Posted inଜାତୀୟ

ଭାରତର ସବୁଠୁ ଧନୀ ମହିଳା: ଟପ୍‌-୭ରେ ଏମାନଙ୍କ ନାମ

ନୂଆଦିଲ୍ଲୀ,୪।୧୨: କୋଟାକ ଓ୍ବେଲ୍‌ଥ ସହଯୋଗରେ ହୁରୁନ ଇଣ୍ଡିଆ ୧୦୦ ଭାରତୀୟ ଧନୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ ମହିଳାଙ୍କ ମୋଟ ସମ୍ପତ୍ତି ହେଉଛି୨.୭୨ ଲକ୍ଷ କୋଟି ଟଙ୍କା। ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନାଡର ମାଲହୋତ୍ରା ହେଉଛନ୍ତି ସବୁଠାରୁ ଧନୀ ଭାରତୀୟ ମହିଳା। ରୋଶନୀଙ୍କ ନିଟ ମୂଲ୍ୟ ହେଉଛି ୫୪,୮୫୦ କୋଟି ଟଙ୍କା। ତାଙ୍କୁ ନିକଟରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାରମ୍ୟାନ କରାଯାଇଛି। ୨୦୧୯ରେ ସେ ଫୋର୍ବସର ୧୦୦ଟି ଶକ୍ତିଶାଳୀ ମହିଳା ତାଲିକାରେ ୫୪ସ୍ଥାନ ପାଇଥିଲେ। ସେ ମାତ୍ର ୨୮ ବର୍ଷ ବୟସରେ କମ୍ପାନୀର ସିଇଓ ହୋଇଥିଲେ। ହୁରୁନ ରିଚ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାୟୋକନର ପରିଚାଳନା ନିର୍ଦ୍ଦେଶକ କିରଣ ମଜୁମଦାର-ଶ’। ତାଙ୍କ ମୋଟ ସମ୍ପତ୍ତି ହେଉଛି ୩୬.୬ ହଜାର କୋଟି ଟଙ୍କା। ଲୀନା ଗାନ୍ଧୀ ତିୱାରୀ ତୃତୀୟ ସ୍ଥାନରେ ଅଛନ୍ତି, ଯାହାର ମୋଟ ସମ୍ପତ୍ତି ହେଉଛି ୨୧,୩୪୦ କୋଟ। ସେ ୟୁଏସ୍‌ଭି କମ୍ପାନୀର ଚେୟାରମ୍ୟାନ ଅଟନ୍ତି। ୧୯୬୧ରେ ୟୁଏସ୍‌ଭି ଇଣ୍ଡିଆ ଲୀନା ତିୱାରୀଙ୍କ ପିତା ଭିଥାଲ ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ହୁରୁନ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ନୀଳିମା ମୋଟାପାର୍ଟି। ଯାହାର ମୋଟ ସମ୍ପତ୍ତି ୧୮,୬୨୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ତାଙ୍କ କମ୍ପାନୀ ହେଉଛି ଡିଭିସ ଲାବୋରେଟୋରୀ। ଧନୀ ତାଲିକାର ୫ମ ସ୍ଥାନରେ ରାଧା ଭେମ୍ବୁ ଅଛନ୍ତି। ଯାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧,୫୯୦କୋଟି ଟଙ୍କା ରହିଛି। ତାଙ୍କ କମ୍ପାନୀ ଜୋହୋ କର୍ପୋରେସନ୍‌। ଷଷ୍ଠ ନମ୍ବର ହେଉଛି ଧନୀ ମହିଳାଙ୍କ ତାଲିକାରେ ଜୟଶ୍ରୀ ଉଲାଲ, ଯାହାର ମୋଟ ସମ୍ପତ୍ତି ହେଉଛି ୧୦,୨୨୦ କୋଟି ଟଙ୍କା, ସେମାନଙ୍କ କମ୍ପାନୀ ହେଉଛି ଆରିଷ୍ଟା ନେଟୱାକ। ଏଥି ସହିତ ରେଣୁ ମୁଞ୍ଜାଲ ସପ୍ତମ ସ୍ଥାନରେ ଅଛନ୍ତି, ଯାହାର ମୋଟ ସମ୍ପତ୍ତି ହେଉଛି ୮,୬୯୦ କୋଟି ଟଙ୍କା, ତାଙ୍କ କମ୍ପାନୀ ହେଉଛି ହିରୋ ଫିନକର୍ପ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri