Posted inTrending, ଖେଳ

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଅନ୍ତିମ ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବା ଲକ୍ଷ୍ୟରେ ରହିଛି। ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ଭଲ ରହିଛି। ତେଣୁ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ତାହାର ପୁନରାବୃତ୍ତି ଆଶାରେ ରହିଛି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ।
ଭାରତ ଏହାର ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୯୪ ରନ ଓ ଦ୍ୱିତୀୟ ମ୍ୟାଚରେ ହଂକଂକୁ ୧୩୭ ରନରେ ପରାସ୍ତ କରିଛି। ସେହିପରି ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ୩୫ ରନରେ ହରାଇଥିବା ପାକିସ୍ତାନ ଦ୍ୱିତୀୟ ମ୍ୟାଚରେ ଭାରତକୁ ଭେଟିବାକୁ ଯାଉଛି। ୭ ତାରିଖରେ ଏହି ଦଳ ହଂକଂକୁ ଭେଟିବ। ତେଣୁ ଗ୍ରୁପ୍‌ ‘ଏ’ରୁ ଭାରତ ପରେ ପାକିସ୍ତାନ ଦ୍ୱିତୀୟ ଦଳଭାବେ ସେମିଫାଇନାଲରେ ପ୍ରବେଶ କରିବା ସମ୍ଭାବନା ରହିଛି। ତେବେ ନିକଟ ଅତୀତରେ ଏସୀୟ ସ୍ତରରେ କୌଣସି ଦଳ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଟି୨୦ ଫର୍ମାଟରେ କୌଣସି ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର। ଗତ ମହିଳା ଏସିଆ କପ୍‌ରେ ଭାରତ ଫାଇନାଲରେ ଶ୍ରୀଲଙ୍କାଠାରୁ ହାରି ରନରଅପ୍‌ ହୋଇଥିଲା।
ଏଥର ଭାରତର ଦୁଇ ଟପ୍‌ ଅର୍ଡର ବ୍ୟାଟର ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଫର୍ମରେ ଅଛନ୍ତି। ହଂକଂ ବିପକ୍ଷ ମ୍ୟାଚରେ ମନ୍ଧାନା ଶତକ ହାସଲ କରିବା ସହ ଏକାଧିକ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପିଚ୍‌ ବ୍ୟାଟରଙ୍କୁ ସୁହାଇବା ସମ୍ଭାବନା ଥିବାରୁ ସ୍ମୃତି ଓ ଶେଫାଳିଙ୍କ ଚମକ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଯଦିବା ଭଲ ଆରମ୍ଭ ହୋଇ ନ ପାରିଲା ତେବେ ମିଡିର୍ଲ ଅର୍ଡରରେ ପ୍ରତୀକା ରାଓ୍ବଲ, ରିଚା ଘୋଷ ଓ ଅଧିନାୟିକା ହରମନପ୍ରୀତ ସ୍ଥିତି ସମ୍ଭାଳି ନେବାର ଦକ୍ଷତା ରଖିଛନ୍ତି। ଦିନିକିଆ ଫର୍ମାଟରେ ସଫଳ ହୋଇଥିବା ପ୍ରତୀକା ଏଠାରେ ୩ ନମ୍ବରରେ ଖେଳୁଥିବାରୁ ସାମାନ୍ୟ ଚାପରେ ରହିଛନ୍ତି। ନନ୍ଦିନୀ ଶର୍ମା ଓ କ୍ରାନ୍ତି ଗୌଡ଼ ବୋଲିଂ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ୟପକ୍ଷରେ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଭାରତକୁ ଏହାର ବ୍ୟାଟିଂରେ ସୁଧାର ଆଣିବାକୁ ହେବ। ଗତ କିଛି ମ୍ୟାଚରେ ଖରାପ ବ୍ୟାଟିଂପାଇଁ ଦଳକୁ ପରାଜୟ ମୁହଁ ଦେଖିବାକୁ ପଡ଼ିଛି। ଏପରିକି ଗତ ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ପାଓ୍ବାରପ୍ଲେରେ ବ୍ୟାଟରମାନେ ଚାପରେ ରହିଥିବା ଦେଖିବାକୁ ମିଳିଥିଲା। ଓପନର ମୁନିବା ଅଲୀ ଓ ବୋଲିଂ ଅଲ୍‌ରାଉଣ୍ଡର ତଥା ଅଧିନାୟକ ଫତିମା ସାନାଙ୍କ ଉପରେ ଦଳ ଅନେକ ପରିମାଣରେ ନିର୍ଭର କରିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri