ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନ ପିଛା ୯୦ ହଜାରରୁ ଅଧିକରେ ପହଞ୍ଚିଛି। କରୋନା ସଂକ୍ରମଣରେ ଭାରତ ବ୍ରାଜିଲ୍‌କୁ ପଛରେ ପକାଇ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା ରହିଛି। ତାଲିକାରେ ଭାରତ ତଳେ ବ୍ରାଜିଲ୍‌ ଏବଂ ରୁଷ୍‌ ରହିଛନ୍ତି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ଟପିଛି। ଅପରପକ୍ଷରେ ବ୍ରାଜିଲ୍‌ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ରହିଛି। ତେବେ ଦେଶରେ ସୁସ୍ଥ ହେବା ହାର ଚିକିତ୍ସିତ ହେଉଥିବା ଆକ୍ରାନ୍ତଠାରୁ ଅଧିକ ରହିଛି। ସୁସ୍ଥଙ୍କ ସଂଖ୍ୟା ଚିକିତ୍ସିତଙ୍କ ସଂଖ୍ୟା ଠାରୁ ସାଢ଼େ ୩ ଗୁଣା ଅଧିକ ରହିଛି। ସୁସ୍ଥଙ୍କ ସଂଖ୍ୟା ୩୧ ଲକ୍ଷ ୮୦ ହଜାରରୁ ଅଧିକ ଥିବାବେଳେ ଚିକିତ୍ସିତଙ୍କ ସଂଖ୍ୟା ୮ଲକ୍ଷ ୬୨ ହଜାରରୁ ଅଧିକ ରହିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶର ସୁସ୍ଥ ହେବା ହାର ୭୭ ପ୍ରତିଶତ ରହିଛି। ୬ଟି ରାଜ୍ୟରେ ସୁସ୍ଥ ହେବା ହାର ୮୦ ପ୍ରତିଶତରୁ ଅଧିକ ରହିଛି। ସେଥିମଧ୍ୟରୁ ଦିଲ୍ଲୀରେ ସୁସ୍ଥ ହେବା ହାର ୮୯ ପ୍ରତିଶତ, ବିହାରରେ ୮୮, ତାମିଲନାଡୁରେ ୮୬, ପଶ୍ଚିମବଙ୍ଗରେ ୮୩, ରାଜସ୍ଥାନରେ ୮୨ ଏବଂ ଗୁଜରାଟରେ ୮୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା...

ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୪

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା।...

ନାଜାଲ୍‌ କୋଭିଡ୍‌ ଟିକା ପରୀକ୍ଷା ପାଇଁ ଭାରତ ବାୟୋଟେକ୍‌କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୮।୧: କରୋନା ମହାମାରୀର ତୃତୀୟ ଲହର ସମୟରେ ନାଜାଲ କୋଭିଡ୍‌ ଟିକା ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ...

ବାଲ୍ୟବିବାହକୁ ରୋକିବା ପାଇଁ ଆସାମ ସରକାରଙ୍କ ନୂଆ ଯୋଜନା: ବିବାହରେ କନ୍ୟାଙ୍କୁ ଦେବେ ୧ ତୋଳା ସୁନା

ଗୁଆହାଟୀ,୨୦।୧୧: ରାଜ୍ୟରେ ବାଲ୍ୟବିବାହ ରୋକିବା ପାଇଁ ଆସାମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅରୁନ୍ଧତୀ ସ୍କିମ୍‌ରେ ବିବାହ ସମୟରେ କନ୍ୟାଙ୍କୁ ମାଗଣାରେ ୧ ତୋଳା...

ଅତୁଲ କରୱାଲ ହେଲେ ଏନ୍‌ଡିଆରଏଫ୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୦।୧୧: ଅତୁଲ କରୱାଲଙ୍କୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନ୍‌ଡିଆରଏଫ୍‌)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କ୍ୟାବିନେଟର...

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା...

ନାଶନାଲ ଟେକ୍ନୋଲୋଜି ଡେ’ରେ ପ୍ରଧାନମନ୍ତ୍ରୀ ମୋଦି କିଛି ବୈଜ୍ଞାନିକ ପରିଯୋଜନାର କଲେ ଶିଳାନ୍ୟାସ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ...

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ...

Advertisement
Archives

Model This Week