Posted inଖେଳ

ସ୍ବର୍ଣ୍ଣ ସହ ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା

ହାଙ୍ଗଝୋ, ୭।୧୦: ଏସିଆନ ଗେମ୍ସର ହକି ଇଭେଣ୍ଟରୁ ଭାରତ ପାଇଁ ଆସିଛି ବଡ଼ ଖବର। ଶୁକ୍ରବାର ଅନୁଷ୍ଠିତ ପୁରୁଷ ହକି ଫାଇନାଲରେ ଭାରତ ୫-୧ ଗୋଲରେ ଗତଥରର ଚାମ୍ପିୟନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛି। ଏଥିସହ ଭାରତୀୟ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଭାରତ ଶେଷଥର ପାଇଁ ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଅର୍ଥାତ୍‌ ୯ ବର୍ଷ ବ୍ୟବଧାନରେ ଭାରତକୁ ପୁଣି ସ୍ବର୍ଣ୍ଣିମ ସଫଳତା ମିଳିଛି। ଏହାକୁ ମିଶାଇ ଏସିଆଡ୍‌ରେ ଭାରତ ମୋଟ ଚତୁର୍ଥ ଥର ପାଇଁ ସ୍ବର୍ଣ୍ଣ ପଦକ ପାଇଛି। ୨୦୧୪ ବ୍ୟତୀତ ୧୯୬୬ ଓ ୧୯୯୮ ମସିହାରେ ମଧ୍ୟ ଭାରତୀୟ ଦଳ ସ୍ବର୍ଣ୍ଣ ବିଜୟୀ ହୋଇଥିଲା।
ଭାରତୀୟ ହକି ଦଳର ସଦସ୍ୟଭାବେ ଓଡ଼ିଶାର ଅମିତ ରୋହିଦାସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅର୍ଥାତ୍‌ ଚଳିତ ଏସିଆନ ଗେମ୍ସରେ ଦ୍ୱିତୀୟ ଓଡ଼ିଆ ଭାବେ ସେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ପୁରୁଷ ଜାଭେଲିନ୍‌ ଥ୍ରୋରେ କିଶୋର କୁମାର ଜେନା ରୌପ୍ୟ ପଦକ ଅର୍ଜନ କରିଥିଲେ। ଏବେ ହକିରେ ସ୍ବର୍ଣ୍ଣ ପଦକ ଜିତି ଅମିତ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି।
ନିକଟ ଅତୀତରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ରହିଥିଲେ ମଧ୍ୟ ଭାରତ ଗତଥରର ଚାମ୍ପିୟନ ଜାପାନକୁ ହାଲୁକାଭାବେ ନେଇ ନ ଥିଲା। ତେବେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଭାରତ ଫାଇଦାରେ ରହିଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୫ତମ ମିନିଟରେ ମନପ୍ରୀତ ସିଂ ଏକ ଗୋଲ ଦେଇ ଭାରତକୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତର ଆକ୍ରମଣ ଅଧିକ ଶାଣିତ ହୋଇଥିଲା। ୩୨ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇଥିଲେ। ୩୬ତମ ମିନିଟରେ ଓଡ଼ିଶାର ଅମିତ ରୋହିଦାସ ଏକ ଗୋଲ ସ୍କୋର କରି ଏହାକୁ ୩-୦ରେ ପରିଣତ କରିଥିଲେ। ତୃତୀୟ ତଥା ଅନ୍ତିମ କ୍ୱାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲା। ୪୮ତମ ମିନିଟରେ ଅଭିଷେକ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ଆଗେଇ ନେଇଥିଲେ। ୫୧ତମ ମିନିଟରେ ପେନାଲ୍ଟି କର୍ନରରୁ ଜାପାନର ସେରେନ ଟନକା ଗୋଟିଏ ଗୋଲ ପରିଶୋଧ କରିଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ମ୍ୟାଚ ଶେଷ ହେବାର ଅଳ୍ପକିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ୫୯ତମ ମିନିଟରେ ହରମନପ୍ରୀତ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୫ମ ଗୋଲଟି ସ୍କୋର କରି ନିଜ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଥିଲେ। ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ରେ ଚାଇନାକୁ ୨-୧ ଗୋଲରେ ହରାଇ ଦକ୍ଷିଣ କୋରିଆ ବ୍ରୋଞ୍ଜ ପଦକ ହାସଲ କରିଛି।
ହକି ସଫଳତା ପଛରେ ଓଡ଼ିଶାର ଅବଦାନ
ଭାରତୀୟ ହକି ଦଳର ସଫଳତା ପଛରେ ଓଡ଼ିଶାର ଅବଦାନ ରହିଛି। ଭାରତୀୟ ହକି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାବେଳେ ୨୦୧୮ରେ ସହାୟତାର ହାତ ବଢ଼ାଇଥିଲେ ଓଡ଼ିଶା ସରକାର। ଅର୍ଥାତ୍‌ ଓଡ଼ିଶା ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ସମେତ ଅନେକ କ୍ରୀଡ଼ାକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଫଳରେ ଓଡ଼ିଶା ଏକ କ୍ରୀଡ଼ା ହବ୍‌ରେ ପରିଣତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇଛି। ରାଉରକେଲାରେ ସର୍ବବୃହତ୍‌ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ହୋଇଛି। ହକି ବିଶ୍ୱକପ୍‌ ସମେତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏଠାରେ ଆୟୋଜନ ହେଉଛି। ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ରହିଛି। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ଯୋଗୁ ଭାରତୀୟ ପୁରୁଷ ହକି ଦଳ ଯେ ଏବେ ପ୍ରଥମଥର ପାଇଁ ସଫଳତା ପାଇଛି ତା ନୁହେଁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦଳ ଦୀର୍ଘ ୪୧ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri