୪୬ ଚୋରା ଗାଡ଼ି ଜବତ: ୫ ଗିରଫ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜଧାନୀରେ ସକ୍ରିୟ ଥିବା ଦୁଇଟି ଗାଡ଼ି ଚୋରି ଗ୍ୟାଙ୍ଗ୍‌ ଧରିଛି କମିଶନରେଟ ପୋଲିସ। ନୟାପଲ୍ଲୀ ଥାନା ପୋଲିସ ଦୁଇ ପୃଥକ ମାମଲାରେ ୪୬ ବାଇକ୍‌ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରିଛି। ଏଥିସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛି। ପ୍ରଥମ ମାମଲା ନଂ.୩୮୧/୨୦ରେ ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଗୋଡ଼ିପଡ଼ାର ସୋନୁ ପ୍ରଧାନ(୨୯), ଜଙ୍କିଆ ମଳିପଡାର ଟିପା ଓରଫ ଚିତ୍ତରଞ୍ଜନ ପରିଡା(୨୬) ଓ ଦେବ କାଲାସ(୨୮)। ଗ୍ୟାଙ୍ଗ୍‌ ମୁଖ୍ୟ ନୟାଗଡ଼ର ସୋନୁ ଭୁବନେଶ୍ୱର ସାଲିଆ ସାହିରେ ରହୁଥିଲେ। ତାଙ୍କ ନିକଟରୁ ୪୧ ବାଇକ ଜବତ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, କଟକର ନିଆଳି ଅଞ୍ଚଳରେ ରହୁଥିବା ଯାଜପୁରର ସୌମ୍ୟରଞ୍ଜନ ରଣା ବାଇକରେ ଭୁବନେଶ୍ୱର ନୟାପଲ୍ଲୀ ଆସୁଥିଲେ। ଷ୍ଟିଓ୍ବାର୍ଟ ସ୍କୁଲ୍‌ ନିକଟରେ ସ୍ବାସ୍ଥ୍ୟଜନିତ କାରଣରୁ ସେ ତଳେ ପଡିଯିବା ସହ ଅଚେତ ହୋଇଯାଇଥିଲେ। ଚେତା ଫେରିବାବେଳକୁ ତାଙ୍କ ବାଇକ ଓ ମୋବାଇଲ୍‌ ଫୋନ୍‌ ଚୋରି ହୋଇଥିବା ଜାଣିବା ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନିକଟରେ ଲାଗିଥିବା ସିସି ଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା। ତଦନ୍ତବେଳେ ଗ୍ୟାଙ୍ଗ୍‌ ଓ ସୋନୁଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସାଲିଆସାହିସ୍ଥିତ ଘରୁ ତାଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ସୋନୁ ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଶହୀଦ ନଗର ଅଞ୍ଚଳରୁ ଗାଡ଼ି ଚୋରି କରି ଜଙ୍କିଆ ଅଞ୍ଚଳର ଟିପା ଓ ଦେବଙ୍କୁ ଦେଉଥିଲା। ସେମାନେ ଚୋରାଗାଡ଼ିକୁ ମୁଖ୍ୟତଃ ଜଙ୍କିଆର ଖଣି ଅଞ୍ଚଳରେ କମ୍‌ ଦାମ୍‌ରେ ବିକ୍ରି କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଳିବ ପ୍ରଥମ ଲୋକକଳା ଦିବସ : ଜିଲା, ରାଜ୍ୟସ୍ତରରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ପ୍ରଥମ ଥର ପାଇଁ ଜୁନ୍‌ ୧୪ରେ ପାଳନ ହେବାକୁ ଯାଉଛି ଲୋକକଳା ଦିବସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ...

ହଜିଗଲା ମାନବିକତା: କୁକୁର ଉପରେ କାର୍‌ ଚଢ଼ାଇ ଦେଲେ ଡାକ୍ତର; ଥାନାରେ ମାମଲା

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜଧାନୀରେ ଜଣେ ଡାକ୍ତରଙ୍କ ଅମାନବିକତା ଦେଖିବାକୁ ମିଳିଛି। ହର୍ନ ବଜାଇବା ସତ୍ତ୍ୱେ ରାସ୍ତାରୁ କୁକୁର ଛୁଆ ନ ଉଠିବାରୁ ତା’ ଉପରେ ସମ୍ପୃକ୍ତ ଡାକ୍ତର...

ଭୁବନେଶ୍ୱରରୁ ଆଜି ୩୨ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୨

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨...

ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ‘ସ୍ବରାଜ’

ଭୁବନେଶ୍ୱର,୧୩ା୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ସ୍ବାଧୀନତା...

୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ମନା

ପୁରୁଣାଭୁବନେଶ୍ୱର,୩୦ା୧୦ (ଡି.ଏନ.ଏ.):ନଭେମ୍ବର ୧ରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଗୁଟ୍‌ଖା ସମ୍ପୂର୍ଣ୍ଣ ମନା କରାଯିବ। ଏଥିରେ ବ୍ୟତିକ୍ରମ ହେଲେ ୧୦୦ଟଙ୍କା ଫାଇନ ଦେବାକୁ ହେବ ବୋଲି ମଙ୍ଗଳବାର...

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର...

ଡିଜିଟାଲ ହେବ ଡ୍ରାଇଭିଂ ଟେଷ୍ଟ ପ୍ରକ୍ରିୟା

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଆମକୁ ପ୍ରଥମେ ଜଣେ ଇନ୍‌ସ୍ପେକ୍ଟରଙ୍କ ଉପସ୍ଥିତିରେ ଡ୍ରାଇଭିଂ ସ୍କିଲ୍‌ ଟେଷ୍ଟ ଦେବାକୁ ପଡୁଥିଲା। ବର୍ତ୍ତମାନ କ୍ୟାମେରା, ସେନ୍ସର ଏବଂ...

ଦୁର୍ବିପାକ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ବୈଠକ: ସଚେତନତା ପାଇଁ ୨୩ରେ ମାରାଥନ

ପୁରୀ ଅଫିସ, ୫।୧:  ଜାତୀୟ ଦୁର୍ବିପାକ ପ୍ରଶମନ ବାହିନୀ ପକ୍ଷରୁ ପୁରୀ ଜିଲାରେ ଦୁର୍ବିପାକ ପରିଚାଳନା ଅଭ୍ୟାସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ...

Advertisement
Archives

Model This Week