Posted inଖେଳ

ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ

ଚେନ୍ନାଇ, ୮। ୧୦:  ଭାରତକୁ ଦିନିକିଆ କ୍ରିକେଟ ବିଶ୍ୱକପ ଫେରିଥିବା ବେଳେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଥିବା ବେଳେ ପ୍ରଥମ ମ୍ୟାଚରେ ୫ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ମୁକାବିଲା କରିବ। ୧୪୦ କୋଟି ଦେଶବାସୀଙ୍କ ସ୍ବପ୍ନକୁ କାନ୍ଧରେ ବୋହି ଭାରତ ଏହି ମ୍ୟାଚକୁ ଓହ୍ଲାଇବ। ଚେପକ୍‌ର ସ୍ପିନ୍‌ ସହାୟକ ଟ୍ରାକ୍‌ରେ ଭାରତ ଫେଭ୍‌ରିଟ୍‌ ରହିଥିଲେ ହେଁ ଅଷ୍ଟ୍ରେଲିଆ ମଧ୍ୟ କଡା ଚ୍ୟାଲେଞ୍ଜ ଦେବା ନେଇ ଆଶା କରାଯାଏ। ଭାରତୀୟ ଦଳର ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୬ ବର୍ଷ ହୋଇଥିବା ବେଳେ ବିରାଟ କୋହଲିଙ୍କୁ ହେଲାଣି ୩୫ ବର୍ଷ। ଏହି ଦୁଇ ଖେଳାଳିଙ୍କ ପାଇଁ ଏହା ଅନ୍ତିମ ଦିନିକିଆ ବିଶ୍ୱକପ ବୋଲି ମଧ୍ୟ କୁହାଯାଇପାରେ। ତେଣୁ ଉଭୟ ଏହାକୁ ସ୍ମରଣୀୟ କରିବାକୁ ସମସ୍ତ ପ୍ରୟାସ କରିବେ। ୧୨ ବର୍ଷ ପୂର୍ବେ କୋହଲି ନିଜ ପଦାର୍ପଣରେ ବିଶ୍ୱକପ ବିଜୟୀ ହୋଇଥିବା ବେଳେ ଏଥିରେ ମଧ୍ୟ ସମାନ କରିସ୍ମା ଦୋହରାଇବାକୁ ପ୍ରୟାସ କରିବେ।

ରୋହିତ ଓ କୋହଲିଙ୍କ ବ୍ୟତୀତ ୩୭ ବର୍ଷୀୟ ଅଶ୍ୱିନ ମଧ୍ୟ ସମ୍ଭବତଃ ନିଜର ଶେଷ ବିଶ୍ୱକପ ଖେଳୁଛନ୍ତି। ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଭାରତ ବିଜୟୀ ହେବା ଦ୍ୱାରା ଏହା ପୁନର୍ବାର ଶୀର୍ଷକୁ ଫେରିବା ଆକଳନ କରାଯାଉଛି। ୫ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ କଡା ଟକ୍କର ଦେବ। ଚେପକ୍‌ର ପିଚ୍‌ ଓ ପରିବେଶ ଭାରତ ପାଇଁ ଅନୁକୂଳ ହୋଇଥିବା ବେଳେ ଭାରତୀୟ ଦଳ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବ। ଚେପକ୍‌ରେ ଭାରତ ୧୪ ମ୍ୟାଚ୍‌ରୁ ୭ ବିଜୟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ୬ ମ୍ୟାଚ୍‌ରୁ ୫ ବିଜୟ ହାସଲ କରିଛି।

ସେହିପରି ଦଳ ଚୟନକୁ ନେଇ ମଧ୍ୟ ଭାରତ ସମସ୍ୟାରେ ରହିଛି। ୩ ସ୍ପିନରଙ୍କୁ ଖେଳାଇବ କି ନାହିଁ ଏହାକୁ ନେଇ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି। କୁଲଦୀପ ଓ ଜାଡେଜାଙ୍କ ଖେଳିବା ସ୍ଥିର ଥିବା ବେଳେ ଅଶ୍ୱିନ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣେ ଖେଳିବେ। ଚେନ୍ନାଇ ପିଚ୍‌କୁ ଦୃଷ୍ଟିରେ ରଖିଲେ ଭାରତ ଅଶ୍ୱିନଙ୍କୁ ଖେଳାଇବ। ସେହିପରି ଶୁବମନ ଗିଲ୍‌ଙ୍କ ଅନୁପସ୍ଥିତିରେ ଇଶାନ କିଶନ ଓପନ କରିବେ। ଟପ୍‌ ଅର୍ଡରରେ ବାମ-ଡାହାଣ କମ୍ବିନେଶନ ଭାରତକୁ ଅଧିକ ଦୃଢତା ପ୍ରଦାନ କରିବ। ତେବେ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଠାରୁ ଭାରତକୁ ସତର୍କ ରହିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri