଫୋରସ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ଜରିନ, ସୋଲାଙ୍କି

ନୂଆଦିଲ୍ଲ,୨୦।୩(ପି.ଟି.): ଭାରତୀୟ ମହିଳା ବକ୍ସର ନିଖାତ ଜରିନ ଆଉ ଏକ ବିପର୍ଯ୍ୟୟ ଘଟାଇ ତୁର୍କୀର ଇସ୍ତାନବୁଲ୍‌ରେ ଚାଲିଥିବା ବୋସଫୋରସ ବକ୍ସିଂ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୫୧ କେ.ଜି. ବର୍ଗରେ ଜରିନ ଶୁକ୍ରବାର ଦୁଇଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା କାଜାଖସ୍ତାନର ନାଜିମ କିଜାଇବେଙ୍କୁ କ୍ୱାର୍ଟର ଫାଇନାଲରେ ହରାଇ ସେମିରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ଜରିନ ପ୍ରି-କ୍ୱାର୍ଟରରେ ୨୦୧୯ ବିଶ୍ୱ ଚାମ୍ପିୟନ ରୁଷିଆର ପାଲ୍ଟସେଭା ଏକାଟେରିନାଙ୍କୁ ହରାଇଥିଲେ। ସେ ୪-୧ରେ କିଜାଇବେଙ୍କୁ ହରାଇଛନ୍ତି। କିଜାଇବେ ପୂର୍ବରୁ ୨୦୧୪ ଓ ୨୦୧୬ ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିଲେ। ସେମିକୁ ଉଠିଥିବାରୁ ଜରିନ ଅତିକମ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିବା ନିଶ୍ଚିତ ହୋଇଛି।
ସେହିପରି ପୁରୁଷ ୫୭ କେ.ଜି. ବର୍ଗରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଗୌରବ ସୋଲାଙ୍କି ମଧ୍ୟ ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ସେ ୪-୧ରେ ସ୍ଥାନୀୟ ଖେଳାଳି ଅଇକୋଲ ମିଜାନଙ୍କୁ ହରାଇ ସେମିକୁ ଉଠିଛନ୍ତି। ଅନ୍ୟପଟେ ମହିଳା ବର୍ଗରେ ସୋନିଆ ଲାଥର (୫୭ କେ.ଜି.), ପରବୀନ (୬୦ କେ.ଜି.) ଓ ଜ୍ୟୋତି (୬୯ କେ.ଜି.) କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେହିପରି ପୁରୁଷ ୬୩ କେ.ଜି. ବର୍ଗରେ ଶିବ ଥାପା ୧-୪ରେ ତୁର୍କୀର ହକନ ଡୋଗାନଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଟୁର୍ନାମେଣ୍ଟର ଚତୁର୍ଥ ଦିବସରେ ମହିଳା ଓ ପୁରୁଷ ବର୍ଗରେ ଦୁଇ ଭାରତୀୟ ଖେଳାଳି ସେମିରେ ଅବତୀର୍ଣ୍ଣ ହେବେ। ଜରିନ ସେମିରେ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜୟିନୀ ତୁର୍କୀର ବୁସେନାଜ କାକିରୋଗ୍ଲୁଙ୍କୁ ଓ ସୋଲାଙ୍କି ସେମିରେ ଆର୍ଜେଣ୍ଟିନାର ନିର୍କୋ କୁଏଲୋଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ...

କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୪ ଗୋଲ୍‌

ମିକ୍କା, ୧୧ା୨ (ସାଉଦି ଆରବ): କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କ ନୂଆ ସାଉଦି ଆରବ ଟିମ୍‌ ଅଲ୍‌ ନାସେର ଦଳ ତରଫରୁ ଖେଳିବା ଆରମ୍ଭ କରି ଏକ...

ବୟସ ଜାଲିଆତି: ରାଜେଶ, କ୍ରୀଷ୍ଣାଙ୍କୁ ବାସନ୍ଦ କଲା ବିସିସିଆଇ

କଟକ ଅଫିସ,୨ା୧୧-ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳି ବୟସ ଜାଲିଆତିରେ ଫସିଛନ୍ତି। ସେମାନେ ହେଲେ ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲାଇ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଆଡିଲେଡ୍‌ ଟେଷ୍ଟ ବେଳେ ଭାରତୀୟ କ୍ରିକେଟରଙ୍କୁ ଏଭଳି ଡାକିଥିଲେ କୁନି ପ୍ରଶଂସକ: ଜବାବରେ…

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ଛୋଟ ପିଲା ଏମିତି କିଛି କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ...

ଖରାରେ କଠିନ ଅଭ୍ୟାସ ପରେ ଆଇସ୍‌ ବାଥ୍‌ର ମଜା ନେଲେ କୋହଲି

ଦୁବାଇ, ୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଆଇପିଏଲ୍‌କୁ ଭାରତ...

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ...

ନୀତିଶ ୟୁପି ଯୋଦ୍ଧା ଅଧିନାୟକ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଜୁଲାଇ ୨୦ରୁ ଆରମ୍ଭ ହେବ ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ର ୭ମ ସଂସ୍କରଣ। ମଙ୍ଗଳବାର ଯୁବ ଡିଫେଣ୍ଡର ନୀତିଶ କୁମାରଙ୍କୁ ୟୁପି ଯୋଦ୍ଧାର...

ସର୍ଜରୀ ପରେ ପ୍ରଶଂସକଙ୍କୁ ଏଭଳି ବାର୍ତ୍ତା ଦେଲେ ଏହି ଭାରତୀୟ ଅଲ୍‌ରାଉଣ୍ଡର

ସିଡନୀ,୧୨।୧: ଭାରତୀୟ କ୍ରିକେଟ ଟିମ୍‌ର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେ ନିଜ ଆଙ୍ଗୁଠିର ସର୍ଜରୀ...

Advertisement
Archives

Model This Week