Posted inଜାତୀୟ

ବିମ୍ସଟେକ୍‌ ପାଣିପାଗ କେନ୍ଦ୍ର ପାଇଁ ଭାରତ ଖର୍ଚ୍ଚ କରିବ ୩୦ ଲକ୍ଷ ଡଲାର…

ନୂଆଦିଲ୍ଲୀ, ୩୦।୩ : ସାତୋଟି ଦେଶ ଦ୍ୱାରା ଆୟୋଜିତ ବିମ୍ସଟେକ୍‌ (ବିଆଇଏମଏସଟିଇସି)(ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ନିମିତ୍ତ ବଙ୍ଗୋପସାଗରୀୟ ପ୍ରୟାସ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ବୁଧବାର ଯୋଗ ଦେଇଛନ୍ତି। ବିମ୍ସଟେକ୍‌ ହେଉଛି ପାକିସ୍ତାନ ବିନା ସାତୋଟି ଦେଶର ଏକ ଆଞ୍ଚଳିକ ଗୋଷ୍ଠୀ। ଏଥିରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ବାଂଲାଦେଶ, ମ୍ୟାନ୍‌ମାର, ଥାଇଲାଣ୍ଡ, ନେପାଳ ଏବଂ ଭୁଟାନ ଅନ୍ତର୍ଭୁକ୍ତ। ଏଥର ଶ୍ରୀଲଙ୍କା ଅଧ୍ୟକ୍ଷ ଭାବରେ ବିମ୍ସଟେକ୍‌ ଶିଖର ସମ୍ମିଳନୀ ଆୟୋଜନ କରୁଛି।

ବିମ୍ସଟେକ୍‌ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିମ୍ସଟେକ୍‌ ପାଣିପାଗ କେନ୍ଦ୍ରକୁ ସକ୍ରିୟ କରିବା ପାଇଁ ଭାରତ ୩୦ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପଞ୍ଚମ ବିମ୍ସଟେକ୍‌ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦତ କହିଛନ୍ତି, ଏହା ହେଉଛି ବିମ୍ସଟେକ୍‌ ପ୍ରତିଷ୍ଠା ହେବାର ୨୫ ତମ ବର୍ଷ। ସେଥିପାଇଁ ମୁଁ ଆଜିର ଶିଖର ସମ୍ମିଳନୀକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି। ଏହି ଲ୍ୟାଣ୍ଡମାର୍କ ଶିଖର ସମ୍ମିଳନୀର ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିବ।

କୃଷିଜାତ ଦ୍ରବ୍ୟ ପାଇଁ ଏକ ଆଞ୍ଚଳିକ ସହଯୋଗ ନେଟୱାର୍କ ସୃଷ୍ଟି କରିବାର ଏକ ସମ୍ଭାବନା ମଧ୍ୟ ଅଛି । ଅପରାଧିକ ମାମଲାରେ ମଧ୍ୟ ଆମେ ସହଯୋଗର ଏକ ନୂତନ ଢାଞ୍ଚା ସୃଷ୍ଟି କରିଛୁ ଏବଂ ଏଥିପାଇଁ ଆମେ ଏକ ନୂତନ ଚୁକ୍ତି କରିଛୁ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁରୋପରେ ସାମ୍ପ୍ରତିକ ଘଟଣା ଅନ୍ତର୍ଜାତୀୟ ବ୍ୟବସ୍ଥାର ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛି।

ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ସହଯୋଗ ଏକ ପ୍ରମୁଖ ପ୍ରାଥମିକତା ପାଲଟିଛି। ଏପରିସ୍ଥଳେ ବିମ୍ସଟେକ୍‌ ପାରସ୍ପାରିକ ସହଯୋଗ ମାଧ୍ୟମରେ ସ୍ଥିତିର ମୁକାବିଲା ଲାଗି ଅଣ୍ଟା ଭିଡ଼ିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri