Posted inଜାତୀୟ

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ ଗୁଣବତ୍ତା ମାର୍ଗଦର୍ଶିକା କେବଳ ପରାମର୍ଶମୂଳକ ମୂଲ୍ୟ ଭାବରେ କାର୍ଯ୍ୟ କରେ, ବାଧ୍ୟତାମୂଳକ ମାନଦଣ୍ଡ ନୁହେଁ। କେନ୍ଦ୍ର ସରକାର ଗୁରୁବାର ଦିନ ସଂସଦରେ ଏହି ସୂଚନା ଦେଇଛନ୍ତି।

ରାଜ୍ୟସଭାରେ IQAir, WHO ଏବଂ EPI ଭଳି ବିଶ୍ୱ ସୂଚକାଙ୍କରେ ଭାରତର ସ୍ଥିତି ସମ୍ପର୍କରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଇ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ବିଶ୍ୱରେ କୌଣସି ଆଧିକାରିକ ଦେଶଭିତ୍ତିକ ପ୍ରଦୂଷଣ ରାଙ୍କିଙ୍ଗ କରାଯାଏ ନାହିଁ।

ସେ ସ୍ପଷ୍ଟ କରିଛନ୍ତି ଯେ WHOର ମାର୍ଗଦର୍ଶିକା ଦେଶଗୁଡ଼ିକୁ ସେମାନଙ୍କର ଭୌଗୋଳିକ ଅବସ୍ଥା, ପରିବେଶ ପରିସ୍ଥିତି, ପୃଷ୍ଠଭୂମି ସ୍ତର ଏବଂ ଜାତୀୟ ପରିସ୍ଥିତିକୁ ବିଚାରକୁ ନେଇ ନିଜସ୍ୱ ମାନଦଣ୍ଡ ସ୍ଥିର କରିବାରେ ସାହାଯ୍ୟ କରିଥାଏ।

ଭାରତ ସରକାର ପବ୍ଲିକ୍ ହେଲଥ୍ ଏବଂ ପରିବେଶ ସୁରକ୍ଷା ପାଇଁ ୧୨ଟି ପ୍ରଦୂଷକ ପାଇଁ ନିଜର ଜାତୀୟ ପାରିପାର୍ଶ୍ୱିକ ବାୟୁ ଗୁଣବତ୍ତା ମାନଦଣ୍ଡ (NAAQS) ପୂର୍ବରୁ ବିଜ୍ଞପ୍ତି କରି ସାରିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବିଶ୍ୱ ସଂସ୍ଥା ଦେଶଗୁଡ଼ିକୁ ଆନୁଷ୍ଠାନିକ ଭାବରେ ରାଙ୍କିଙ୍ଗ୍ ଦେଉ ନ ଥିଲେ ହେଁ, ଭାରତ ସରକାର ବାୟୁ ଗୁଣବତ୍ତା ଉନ୍ନତିକରଣ ପଦକ୍ଷେପ ଆଧାରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅଧୀନରେ ଥିବା ୧୩୦ଟି ସହରର ମୂଲ୍ୟାଙ୍କନ କରିବାକୁ ପ୍ରତିବର୍ଷ ‘ସ୍ୱଚ୍ଛ ବାୟୁ ସର୍ବେକ୍ଷଣ’ ଆୟୋଜନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ସେପ୍ଟେମ୍ବର ୭ ତାରିଖ ‘ଜାତୀୟ ସ୍ୱଚ୍ଛ ବାୟୁ ଦିବସ’ ଅବସରରେ ଭଲ ପ୍ରଦର୍ଶନ କରୁଥିବା ସହରଗୁଡ଼ିକୁ ପୁରସ୍କୃତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri