Posted inଜାତୀୟ

ଭାରତର ସବୁଠୁ ଧନୀ ମହିଳା: ଟପ୍‌-୭ରେ ଏମାନଙ୍କ ନାମ

ନୂଆଦିଲ୍ଲୀ,୪।୧୨: କୋଟାକ ଓ୍ବେଲ୍‌ଥ ସହଯୋଗରେ ହୁରୁନ ଇଣ୍ଡିଆ ୧୦୦ ଭାରତୀୟ ଧନୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ ମହିଳାଙ୍କ ମୋଟ ସମ୍ପତ୍ତି ହେଉଛି୨.୭୨ ଲକ୍ଷ କୋଟି ଟଙ୍କା। ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନାଡର ମାଲହୋତ୍ରା ହେଉଛନ୍ତି ସବୁଠାରୁ ଧନୀ ଭାରତୀୟ ମହିଳା। ରୋଶନୀଙ୍କ ନିଟ ମୂଲ୍ୟ ହେଉଛି ୫୪,୮୫୦ କୋଟି ଟଙ୍କା। ତାଙ୍କୁ ନିକଟରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାରମ୍ୟାନ କରାଯାଇଛି। ୨୦୧୯ରେ ସେ ଫୋର୍ବସର ୧୦୦ଟି ଶକ୍ତିଶାଳୀ ମହିଳା ତାଲିକାରେ ୫୪ସ୍ଥାନ ପାଇଥିଲେ। ସେ ମାତ୍ର ୨୮ ବର୍ଷ ବୟସରେ କମ୍ପାନୀର ସିଇଓ ହୋଇଥିଲେ। ହୁରୁନ ରିଚ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାୟୋକନର ପରିଚାଳନା ନିର୍ଦ୍ଦେଶକ କିରଣ ମଜୁମଦାର-ଶ’। ତାଙ୍କ ମୋଟ ସମ୍ପତ୍ତି ହେଉଛି ୩୬.୬ ହଜାର କୋଟି ଟଙ୍କା। ଲୀନା ଗାନ୍ଧୀ ତିୱାରୀ ତୃତୀୟ ସ୍ଥାନରେ ଅଛନ୍ତି, ଯାହାର ମୋଟ ସମ୍ପତ୍ତି ହେଉଛି ୨୧,୩୪୦ କୋଟ। ସେ ୟୁଏସ୍‌ଭି କମ୍ପାନୀର ଚେୟାରମ୍ୟାନ ଅଟନ୍ତି। ୧୯୬୧ରେ ୟୁଏସ୍‌ଭି ଇଣ୍ଡିଆ ଲୀନା ତିୱାରୀଙ୍କ ପିତା ଭିଥାଲ ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ହୁରୁନ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ନୀଳିମା ମୋଟାପାର୍ଟି। ଯାହାର ମୋଟ ସମ୍ପତ୍ତି ୧୮,୬୨୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ତାଙ୍କ କମ୍ପାନୀ ହେଉଛି ଡିଭିସ ଲାବୋରେଟୋରୀ। ଧନୀ ତାଲିକାର ୫ମ ସ୍ଥାନରେ ରାଧା ଭେମ୍ବୁ ଅଛନ୍ତି। ଯାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧,୫୯୦କୋଟି ଟଙ୍କା ରହିଛି। ତାଙ୍କ କମ୍ପାନୀ ଜୋହୋ କର୍ପୋରେସନ୍‌। ଷଷ୍ଠ ନମ୍ବର ହେଉଛି ଧନୀ ମହିଳାଙ୍କ ତାଲିକାରେ ଜୟଶ୍ରୀ ଉଲାଲ, ଯାହାର ମୋଟ ସମ୍ପତ୍ତି ହେଉଛି ୧୦,୨୨୦ କୋଟି ଟଙ୍କା, ସେମାନଙ୍କ କମ୍ପାନୀ ହେଉଛି ଆରିଷ୍ଟା ନେଟୱାକ। ଏଥି ସହିତ ରେଣୁ ମୁଞ୍ଜାଲ ସପ୍ତମ ସ୍ଥାନରେ ଅଛନ୍ତି, ଯାହାର ମୋଟ ସମ୍ପତ୍ତି ହେଉଛି ୮,୬୯୦ କୋଟି ଟଙ୍କା, ତାଙ୍କ କମ୍ପାନୀ ହେଉଛି ହିରୋ ଫିନକର୍ପ।

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri