Posted inଜାତୀୟ

ବ୍ରହ୍ମୋସର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କଲା ଭାରତ…

ନୂଆଦିଲ୍ଲୀ,୧୪।୩ : ଭାରତର ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ହଠାତ୍‌ ପାକିସ୍ତାନ ଅଞ୍ଚଳରେ ପଡ଼ିବା ନେଇ ବିବାଦ ମଧ୍ୟରେ ବି ଖୁସି ଖବର ଆସିଛି। ଭାରତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର ବର୍ତ୍ତମାନ ୮୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ  ଶିବିରକୁ ନଷ୍ଟ କରିବାରେ ସକ୍ଷମ ହେବ।

ଏହାପୂର୍ବରୁ ବ୍ରହ୍ମୋସର ଲକ୍ଷ୍ୟଭେଦ ପରିସର ୩୦୦ କିଲୋମିଟର ଥିଲା। ଏବେ ଏହାକୁ ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। ଏହି କ୍ଷେପଣାସ୍ତ୍ରଗୁଡିକ ସୁଖୋଇ ୩୦-ଏମ୍‌କେଆଇ ଯୁଦ୍ଧ ବିମାନରେ ସଂଯୁକ୍ତ କରାଯାଇଛି । ଏହା ଦ୍ୱାରା ଚାଇନା ଏବଂ ପାକିସ୍ତାନର ଚିନ୍ତା ଏବେ ବଢ଼ିବାରେ ଲାଗିଛି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସୂତ୍ରରୁ ପ୍ରକାଶ ଯେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସୀମା ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। କେବଳ ସଫ୍ଟୱେର୍‌ ଅପଗ୍ରେଡ କରି ଏହା ସମ୍ଭବ ହୋଇପାରିଛି। କ୍ଷେପଣାସ୍ତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବର୍ତ୍ତମାନ ଏହି କ୍ଷେପଣାସ୍ତ୍ରର କ୍ଷମତାକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାରେ ଭାରତ ସଫଳ ହୋଇଛି।

ଭାରତୀୟ ବାୟୁସେନା ଏହାର ୪୦ଟି ସୁଖୋଇ ବିମାନରେ ବ୍ରହ୍ମୋସ କ୍ରୁଜ କ୍ଷେପଣାସ୍ତ୍ର ନିୟୋଜିତ କରିଛି। ଏହି କ୍ଷେପଣାସ୍ତ୍ରଗୁଡିକ ଅଧିକ ଘାତକ ଏବଂ ଶତ୍ରୁକୁ ବହୁ ଦୂରରୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ମଧ୍ୟ ରହିଛି। ସୁଖୋଇ ବିମାନକୁ ତାମିଲନାଡୁର ଥାନଜାଭୁର ଏୟାରବେସରେ ରଖାଯାଇଥିଲା, କିନ୍ତୁ ଲଦାଖରେ ଚାଇନା ସହିତ ମୁହାଁମୁହିଁ ସ୍ଥିତି ହେବା ପରେ ଏବେ ସୁଖୋଇକୁ ଉତ୍ତର ସୀମାରେ ନିୟୋଜିତ କରାଯାଇଛି।

ବ୍ରହ୍ମୋସ କ୍ଷେପଣାସ୍ତ୍ରଗୁଡ଼ିକର ନବୀକରଣ ପାଇଁ ଭାରତ ନିରନ୍ତର କାର୍ଯ୍ୟ କରୁଛି। ବ୍ରହ୍ମୋସର ନୌସେନା ଭାରିଆଣ୍ଟର ସାମର୍ଥ୍ୟକୁ ୩୫୦ରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୫ରେ ଆଇଏନ୍‌ଏସ୍‌ ଯୁଦ୍ଧ ଜାହାଜରୁ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ରୁଷିଆର ସହଯୋଗରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକଶିତ କରାଯାଇଛି।

ସମ୍ପ୍ରତି, ଏକ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ହରିୟାଣାର ସିର୍ସା ଠାରୁ ଉଡି ପାକିସ୍ତାନର ମିଆଁ ଚାନ୍ନୁରେ ୧୨୯ କିଲୋମିଟର ଭିତରେ ପଡିଯାଇଥିଲା। ସିର୍ସା ଏବଂ ମିଆଁ ଚାନ୍ନୁ ମଧ୍ୟରେ ଦୂରତା ୨୭୭ କିଲୋମିଟର। ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି। ଯଦିଓ ଏହି କ୍ଷେପଣାସ୍ତ୍ର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନ ଥିଲା। ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଭାରତ ଏକ ଉଚ୍ଚ ସ୍ତରୀୟ ତଦନ୍ତ ବ୍ୟବସ୍ଥା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?