Posted inଖେଳ

ମାନ୍‌ଙ୍କୁ ରୌପ୍ୟ: ଘୋଷାଲ, ଲଭପ୍ରୀତ୍‌, ଗୁରଦୀପ, ତେଜସ୍ବିନଙ୍କୁ ବ୍ରୋଞ୍ଜ

ବର୍ମିଂହାମ, ୪।୮(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବୁଧବାର ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଜୁଡୋକା ତୁଲିକା ମାନ୍‌। ସେହିପରି ଭାରୋତ୍ତୋଳନରୁ ଲଭପ୍ରୀତ ସିଂ ଓ ଗୁରଦୀପ ସିଂ ଏବଂ ସ୍କ୍ବାଶ୍‌ରୁ ସୌରଭ ଘୋଷାଲ ଓ ପୁରୁଷ ହାଇ ଜମ୍ପରୁ ତେଜସ୍ବିନ ଶଙ୍କରଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଙ୍ଗଲ୍ସ ସ୍କ୍ବାଶ୍‌ ଇଭେଣ୍ଟରେ ଘୋଷାଲ ଭାରତ ପାଇଁ ପ୍ରଥମ ପଦକ ଜିତିଥିବାରୁ ଏହାକୁ ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି। ପୁରୁଷ ହାଇଜମ୍ପରେ ଭାରତର ତେଜସ୍ବିନ ୨.୨୨ ମିଟର ଜମ୍ପକରି ତୃତୀୟ ସ୍ଥାନରେ ରହିଥିଲେ।
ମହିଳା ୭୮ କେଜି ଜୁଡୋ ଫାଇନାଲରେ ତୁଲିକା ସ୍କଟଲାଣ୍ଡର ସାରା ଆଡଲିଙ୍ଗଟନଙ୍କଠାରୁ ହାରି ଯାଇଥିଲେ। ୪ ଥର ଜାତୀୟ ଚାମ୍ପିୟନ ଏହି ୨୩ ବର୍ଷୀୟା ଭାରତୀୟ ଜୁଡୋକା ସେମିଫାଇନାଲରେ ନ୍ୟୁଜିଲାଣ୍ଡର ସିଡ୍‌ନୀ ଆଣ୍ଡ୍ର୍ୟୁସଙ୍କୁ ମାତ୍ର ୩ ମିନିଟ ମଧ୍ୟରେ ହରାଇ ଦେଇଥିଲେ। ପୂର୍ବରୁ ଏଲ.ସୁଶୀଳା ଦେବୀ ଓ ବିଜୟ କୁମାର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇ ସାରିଥିବାବେଳେ ଜୁଡୋ ଇଭେଣ୍ଟରୁ ଭାରତକୁ ତୃତୀୟ ପଦକ ମିଳିଛି। ତୁଲିକା ୨ ବର୍ଷର ହୋଇଥିବାବେଳେ ବାପାଙ୍କୁ ହରାଇଥିଲେ। ଏକମାତ୍ର ସନ୍ତାନଭାବେ ମା’ଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ। ତାଙ୍କ ମା’ ଜଲେ ପୂର୍ବତନ ରାଜ୍ୟଗୋଷ୍ଠୀ ଜୁଡୋ ଚାମ୍ପିୟନ। ଅଳ୍ପକେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ ତୁଲିକା।

୩୫ ବର୍ଷୀୟ ଘୋଷାଲ ବ୍ରୋଞ୍ଜ ପଦକ ମ୍ୟାଚରେ ଡିଫେଣ୍ଡି ଚାମ୍ପିୟନ ଇଂଲଣ୍ଡର ଜେମ୍ସ ଓ୍ବିଲଷ୍ଟ୍ରପ୍‌ଙ୍କୁ ୩-୦ (୧୧-୬, ୧୧-୧, ୧୧-୪)ରେ ପରାସ୍ତ କରିଛନ୍ତି। ପୁରୁଷ ୧୦୯ କେଜି ବର୍ଗରେ ୨୪ ବର୍ଷୀୟ ପଞ୍ଜାବ ଭାରୋତ୍ତୋଳକ ଲଭପ୍ରୀତ ମୋଟ ୩୫୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୧୬୩ କେଜି ଉଠାଇଥିବାବେଳେ କ୍ଲିନ୍‌ ଆଣ୍ଡ ଜର୍କରେ ୧୯୨ କେଜି ଉତ୍ତୋଳନକରି ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। କାମେରୁନର ଜୁନିୟର ନାବେୟୁ ୩୬୧ କେଜି ସହ ସ୍ବର୍ଣ୍ଣ ଏବଂ ସମୋଆର ଜ୍ୟାକ୍‌ ଓପେଲୋଗେ ୩୫୮ କେଜି ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ପରୁଷ ୧୦୯ କେଜି ଭାରୋତ୍ତୋଳନରେ ଗୁରଦୀପ ୩୯୦ କେଜି ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଛନ୍ତି। ସେ ସ୍ନାଚ୍‌ରେ ୧୬୭ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୨୨୩ କେଜି ଉତ୍ତୋଳନ କରିଥିଲେ। ପାକିସ୍ତାନର ମହମ୍ମଦ ନୁହ ଦସ୍ତଗିର ବଟ୍ଟ ୪୦୫ କେଜି ସହ ସ୍ବର୍ଣ୍ଣ ଏବଂ ନ୍ୟୁଜିଲାଣ୍ଡର ଡେଭିଡ ଆଣ୍ଡ୍ର୍ୟୁ ୩୯୪ କେଜି ଉଠାଇ ରୌପ୍ୟ ପଦକ ପାଇଛନ୍ତି।

ନିଖତ, ନିତୁ, ହୁସାମୁଦ୍ଦିନ ପଦକ ନିଶ୍ଚିତ କଲେ

ବକ୍ସିଂ ଇଭେଣ୍ଟରୁ ପଦକ ନିଶ୍ଚିତ କରିଛନ୍ତି ଭାରତର ନିଖତ ଜରିନ, ହୁସାମୁଦ୍ଦିନ ମହମ୍ମଦ ଓ ନିତୁ ଗଙ୍ଘାସ। ମହିଳା ୫୦ କେଜି, ପୁରୁଷ ୫୭ କେଜି ଓ ମହିଳା ୪୮ କେଜି ବର୍ଗରେ ଏହି ୩ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ଚାମ୍ପିୟନ ଜରିନ କ୍ୱାର୍ଟର ଫାଇନାଲରେ ଓ୍ବେଲ୍ସର ହେଲେନ ଜୋନ୍ସଙ୍କୁ ନିର୍ବିବାଦୀୟ ୫-୦ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ନିଜାମାବାଦର ୨୮ ବର୍ଷୀୟ ହୁସାମୁଦ୍ଦିନ ଏକାଗ୍ରତା ବଜାୟ ରଖି ନାମ୍ବିଆର ଟ୍ରାଏଗେନ ମର୍ନିଂଙ୍କୁ ୪-୧ ବ୍ୟବଧାନରେ ହରାଇଛନ୍ତି। ଦୁଇଥର ୟୁଥ୍‌ ଗୋଲ୍ଡ ମେଡାଲିଷ୍ଟ ୨୧ ବର୍ଷୀୟା ନୀତୁଙ୍କ ପ୍ରତିଦ୍ୱନ୍ଦ୍ୱୀ ନର୍ଦର୍ନ ଆୟର୍ଲାଣ୍ଡର ନିକୋଲେ କ୍ଲାଏଡ୍‌ ତୃତୀୟ ତଥା ଅନ୍ତିମ ରାଉଣ୍ଡରୁ ଓହରି ଯାଇଥିଲେ। ଫଳରେ ନୀତୁଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

ପ୍ରି କ୍ୱାର୍ଟରରେ ଚିନାପ୍ପା-ସାନ୍ଧୁ

ସିଙ୍ଗିଲ୍ସ ବିଫଳତାକୁ ପଛରେ ପକାଇ ମିକ୍ସଡ ଡବଲ୍ସ ଅଭିଯାନ ଆରମ୍ଭ କରିଛନ୍ତି ଜ୍ୟୋସ୍ନା ଚିନାପ୍ପା। ହରିନ୍ଦର ପାଲ ସିଂ ସାନ୍ଧୁଙ୍କ ସହିତ ମିକ୍ସଡ ଡବଲ୍ସ ଖେଳୁଥିବା ବେଳେ ଉଭୟ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ଶ୍ରୀଲଙ୍କାର ୟେହେନି କୁରୁପ୍ପୁ ଏବଂ ରବିନ୍ଦୁ ଲକ୍ସିରିଙ୍କୁ ୮-୧୧, ୧୧-୪ ଓ ୧୧-୩ରେପରାସ୍ତ କରିଥିଲେ। ପ୍ରଥମ ସେଟରେ ଭାରତୀୟ ଯୋଡି ସାମାନ୍ୟ ଖରାପ ପ୍ରଦର୍ଶନ କରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ୍‌ ଏକପାଖିଆ ରହିଥିଲା।
ସିଙ୍ଗିଲ୍ସ ଇଭେଣ୍ଟର ପ୍ଲେଟ୍‌ ବର୍ଗରେ ଫାଇନାଲ ମ୍ୟାଚ୍‌ ଜିତିଛନ୍ତି ସୁନୟନା ସାରା କୁରୁଭିଲ୍ଲା। ଗୟାନାର ଫଙ୍ଗ ଏ ଫ୍ୟାଟଙ୍କୁ ୧୧-୭, ୧୩-୧୧ ଓ ୧୧-୨ ପରାସ୍ତ କରିଥିଲେ ଏହି ୨୩ ବର୍ଷୀୟା ଭାରତୀୟ ଖେଳାଳି।

ଲନ୍‌ ବୋଲ୍‌: ମହିଳା ଓ ମ୍ରିଦୁଲଙ୍କ ବିଜୟ

ପ୍ରଥମ ଥର ପାଇଁ ଲନ୍‌ ବୋଲ ଇତିହାସରେ ଭାରତୀୟ ମହିଳା ୪ ଜଣିଆ ଦଳ ଇତିହାସ ରଚିଥିବା ବେଳେ ଭାରତୀୟ ମହିଳା ଯୋଡି ଓ ମ୍ରିଦୁଲ ବୋର୍ଗୋହେନ୍‌ ବିଜୟୀ ହୋଇଛନ୍ତି। ବୁଧବାର ମହିଳା ଯୋଡି ଲଭଲି ଚୌବେ ଓ ନାୟମୋନୀ ସାଇକିଆ ନିୟୁର ହିନା ରେରେଲ୍ଟି ଓ ଅଲିଭିଆ ବକିଙ୍ଗହାମଙ୍କୁ ୨୩-୬ରେ ପରାସ୍ତ କରିଛନ୍ତି। ରାଉଣ୍ଡ-୩ ମୁକାବିଲାରେ ଉଭୟ ଖେଳାଳି ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବେ। ଉଭୟ ଲଭଲି ଓ ସାଇକିଆ ସ୍ବର୍ଣ୍ଣ ବିଜୟୀ ଲନ୍‌ ବୋଲ୍‌ ଟିମ୍‌ର ସଦସ୍ୟ ରହିଥିଲେ। ସେହିପରି ପୁରୁଷ ସିଙ୍ଗିଲ୍ସ ବର୍ଗରେ ଦୁଇଟି ବିଜୟ ହାସଲ କରିଛନ୍ତି ମ୍ରିଦୁଲ୍‌ ବୋର୍ଗୋହେନ୍‌। ଫକାନ ଆଇଲାଣ୍ଡର ଲୋକ୍‌ ରାଇଟଙ୍କୁ ଏକପାଖିଆ ଭାବରେ ୨୧-୫ରେ ପରାସ୍ତ କରିଥିଲେ ମ୍ରିଦୁଲ୍‌। ଦ୍ୱିତୀୟ ମୁକାବିଲାରେ ସ୍କଟଲାଣ୍ଡର ଇଆନ୍‌ ମ୍ୟାକ୍‌ଲେନଙ୍କୁ ୨୧-୧୯ରେ ପରାସ୍ତ କରିଛନ୍ତି। ଇଆନ୍‌ ଆରମ୍ଭରୁ ୧୨-୬ରେ ଆଗୁଆ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ସ୍ପୋଟର୍‌ସ ମ୍ୟାନେଜମେଣ୍ଟରେ କ୍ୟାରିୟର’ ଓ୍ବେବିନାର

ଭୁବନେଶ୍ୱର,୨୯।୧୦(ସ୍ପୋଟର୍‌ସ ବ୍ୟୁରୋ): ‘ସ୍ପୋଟର୍‌ସ ମ୍ୟାନେଜେମେଣ୍ଟରେ କ୍ୟାରିୟର’ ଶୀର୍ଷକ ଏକ ଓ୍ବେବିନାର ଟାଟା ଷ୍ଟିଲ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବିଶ୍ୱରେ କ୍ରୀଡ଼ା ଶିଳ୍ପର ଉନ୍ନତି ହେଉଥିବା...

ସାଥୀ ଖେଳାଳିଙ୍କ ସ୍ତ୍ରୀଙ୍କୁ ପ୍ରେମ କରି ବିବାହ କରିଥିଲେ ଏହିସବୁ କ୍ରିକେଟର୍‌

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ୍‌। କ୍ରିକେଟର୍‌ମାନଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ସାଥୀ...

ଟୋକିଓରେ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ : ୧୭ରୁ ଭାରତୀୟ ପୁରୁଷ, ମହିଳା ହକି ଦଳର ଅଭିଯାନ

ବେଙ୍ଗାଲୁରୁ,୧୧।୮(ପି.ଟି.) : ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଅଂଶଗ୍ରହଣ କରିବାରକୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଜାପାନ ଯାତ୍ରା...

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା...

ଇଞ୍ଜିନିୟରରୁ କ୍ରିକେଟର ହୋଇଥିବା ଏହି ନୂଆ ସ୍ପିନରଙ୍କ ପ୍ରଶଂସାରେ ଶତମୁଖ ହେଲେ ଲକ୍ଷ୍ମଣ: କହିଲେ ତାଙ୍କ ପାଖରେ ରହିଛି ‘ଏକ୍ସ-ଫ୍ୟାକ୍ଟର’

ନୂଆଦିଲ୍ଲୀ,୨୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ରବିବାର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ଭାରତ ୩୮ ରନ୍‌ରେ ବିଜୟୀ...

ଡେନ୍‌ଲିଙ୍କ ସ୍ଥାନରେ ଲିଭିଙ୍ଗଷ୍ଟୋନ୍‌

ସାଇଥାମ୍ପଟନ, ୧ା୮(ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ଡେନ୍‌ଲି ଆୟର୍ଲାଣ୍ଡ ବିପକ୍ଷ ଚଳିତ ଦିନିକିଆ ସିରିଜର ଅବଶିଷ୍ଟ ମ୍ୟାଚ ଗୁଡ଼ିକରୁ ଓହରି ଯାଇଛନ୍ତି। ଟ୍ରେନିଂ ସମୟରେ ସେ ପିଠିରେ...

ଚାଇନାବାସୀ ସୁଧୁରି ଯାଅ: ବୀରେନ୍ଦ୍ର ସେହ୍ବାଗ

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ...

କୋହଲି-ରୋହିତଙ୍କ ମଧ୍ୟରେ ଯାହା ଚାଲିଛି ତାହା ଦୁଃଖଦ: ନେହେରା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ କ୍ରିକେଟ ସିରିଜ୍‌ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ନେଇ ବୟାନବାଜି ଜାରି ରହିଛି। ଅଷ୍ଟ୍ରେଲିଆ...

Advertisement
Archives

Model This Week