ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ ଛୁଇଁଛି। ଲଗାତାର ୩ ଦିନ ଧରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହିଛି ବୋଲି ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୨୪ ଘଣ୍ଟାରେ ୯୩ ହଜାର ୩୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୯୬ ହଜାର ୩୯୯ ଛୁଇଁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ମେ ୪ରେ ସୁସ୍ଥ ହେବା ହାର ୨୭.୫୨ ପ୍ରତିଶତ ଥିଲା। ସେହିପରି ଜୁଲାଇ ୧୩ରେ ଏହା ୬୩.୦୨ ପ୍ରତିଶତ ଥିଲା। ସେପ୍ଟେମ୍ବର ୨୧ରେ ଏହା ୮୦ ପ୍ରତିଶତରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସୁସ୍ଥ ହେବା ହାର ଜାତୀୟ ହାରାହାରି ହାରଠାରୁ ଅଧିକ ରହିଛି। ଅଣ୍ଡାମାନ ନିକୋବରରେ ଏହା ସର୍ବାଧିକ ୯୪.୫୦ ରହିଛି। ସେହିପରି ଡାମନ ଡିୟୁ ଏବଂ ଦାଦ୍ରା ନଗର ହବେଲୀରେ ଏହା ୯୨.୧୦ ପ୍ରତିଶତ, ବିହାରରେ ୯୧.୮୦, ତାମିଲନାଡୁରେ ୮୯.୮୦, ପଶ୍ଚିମବଙ୍ଗରେ ୮୭, ଆନ୍ଧ୍ରପ୍ରଦେଶରେ ୮୬.୫୦ ପ୍ରତିଶତ ରହିଛି। ଅପରପକ୍ଷରେ ଦିଲ୍ଲୀରେ ୮୫ ପ୍ରତିଶତ, ଗୁଜରାଟରେ ୮୪.୦୧, ରାଜସ୍ଥାନରେ ୮୩, ତେଲଙ୍ଗାନାରେ ୮୨.୨୦, ଆସାମରେ ୮୧.୩୦ ଏବଂ ଓଡ଼ିଶାରେ ୮୧ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri