Posted inTrending, ଖେଳ

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଅନ୍ତିମ ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବା ଲକ୍ଷ୍ୟରେ ରହିଛି। ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ଭଲ ରହିଛି। ତେଣୁ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ତାହାର ପୁନରାବୃତ୍ତି ଆଶାରେ ରହିଛି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ।
ଭାରତ ଏହାର ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୯୪ ରନ ଓ ଦ୍ୱିତୀୟ ମ୍ୟାଚରେ ହଂକଂକୁ ୧୩୭ ରନରେ ପରାସ୍ତ କରିଛି। ସେହିପରି ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୩୫ ରନରେ ହରାଇଥିବା ପାକିସ୍ତାନ ଦ୍ୱିତୀୟ ମ୍ୟାଚରେ ଭାରତକୁ ଭେଟିବାକୁ ଯାଉଛି। ୭ ତାରିଖରେ ଏହି ଦଳ ହଂକଂକୁ ଭେଟିବ। ତେଣୁ ଗ୍ରୁପ୍‌ ‘ଏ’ରୁ ଭାରତ ପରେ ପାକିସ୍ତାନ ଦ୍ୱିତୀୟ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିବା ସମ୍ଭାବନା ରହିଛି। ତେବେ ନିକଟ ଅତୀତରେ ଏସୀୟ ସ୍ତରରେ କୌଣସି ଦଳ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଟି୨୦ ଫର୍ମାଟରେ କୌଣସି ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର। ଗତ ମହିଳା ଏସିଆ କପ୍‌ରେ ଭାରତ ଫାଇନାଲରେ ଶ୍ରୀଲଙ୍କାଠାରୁ ହାରି ରନରଅପ୍‌ ହୋଇଥିଲା।
ଏଥର ଭାରତର ଦୁଇ ଟପ୍‌ ଅର୍ଡର ବ୍ୟାଟର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଫର୍ମରେ ଅଛନ୍ତି। ହଂକଂ ବିପକ୍ଷ ମ୍ୟାଚରେ ମନ୍ଧାନା ଶତକ ହାସଲ କରିବା ସହ ଏକାଧିକ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପିଚ୍‌ ବ୍ୟାଟରଙ୍କୁ ସୁହାଇବା ସମ୍ଭାବନା ଥିବାରୁ ସ୍ମୃତି ଓ ଶେଫାଳିଙ୍କ ଚମକ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଯଦିବା ଭଲ ଆରମ୍ଭ ହୋଇ ନ ପାରିଲା ତେବେ ମିଡିର୍ଲ ଅର୍ଡରରେ ପ୍ରତୀକା ରାଓ୍ବଲ, ରିଚା ଘୋଷ ଓ ଅଧିନାୟିକା ହରମନପ୍ରୀତ ସ୍ଥିତି ସମ୍ଭାଳି ନେବାର ଦକ୍ଷତା ରଖିଛନ୍ତି। ଦିନିକିଆ ଫର୍ମାଟରେ ସଫଳ ହୋଇଥିବା ପ୍ରତୀକା ଏଠାରେ ୩ ନମ୍ବରରେ ଖେଳୁଥିବାରୁ ସାମାନ୍ୟ ଚାପରେ ରହିଛନ୍ତି। ନନ୍ଦିନୀ ଶର୍ମା ଓ କ୍ରାନ୍ତି ଗୌଡ଼ ବୋଲିଂ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ୟପକ୍ଷରେ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଭାରତକୁ ଏହାର ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଗତ କିଛି ମ୍ୟାଚରେ ଖରାପ ବ୍ୟାଟିଂପାଇଁ ଦଳକୁ ପରାଜୟ ମୁହଁ ଦେଖିବାକୁ ପଡ଼ିଛି। ଏପରିକି ଗତ ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ପାଓ୍ବାରପ୍ଲେରେ ବ୍ୟାଟରମାନେ ଚାପରେ ରହିଥିବା ଦେଖିବାକୁ ମିଳିଥିଲା। ଓପନର ମୁନିବା ଅଲୀ ଓ ବୋଲିଂ ଅଲ୍‌ରାଉଣ୍ଡର ତଥା ଅଧିନାୟକ ଫତିମା ସାନାଙ୍କ ଉପରେ ଦଳ ଅନେକ ପରିମାଣରେ ନିର୍ଭର କରିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?