Posted inଜାତୀୟ

ଭାରତ ଆରମ୍ଭ କରିବ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ୍‌ …

ନୂଆଦିଲ୍ଲୀ,୨୦।୫: ଭାରତ ସରକାର ବିବିସି ଭଳି ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ଗତ ସପ୍ତାହରେ ପ୍ରସାର ଭାରତୀ ପକ୍ଷରୁ ଏନେଇ ଟେଣ୍ଡର ଜାରି କରାଯାଇଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ସିଏଏ-ଏନ୍‌ଆର୍‌ସି ଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଅନ୍ତର୍ଜାତୀୟସ୍ତରରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତର ଭାବମୂର୍ତ୍ତିକୁ ପୃଥିବୀ ସମ୍ମୁଖରେ ଉପସ୍ଥାପନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି କରୋନାର ଦ୍ୱିତୀୟ ଲହର ସମୟରେ ମୋଦି ସରକାରଙ୍କ ସମ୍ପର୍କରେ ହୋଇଥିବା ନକାରାତ୍ମକ ପ୍ରଚାର ଯୋଗୁ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏଭଳି ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ପ୍ରସାର ଭାରତୀ ପକ୍ଷରୁ ଗତ ୧୦ ବର୍ଷ ଧରି ପ୍ରୟାସ ଜାରି ରହିଥିବା କୁହାଯାଉଛି। ତେବେ ପ୍ରସାର ଭାରତୀର ନେତୃତ୍ୱ ବଦଳୁଥିବାରୁ ଏସମ୍ପର୍କିତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରି ନ ଥିଲା। ମେ’ ୧୩ରେ ଏନେଇ ଆବଶ୍ୟକ ପରାମର୍ଶ ପ୍ରଦାନ ଲାଗି ପ୍ରସାର ଭାରତୀ ପକ୍ଷରୁ ଟେଣ୍ଡର ଜାରି ହୋଇଥିବା ସିଇଓ ଶଶି ଶେଖର ବେମ୍‌ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର ମୂଳଦୁଆ ପାଇଁ ୩୩ କି.ଗ୍ରା.ର ରୂପା ଇଟା ଦାନ କଲେ ଜୁଏଲର୍ସ ଆସୋସିଏସନ୍‌

ଅଯୋଧ୍ୟା,୨୧।୭: ଅଯୋଧ୍ୟାରେ ରାମ ମନ୍ଦିର ନର୍ମାଣ ପାଇଁ ଭୂମିପୂଜା ଅଗଷ୍ଟ ୫ରେ ଆୟୋଜିତ ହେବ। ଏହାକୁ ନେଇ ହିନ୍ଦୁ ସମାଜ ଖୁସି ବ୍ୟକ୍ତ କରିଛି। ଟ୍ରଷ୍ଟର...

ସିଏଏ,ଏନଆରସି ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ୨ ମହିଳାଙ୍କୁ ଆକ୍ରମଣ

କୋଲକତା/ଜୟପୁର,୨୩।୧: ସିଏଏ ଓ ଏନଆରସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି।...

ମୋଦିଙ୍କ ଝିଆରୀଙ୍କୁ ମିଳିଲା ନାହିଁ ଟିକେଟ୍‌

ଅହମଦାବାଦ୍‌,୫।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ମଧ୍ୟ...

ଜଗଦୀପ ନୂଆ ଉପ-ରାଷ୍ଟ୍ରପତି…

ନୂଆଦିଲ୍ଲୀ, ୬।୮ : ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଅଲଭାଙ୍କୁ ପରାସ୍ତ...

ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ

କୋଚି,୨।୧୨: ସବ୍‌ ଲେପ୍ଟନାଣ୍ଟ ଶିଭାଙ୍ଗି ଭାରତୀୟ ନୌସେନାର ପ୍ରଥମ ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। କୋଚିର ଭାଇସ୍‌ ଆଡମିରାଲ ଏ.କେ. ଚାଓ୍ବଲାଙ୍କଠାରୁ ଶିଭାଙ୍ଗି ତାଙ୍କ...

୨୩୮ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି...

ସିଏଏ-ଏନ୍‌ଆର୍‌ସିକୁ ନେଇ ବଢିଲା ରାଜନୈତିକ ଉଷ୍ମତା

ନୂଆଦିଲ୍ଲୀ,୧୯।୧୨: ସିଟିଜେନଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ଏବେ ଉଷ୍ମ ହୋଇଛି ରାଜନୀତି। ସାରା ଦେଶରେ ଏହାକୁ ଏବେ ବିରୋଧ...

Advertisement
Archives

Model This Week