Posted inଖେଳ

ଇଂଲଣ୍ଡ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା: ଜାଣନ୍ତୁ କେବେ ଫେରିବେ ବୁମ୍‌ରା

ମୁମ୍ବାଇ,୬ା୧: ଆଗାମୀ ଇଂଲଣ୍ଡ ସିରିଜ ଭାରତକୁ ଲାଗିଛି ବଡ ଝଟକା। ଅଷ୍ଟ୍ରେଲିଆ ଗସ୍ତର ଶେଷ ମୁକାବିଲାରେ ଜଶପ୍ରୀତ ବୁମ୍‌ରା ଆହତ ହୋଇଥିବା ବେଳେ ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେବୃଆରୀ 19ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ ବୁମ୍‌ରା ଭାରତ ପାଇଁ ମୁଖ୍ୟ ବୋଲର ଅଟନ୍ତି। ତେଣୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇପାରେ।

୩୦ ବର୍ଷୀୟ ବୁମ୍‌ରା ଅଷ୍ଟ୍ରେଲିଆରେ ୧୫୦ ଅଧିକ ଓଭର ବୋଲିଂ କରିଥିବା ବେଳେ ୩୨ ଉଇକେଟ ନେଇଥିଲେ। ଏଠାରେ ବୁମ୍ରା ତାଙ୍କର ସର୍ବଶ୍ରେସ୍ଠ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଭାରତ ୧-୩ରେ ବର୍ଡ଼ର-ଗାଭାସ୍କର ସିରିଜ ପରାଜୟ ବରଣ କରିଥିଲା। ତେବେ ବୁମ୍‌ରାଙ୍କର ଆହତ ପଛରେ ତାଙ୍କ ଉପରେ ଦଳର ଅତ୍ୟଧିକ ଚାପି ବୋଲି କୁହାଯାଉଛି। ତେଣୁ ଆଗକୁ ଚାମ୍ପିୟନ୍ସ ତଫରି ଥିବା ବେଳେ ସେ ସମୟରେ ଫିଟ୍ ହେବା ନିହାତି ଆବଶ୍ୟକ।

ସୂତ୍ର ଅନୁଯାୟୀ, ବୁମ୍‌ରାଙ୍କ ପିଠିରେ ମାଂସପେଶୀ ଟାଣି ହେବା ଘଟଣାର ଗ୍ରେଡ୍ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଫେବୃଆରୀ ୨୦ ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଭାରତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ। ତେଣୁ ଯଦି ବୁମ୍‌ରାଙ୍କ ଆଘାତ ଗ୍ରେଡ୍ ୧ ଶ୍ରେଣୀରେ ଅଛି, ତେବେ ସେ ଖେଳିବା ପୂର୍ବରୁ ପ୍ରସ୍ତୁତ ହେବା ଲାଗି (ଆରଟିପି) ସର୍ବନିମ୍ନ ଦୁଇରୁ ତିନି ସପ୍ତାହ ସମୟ ଲାଗିବ।

ସେହିଭଳି ଦ୍ୱିତୀୟ ଶ୍ରେଣୀରେ ଆଘାତ ହେଲେ ଫିଟ୍ ହେବାକୁ ଛଅ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ, କିନ୍ତୁ ଯଦି ଏହା ଗ୍ରେଡ଼ ୩ ସ୍ତରର ହୋଇଥାଏ ତେବେ ଏହା ଠିକ ହେବାକୁ ତିନିମାସ ବିଶ୍ରାମ ଏବଂ ଫିଟ୍ ହେବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପଡିବ।

ତେବେ ବୁମ୍‌ରା ଟି-୨୦ ଦ୍ୱିପାକ୍ଷିକ ସିରିଜ୍ ଖେଳିବେ ନାହିଁ କାରଣ ଏହା ବିଶ୍ୱକପ୍ ବର୍ଷ ନୁହେଁ, କିନ୍ତୁ ଚାମ୍ପିଅନ୍ସ ଟ୍ରଫି ଆଗକୁ ଥିବା ଦୃଷ୍ଟିରୁ, ସେ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ ଦୁଇଟି ମ୍ୟାଚ୍ ଖେଳିଥାନ୍ତେ।

କିନ୍ତୁ ବର୍ତ୍ତମାନ, ତାଙ୍କ ଆଘାତର ଗ୍ରେଡ୍ ନିଷ୍ପତ୍ତି ନେବ ଯେ ବୁମରା ଇଂଲଣ୍ଡ ସିରିଜ୍ ଖେଳିବେ ନା ନାହିଁ। ଅନ୍ତତଃ ପକ୍ଷେ ଫେବୃଆରୀ ୧୨ ରେ ଅହମ୍ମଦାବାଦସ୍ଥିତ ତାଙ୍କ ଘରୋଇ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍ ତାଙ୍କ ଫିଟନେସ୍ ଯାଞ୍ଚ କରିବେ କି ନାହିଁ ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ ଜାନୁଆରୀ ୨୨ ରୁ ଭାରତ ପାଞ୍ଚୋଟି -୨୦ ଏବଂ ତିନିଟି ଦିନିକିଆ ଇଂଲଣ୍ଡ ବିପକ୍ଷରେ ଖେଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri