Posted inଖେଳ

ଇଂଲଣ୍ଡକୁ ଭାରତ ୩୦ ଜଣିଆ ଦଳ ପଠାଇବ: ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ଲଣ୍ଡନ, ୧୪।୪(ପି.ଟି.)- ଚଳିତ ଗ୍ରୀଷ୍ମଋତୁରେ ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତକୁ ସ୍ଥଗିତ ରଖାଯାଇଛି। ତେବେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ୩୦ ଜଣିଆ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ବୁଝାମଣା ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଇଂଲଣ୍ଡରେ ଭାରତ ‘ଏ’ ଓ ଭାରତ ସିନିୟର ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଥିଲା। ମାତ୍ର ଏହା ବଦଳରେ ୨ଟି ଇଣ୍ଟ୍ରା-ସ୍କ୍ବାଡ୍‌ ଗେମ୍‌ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। କୋଭିଡ୍‌-୧୯ ମହାମାରୀଜନିତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହାଇକ୍ୱାଲିଟି ଅନ୍ତର୍ଜାତୀୟ ସିରିଜ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।
ପୂର୍ବରୁ ଭାରତ ସିନିୟର ଓ ଭାରତ ‘ଏ’ ମଧ୍ୟରେ ୨ଟି ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଥିଲା। ମାତ୍ର ଏବେ ଏହା ୪ ଦିନିଆ ୨ଟି ଇଣ୍ଟ୍ରା-ସ୍କ୍ବାଡ୍‌ ଗେମ୍‌ ମଧ୍ୟରେ ସୀମିତ ରହିଛି। ଏହି ମ୍ୟାଚ ଦ୍ୱୟର ଭେନ୍ୟୁ ସମ୍ପର୍କରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅର୍ଥାତ୍‌ ଇଂଲଣ୍ଡ ଗସ୍ତ କରିଥିବା ୩୦ ଜଣିଆ ଦଳ ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ ଖେଳାଯିବ। ଏପରି ଆଲୋଚନା ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ପାକିସ୍ତାନ କ୍ରିକେଟ ବୋର୍ଡ ସହ ମଧ୍ୟ ହୋଇଛି ବୋଲି ଇସିବି ପକ୍ଷରୁ ପ୍ରକାଶ କରାଯାଇଛି। ଆସନ୍ତା ଗ୍ରୀଷ୍ମଋତୁରେ ସୁରକ୍ଷିତ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଇସିବି ଏପରି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲା: ୨୭ ଶତକ ମାରିବା ସତ୍ତ୍ୱେ ଦଳରରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ୩ଟି ଏକଦିବସୀୟ ଏବଂ ୩ ଟି -୨୦ ମ୍ୟାଚ ପାଇଁ ଦଳର ଓପନର୍‌ ଶିଖର...

ଡୋନାଙ୍କୁ ବିବାହ କରିବା ପରେ ବି ନଗ୍‌ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ...

ଟିମ୍‌ ଇଣ୍ଡିଆ ସଦସ୍ୟ ପାଲଟିଲେ ନେଟ୍‌ ବୋଲର

ଅହମ୍ମଦାବାଦ,୨୦।୩: ୨୦୧୪ ଆଇପିଏଲର ପର୍ପଲ କ୍ୟାପ୍‌ ଅଧିକାରୀ ମୋହିତ ଶର୍ମାଙ୍କୁ ନେଟ୍‌ ବୋଲର ଭାବେ ଦଳରେ ସାମିଲ କରିଛି ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ। ଏହା...

ପାକିସ୍ତାନର ଟପ୍‌ ଅର୍ଡର ସାଜିପାରେ ଭାରତ ପାଇଁ ଚିନ୍ତାର କାରଣ

ଦୁବାଇ,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର...

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ...

କ୍ରିକେଟ୍‌ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା

ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି।...

ଟି୨୦ ବିଶ୍ୱକପ୍‌ ପାଇଁ ନେଦରଲାଣ୍ଡ୍ସକୁ ଯୋଗ୍ୟତା

ଦୁବାଇ, ୩୦ା୧୦ (ପି.ଟି.)-ଅଷ୍ଟ୍ରେଲିଆରେ ଆସନ୍ତା ବର୍ଷ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ ନେଦରଲାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ଅନୁଷ୍ଠିତ ଏକ କ୍ୱାଲିଫାଇଙ୍ଗ ପ୍ଲେ-ଅଫ୍‌ ମ୍ୟାଚ୍‌ରେ...

ଚାଇନା ଓପନ୍‌: ସାତ୍ତ୍ୱିକ-ଅଶ୍ୱିନୀଙ୍କ ଦମ୍‌ଦାର ବିଜୟ

ଚାଙ୍ଗ୍‌ଝୋଉ (ଚାଇନା), ୧୭।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମିକ୍ସଡ୍‌ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ...

Advertisement
Archives

Model This Week