Posted inଖେଳ

ଟେଷ୍ଟ ଚାମ୍ପିୟନଶିପ୍‌ ତାଲିକା ଶୀର୍ଷରେ ଭାରତ

ଦୁବାଇ,୭।୩(ପି.ଟି.): ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଏଥିସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ମୋଟ ଉପରେ ୧୨ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ଡ୍ର ସହ ୫୨୦ ପଏଣ୍ଟ ହାସଲ କରିଛି। ଇଂଲଣ୍ଡର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ଆସନ୍ତା ଜୁନ୍‌ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ୭ ବିଜୟ ଓ ୪ ପରାଜୟ ସହ ୪୨୦ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଚତୁର୍ଥ, ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି।
କରୋନା କାରଣରୁ ପଏଣ୍ଟ ଟେବୁଲ ଫର୍ମାଟ୍‌ରେ ପରିବର୍ତ୍ତନ
କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ପଏଣ୍ଟ ଟେବୁଲର ଫର୍ମାଟ୍‌ରେ ପରିବର୍ତ୍ତନ କରାଯାଇଥିଲା। ଅପେକ୍ଷାକୃତ କମ୍‌ ମ୍ୟାଚ୍‌ ଖେଳିଥିବା ଦଳଗୁଡିକ ସହ ଭେଦଭାବ ନ କରିବା ପାଇଁ ଆଇସିସି ଏପରି ନିଷ୍ପତ୍ତି ନେଇଥିଲା। ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଦଳଗୁଡିକର ର଼୍ୟାଙ୍କିଙ୍ଗ୍‌ ପର୍ସେଣ୍ଟେଜ୍‌କୁ ଦୃଷ୍ଟିରେ ରଖି ମୂଲ୍ୟାଙ୍କନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ୱାରା ଦଳଗୁଡିକ ଖେଳିଥିବା ସିରିଜ ଓ ସେହି ସିରିଜରେ ହାସଲ କରିଥିବା ପଏଣ୍ଟକୁ ବିଚାର କରାଯାଇ ପର୍ସେଣ୍ଟେଜ୍‌ ବାହାର କରାଯାଇଥାଏ। ପ୍ରଥମେ ଭାରତ ଶୀର୍ଷରେ ରହିଥିଲା। ତେବେ ଏହା ଲାଗୁ ହେବା ପରେ ଭାରତ ପଛରେ ପଡିଯାଇଥିଲା। ଶେଷରେ ଭାରତ ପ୍ରତ୍ୟାବର୍ତ୍ତନ କରି ଶୀର୍ଷସ୍ଥାନ ଅଧିକାର କରିଛି। ଲିଗ୍‌ ପର୍ଯ୍ୟାୟ ଶେଷରେ ଭାରତ ୭୨.୨ ପିସିଟି ପର୍ସେଣ୍ଟେଜ ପାଇ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୭୦.୦ ପର୍ସେଣ୍ଟେଜ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆ ୬୯.୨ ପର୍ସେଣ୍ଟେଜ ସହ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଲର୍‌ଡ ମାଷ୍ଟର୍ସ ହକିରେ ଭାରତ ସାମିଲ

ନୂଆଦିଲ୍ଲୀ, ୧୨।୩- ହକି ଇଣ୍ଡିଆ ନିକଟରେ ଓ୍ବାଲର୍‌ଡ ମାଷ୍ଟର୍ସ ହକି(ଡବ୍ଲ୍ୟୁଏମଏଚ) ସହିତ ସାମିଲ ହୋଇଛି। ପୂର୍ବରୁ ଡବ୍ଲ୍ୟୁଏମଏଚ ସହ ଅନ୍ୟ ୩୮ ଜାତୀୟ ଆସୋସିଏଶନ ସାମିଲ...

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ସିଡନୀ, ୪।୩(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟାଇଟଲ ଫେଭରାଇଟ୍‌ ଭାରତ...

ମହିଳା ଫୁଟ୍‌ବଲ ଦଳକୁ ୬ ସ୍ଥାନ ପଦୋନ୍ନତି

ନୂଆଦିଲ୍ଲୀ,୧୩ା୭ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଦଳ ଗତ କିଛି ମାସ ହେଲା ପ୍ରଭାବୀ ପ୍ରଦର୍ଶନ କରିଆସିଛି। ଏଥିପାଇଁ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ ତାଲିକାରେ ଦଳ...

ଦ୍ୱିତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୦।୭- ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ...

ମହିଳା ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୨୦ରେ ପୁନମ ରାଉତ

ଦୁବାଇ,୧୭।୩(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ମହିଳା କ୍ରିକେଟର ପୁନମ ରାଉତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)...

ଧୋନୀଙ୍କ ପଣ୍ଡିତ ଅବତାର

ନୂଆଦିଲ୍ଲୀ,୧୧।୮:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି ନାହିଁ। କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ...

ପ୍ରଥମ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ ଅଗ୍ରଣୀ

ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍‌ ବ୍ରାଥ୍‌ଓ୍ବେଟ...

ହକି ଇଣ୍ଡିଆକୁ ଏଏଚ୍‌ଏଫ୍‌ର ସମ୍ବର୍ଦ୍ଧନା

ନୂଆଦିଲ୍ଳୀ, ୨୪ା୩ (ପି.ଟି.):ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆ ସମ୍ବର୍ଦ୍ଧିତ। ଗୁରୁବାର ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ଏହ ସମ୍ମାନ ପ୍ରଦାନ...

Advertisement
Archives

Model This Week