Posted inଖେଳ

ମାନ୍‌ଙ୍କୁ ରୌପ୍ୟ: ଘୋଷାଲ, ଲଭପ୍ରୀତ୍‌, ଗୁରଦୀପ, ତେଜସ୍ବିନଙ୍କୁ ବ୍ରୋଞ୍ଜ

ବର୍ମିଂହାମ, ୪।୮(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବୁଧବାର ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଜୁଡୋକା ତୁଲିକା ମାନ୍‌। ସେହିପରି ଭାରୋତ୍ତୋଳନରୁ ଲଭପ୍ରୀତ ସିଂ ଓ ଗୁରଦୀପ ସିଂ ଏବଂ ସ୍କ୍ବାଶ୍‌ରୁ ସୌରଭ ଘୋଷାଲ ଓ ପୁରୁଷ ହାଇ ଜମ୍ପରୁ ତେଜସ୍ବିନ ଶଙ୍କରଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଙ୍ଗଲ୍ସ ସ୍କ୍ବାଶ୍‌ ଇଭେଣ୍ଟରେ ଘୋଷାଲ ଭାରତ ପାଇଁ ପ୍ରଥମ ପଦକ ଜିତିଥିବାରୁ ଏହାକୁ ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି। ପୁରୁଷ ହାଇଜମ୍ପରେ ଭାରତର ତେଜସ୍ବିନ ୨.୨୨ ମିଟର ଜମ୍ପକରି ତୃତୀୟ ସ୍ଥାନରେ ରହିଥିଲେ।
ମହିଳା ୭୮ କେଜି ଜୁଡୋ ଫାଇନାଲରେ ତୁଲିକା ସ୍କଟଲାଣ୍ଡର ସାରା ଆଡଲିଙ୍ଗଟନଙ୍କଠାରୁ ହାରି ଯାଇଥିଲେ। ୪ ଥର ଜାତୀୟ ଚାମ୍ପିୟନ ଏହି ୨୩ ବର୍ଷୀୟା ଭାରତୀୟ ଜୁଡୋକା ସେମିଫାଇନାଲରେ ନ୍ୟୁଜିଲାଣ୍ଡର ସିଡ୍‌ନୀ ଆଣ୍ଡ୍ର୍ୟୁସଙ୍କୁ ମାତ୍ର ୩ ମିନିଟ ମଧ୍ୟରେ ହରାଇ ଦେଇଥିଲେ। ପୂର୍ବରୁ ଏଲ.ସୁଶୀଳା ଦେବୀ ଓ ବିଜୟ କୁମାର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇ ସାରିଥିବାବେଳେ ଜୁଡୋ ଇଭେଣ୍ଟରୁ ଭାରତକୁ ତୃତୀୟ ପଦକ ମିଳିଛି। ତୁଲିକା ୨ ବର୍ଷର ହୋଇଥିବାବେଳେ ବାପାଙ୍କୁ ହରାଇଥିଲେ। ଏକମାତ୍ର ସନ୍ତାନଭାବେ ମା’ଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ। ତାଙ୍କ ମା’ ଜଲେ ପୂର୍ବତନ ରାଜ୍ୟଗୋଷ୍ଠୀ ଜୁଡୋ ଚାମ୍ପିୟନ। ଅଳ୍ପକେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ ତୁଲିକା।

୩୫ ବର୍ଷୀୟ ଘୋଷାଲ ବ୍ରୋଞ୍ଜ ପଦକ ମ୍ୟାଚରେ ଡିଫେଣ୍ଡି ଚାମ୍ପିୟନ ଇଂଲଣ୍ଡର ଜେମ୍ସ ଓ୍ବିଲଷ୍ଟ୍ରପ୍‌ଙ୍କୁ ୩-୦ (୧୧-୬, ୧୧-୧, ୧୧-୪)ରେ ପରାସ୍ତ କରିଛନ୍ତି। ପୁରୁଷ ୧୦୯ କେଜି ବର୍ଗରେ ୨୪ ବର୍ଷୀୟ ପଞ୍ଜାବ ଭାରୋତ୍ତୋଳକ ଲଭପ୍ରୀତ ମୋଟ ୩୫୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୧୬୩ କେଜି ଉଠାଇଥିବାବେଳେ କ୍ଲିନ୍‌ ଆଣ୍ଡ ଜର୍କରେ ୧୯୨ କେଜି ଉତ୍ତୋଳନକରି ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। କାମେରୁନର ଜୁନିୟର ନାବେୟୁ ୩୬୧ କେଜି ସହ ସ୍ବର୍ଣ୍ଣ ଏବଂ ସମୋଆର ଜ୍ୟାକ୍‌ ଓପେଲୋଗେ ୩୫୮ କେଜି ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ପରୁଷ ୧୦୯ କେଜି ଭାରୋତ୍ତୋଳନରେ ଗୁରଦୀପ ୩୯୦ କେଜି ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଛନ୍ତି। ସେ ସ୍ନାଚ୍‌ରେ ୧୬୭ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୨୨୩ କେଜି ଉତ୍ତୋଳନ କରିଥିଲେ। ପାକିସ୍ତାନର ମହମ୍ମଦ ନୁହ ଦସ୍ତଗିର ବଟ୍ଟ ୪୦୫ କେଜି ସହ ସ୍ବର୍ଣ୍ଣ ଏବଂ ନ୍ୟୁଜିଲାଣ୍ଡର ଡେଭିଡ ଆଣ୍ଡ୍ର୍ୟୁ ୩୯୪ କେଜି ଉଠାଇ ରୌପ୍ୟ ପଦକ ପାଇଛନ୍ତି।

ନିଖତ, ନିତୁ, ହୁସାମୁଦ୍ଦିନ ପଦକ ନିଶ୍ଚିତ କଲେ

ବକ୍ସିଂ ଇଭେଣ୍ଟରୁ ପଦକ ନିଶ୍ଚିତ କରିଛନ୍ତି ଭାରତର ନିଖତ ଜରିନ, ହୁସାମୁଦ୍ଦିନ ମହମ୍ମଦ ଓ ନିତୁ ଗଙ୍ଘାସ। ମହିଳା ୫୦ କେଜି, ପୁରୁଷ ୫୭ କେଜି ଓ ମହିଳା ୪୮ କେଜି ବର୍ଗରେ ଏହି ୩ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ଚାମ୍ପିୟନ ଜରିନ କ୍ୱାର୍ଟର ଫାଇନାଲରେ ଓ୍ବେଲ୍ସର ହେଲେନ ଜୋନ୍ସଙ୍କୁ ନିର୍ବିବାଦୀୟ ୫-୦ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ନିଜାମାବାଦର ୨୮ ବର୍ଷୀୟ ହୁସାମୁଦ୍ଦିନ ଏକାଗ୍ରତା ବଜାୟ ରଖି ନାମ୍ବିଆର ଟ୍ରାଏଗେନ ମର୍ନିଂଙ୍କୁ ୪-୧ ବ୍ୟବଧାନରେ ହରାଇଛନ୍ତି। ଦୁଇଥର ୟୁଥ୍‌ ଗୋଲ୍ଡ ମେଡାଲିଷ୍ଟ ୨୧ ବର୍ଷୀୟା ନୀତୁଙ୍କ ପ୍ରତିଦ୍ୱନ୍ଦ୍ୱୀ ନର୍ଦର୍ନ ଆୟର୍ଲାଣ୍ଡର ନିକୋଲେ କ୍ଲାଏଡ୍‌ ତୃତୀୟ ତଥା ଅନ୍ତିମ ରାଉଣ୍ଡରୁ ଓହରି ଯାଇଥିଲେ। ଫଳରେ ନୀତୁଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

ପ୍ରି କ୍ୱାର୍ଟରରେ ଚିନାପ୍ପା-ସାନ୍ଧୁ

ସିଙ୍ଗିଲ୍ସ ବିଫଳତାକୁ ପଛରେ ପକାଇ ମିକ୍ସଡ ଡବଲ୍ସ ଅଭିଯାନ ଆରମ୍ଭ କରିଛନ୍ତି ଜ୍ୟୋସ୍ନା ଚିନାପ୍ପା। ହରିନ୍ଦର ପାଲ ସିଂ ସାନ୍ଧୁଙ୍କ ସହିତ ମିକ୍ସଡ ଡବଲ୍ସ ଖେଳୁଥିବା ବେଳେ ଉଭୟ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ଶ୍ରୀଲଙ୍କାର ୟେହେନି କୁରୁପ୍ପୁ ଏବଂ ରବିନ୍ଦୁ ଲକ୍ସିରିଙ୍କୁ ୮-୧୧, ୧୧-୪ ଓ ୧୧-୩ରେପରାସ୍ତ କରିଥିଲେ। ପ୍ରଥମ ସେଟରେ ଭାରତୀୟ ଯୋଡି ସାମାନ୍ୟ ଖରାପ ପ୍ରଦର୍ଶନ କରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ୍‌ ଏକପାଖିଆ ରହିଥିଲା।
ସିଙ୍ଗିଲ୍ସ ଇଭେଣ୍ଟର ପ୍ଲେଟ୍‌ ବର୍ଗରେ ଫାଇନାଲ ମ୍ୟାଚ୍‌ ଜିତିଛନ୍ତି ସୁନୟନା ସାରା କୁରୁଭିଲ୍ଲା। ଗୟାନାର ଫଙ୍ଗ ଏ ଫ୍ୟାଟଙ୍କୁ ୧୧-୭, ୧୩-୧୧ ଓ ୧୧-୨ ପରାସ୍ତ କରିଥିଲେ ଏହି ୨୩ ବର୍ଷୀୟା ଭାରତୀୟ ଖେଳାଳି।

ଲନ୍‌ ବୋଲ୍‌: ମହିଳା ଓ ମ୍ରିଦୁଲଙ୍କ ବିଜୟ

ପ୍ରଥମ ଥର ପାଇଁ ଲନ୍‌ ବୋଲ ଇତିହାସରେ ଭାରତୀୟ ମହିଳା ୪ ଜଣିଆ ଦଳ ଇତିହାସ ରଚିଥିବା ବେଳେ ଭାରତୀୟ ମହିଳା ଯୋଡି ଓ ମ୍ରିଦୁଲ ବୋର୍ଗୋହେନ୍‌ ବିଜୟୀ ହୋଇଛନ୍ତି। ବୁଧବାର ମହିଳା ଯୋଡି ଲଭଲି ଚୌବେ ଓ ନାୟମୋନୀ ସାଇକିଆ ନିୟୁର ହିନା ରେରେଲ୍ଟି ଓ ଅଲିଭିଆ ବକିଙ୍ଗହାମଙ୍କୁ ୨୩-୬ରେ ପରାସ୍ତ କରିଛନ୍ତି। ରାଉଣ୍ଡ-୩ ମୁକାବିଲାରେ ଉଭୟ ଖେଳାଳି ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବେ। ଉଭୟ ଲଭଲି ଓ ସାଇକିଆ ସ୍ବର୍ଣ୍ଣ ବିଜୟୀ ଲନ୍‌ ବୋଲ୍‌ ଟିମ୍‌ର ସଦସ୍ୟ ରହିଥିଲେ। ସେହିପରି ପୁରୁଷ ସିଙ୍ଗିଲ୍ସ ବର୍ଗରେ ଦୁଇଟି ବିଜୟ ହାସଲ କରିଛନ୍ତି ମ୍ରିଦୁଲ୍‌ ବୋର୍ଗୋହେନ୍‌। ଫକାନ ଆଇଲାଣ୍ଡର ଲୋକ୍‌ ରାଇଟଙ୍କୁ ଏକପାଖିଆ ଭାବରେ ୨୧-୫ରେ ପରାସ୍ତ କରିଥିଲେ ମ୍ରିଦୁଲ୍‌। ଦ୍ୱିତୀୟ ମୁକାବିଲାରେ ସ୍କଟଲାଣ୍ଡର ଇଆନ୍‌ ମ୍ୟାକ୍‌ଲେନଙ୍କୁ ୨୧-୧୯ରେ ପରାସ୍ତ କରିଛନ୍ତି। ଇଆନ୍‌ ଆରମ୍ଭରୁ ୧୨-୬ରେ ଆଗୁଆ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?