ଭାରତ ନଂ.୧

ଆସନ୍ତା ୨୦୨୩ କେବଳ ଆଉ ଏକ ନୂଆବର୍ଷ ହେବ ନାହିଁ, ଏହା ଭାରତୀୟଙ୍କ ପାଇଁ ଏକ ଉଲ୍ଲାସର ବାର୍ତ୍ତା ନେଇ ଆସିବ। ଯାହା କିଛି ବର୍ଷ ପୂର୍ବରୁ ଜାଣିଥିଲୁ ତାହାକୁ ଜାତିସଂଘ ତରଫରୁ ଏବେ ବିଧିବଦ୍ଧ ସ୍ବୀକୃତି ମିଳିଛି। ଜୁଲାଇ ୧୧ ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର (ଜନସଂଖ୍ୟା ଶାଖା) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୨୩ ବେଳକୁ ଭାରତର ଜନସଂଖ୍ୟା ଚାଇନାକୁ ଅତିକ୍ରମ କରିଯିବ। ଏଥିରେ ଆହୁରି କୁହାଯାଇଛି, ଚଳିତବର୍ଷ ନଭେମ୍ବରକୁ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଏବଂ ୨୦୮୦ ବେଳକୁ ଏହା ଏକ ହଜାର କୋଟି ଅତିକ୍ରମ କରିଯାଇଥିବ। ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ନ ପାଇଲେ ଏଭଳି ପ୍ରଦର୍ଶିତ ପରିସଂଖ୍ୟାନ ବାସ୍ତବରେ ପରିଣତ ହୋଇପାରେ।
ସରକାରୀ ଭାବେ କୁହାଯାଉଛି ଭାରତର ଜନସଂଖ୍ୟା ୧୪୧ କୋଟି ଅତିକ୍ରମ କରିଥିବା ବେଳେ ଚାଇନାର ୧୪୨ କୋଟି ଉପରେ ରହିଛି। କିନ୍ତୁ ଭାରତୀୟମାନେ ଏହି ଗୋଟିଏ କୋଟିର ତଫାତ୍‌କୁ ହସିକରି ଉଡ଼ାଇ ଦେଇପାରିବେ। ଭାରତୀୟଙ୍କ ପାଇଁ ୧ କୋଟି ନୂତନ ସନ୍ତାନ ବଡ଼ କଥା ନୁହେଁ। ତେବେ ଚାଇନାର ଜନସଂଖ୍ୟା ବିସ୍ଫୋରଣ ଆକାର ଧାରଣ କରିବାରୁ ଏହା ୧୯୮୦ରେ ଗୋଟିଏ ମାତ୍ର ସନ୍ତାନ ନୀତି ଆପଣାଇଥିଲା। ହେଲେ ୨୦୧୫ ବେଳକୁ ଦେଖାଗଲା ସେଠାରେ ବୟସ୍କଙ୍କ ସଂଖ୍ୟା ବଢ଼ିଯାଉଛି। ସେଥିପାଇଁ ବେଜିଂ ଅକ୍ଟୋବର ୨୦୧୫ରେ ଦୁଇ ସନ୍ତାନ ନୀତି ଆପଣାଇଲା। ହେଲେ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଆର୍ଥିକ ଦିଗକୁ ଦେଖି ଦୁଇ ସନ୍ତାନ ଜନ୍ମ କଲେ ନାହିଁ। ଜନ୍ମହାର କମିଯାଉଥିବା ଦେଖି ପୁନଶ୍ଚ ୨୦୨୧ରେ ଚାଇନା ତିନି ସନ୍ତାନ ନୀତି ପ୍ରଣୟନ କରିବା ସହ ଏଥିଲାଗି ଦମ୍ପତିଙ୍କୁ ପ୍ରୋତ୍ସାହନ ଦିଆଯିବା ବିଷୟ ଘୋଷଣା କରିଥିଲା। ତଥାପି ଚାଇନାର ଜନ୍ମହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସମ୍ଭବତଃ ଏସବୁ ପାଇଁ ଚାଇନା ଓ ଭାରତ ମଧ୍ୟରେ ଜନସଂଖ୍ୟାକୁ ନେଇ ଯେଉଁ ବୃହତ୍‌ ଫାଙ୍କ ଥିଲା, ତାହା ଧୀରେ ଧୀରେ କମିଆସିଲା। ଏବେ ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବାକୁ ଯାଉଛି। ମନେରଖିବାକୁ ହେବ ଯେ, ଭାରତ ତୁଳନାରେ ଚାଇନାର ଭୌଗୋଳିକ କ୍ଷେତ୍ର ପ୍ରାୟ ୩ ଗୁଣା ଅଧିକ। ଏହାବ୍ୟତୀତ ଭାରତର ସୀମାନ୍ତ ଅଞ୍ଚଳରୁ ଅନେକ ଅଂଶ ଚାଇନା ମାଡ଼ିବସିଥିବା ହେତୁ ଏହି ବ୍ୟବଧାନ ଅଣାନୁଷ୍ଠାନିକ ଭାବେ ଅଧିକ।
ଗୋଟିଏ ଦେଶର ଜନସଂଖ୍ୟା ତା’ର ସମ୍ବଳ ଭାବେ ଗଣାଯିବା କଥା। କିନ୍ତୁ ଯେଉଁ ସମ୍ବଳ ମୂଲ୍ୟଯୁକ୍ତ ହୋଇ ଦେଶର ପ୍ରଗତିରେ ସହାୟକ ହେବ ନାହିଁ, ତାହା ରାଷ୍ଟ୍ର ପାଇଁ ସମ୍ବଳ ପରିବର୍ତ୍ତେ ବୋଝ ହେବା ସୁନିଶ୍ଚିତ। ଅର୍ଥଶାସ୍ତ୍ରରେ କୁହାଯାଇଥାଏ ଦମ୍ପତିଙ୍କର ଏକାଧିକ ସନ୍ତାନ ଥିଲେ ସେମାନେ ପରିବାର ପାଇଁ ଅଧିକ ଅର୍ଥ ଉପାର୍ଜନ କରିଥାଆନ୍ତି ଓ ସୁରୁଖୁରୁରେ ଚଳିଥାଆନ୍ତି। ବାସ୍ତବରେ ଯଦି ପିଲାମାନେ ଉଦ୍ୟମୀ ଓ ଉପାର୍ଜନକ୍ଷମ ହୋଇ ନ ଥିବେ, ତାହା ହେଲେ ସେମାନଙ୍କ ସଂଖ୍ୟା ପରିବାରକୁ ଆର୍ଥିକ କ୍ଷତିରେ ପହଞ୍ଚାଇବ। ପୁଣି ବୈଷୟିକ ଦିଗରୁ ଦେଖିଲେ ନୂଆଦିଲ୍ଲୀଠାରୁ ବେଜିଂ ଯଥେଷ୍ଟ ଆଗରେ। ତେଣୁ ମାନବ ସମ୍ବଳକୁ ପରିଚାଳନା କରିବାରେ ଭାରତ ବାରମ୍ବାର ବିଫଳ ହୋଇଆସୁଛି। ଗତ କିଛିବର୍ଷ ହେବ ବେକାର ଯୁବତୀଯୁବକଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଏହି ଚିନ୍ତା ଆହୁରି ତୀବ୍ର ରୂପ ଧାରଣ କରିଛି। ଏହାବ୍ୟତୀତ ଭାରତର କେତେକ ଶାସକ ବାରମ୍ବାର କହୁଛନ୍ତି ଯେ, ଅଧିକ ସନ୍ତାନ ଜନ୍ମକରିବା ଆବଶ୍ୟକ। ନଚେତ୍‌ ମୁସଲମାନ ସମ୍ପ୍ରଦାୟ ହିନ୍ଦୁଙ୍କଠାରୁ ଅଧିକ ହୋଇଯିବେ। ଏଭଳି ମିଛ ଉପରେ ଆଧାରିତ ପ୍ରତିଯୋଗିତା ସୃଷ୍ଟି କରାଇବା ପଛରେ ଦେଶର ଅଧିକ କ୍ଷତି ଘଟୁଛି।
ଅର୍ଥନୀତିଜ୍ଞ ମାଲ୍‌ଥ୍ୟୁସ୍‌ଙ୍କ କହିବା ଅନୁଯାୟୀ ଅଧିକ ଜନସଂଖ୍ୟାର ଅର୍ଥ ହେଉଛି କାର୍ଯ୍ୟ କରିବା ପାଇଁ ଅଧିକ ହାତ ମିଳିବେ। କିନ୍ତୁ ବିଚରା ମାଲ୍‌ଥ୍ୟୁସ୍‌ ଭାରତୀୟଙ୍କ ସଂସ୍ପର୍ଶରେ କେବେ ହେଲେ ଆସି ନ ଥିଲେ। ବୃଦ୍ଧ ହେବା ପର୍ଯ୍ୟନ୍ତ ଯଦି ସମ୍ଭବପର ହେଉଛି ତେବେ ଅନେକ ଭାରତୀୟ ମାତାପିତାଙ୍କ ଉପରେ ବୋଝ ହୋଇ ଜୀବନଯାପନ କରିବାକୁ ଚାହାନ୍ତି। ଏହିଭଳି ମାନସିକତା ପୋଷଣ କରୁଥିବା ଜାତିକୁ ବୁଝି ରାଜନେତାମାନେ ସବୁ ପ୍ରକାର ମାଗଣା ସୁବିଧା ଓ ସୁଯୋଗ ଦେବାର ବ୍ୟବସ୍ଥା କରିଚାଲିଛନ୍ତି। ଏହା ସ୍ବୀକାରଯୋଗ୍ୟ ଯେ, ଏକ ଜନମଙ୍ଗଳ ରାଷ୍ଟ୍ରରେ କେହି ଭୋକ ଉପାସରେ ରହି ମୃତ୍ୟୁମୁଖରେ ପଡ଼ିବା କଥା ନୁହେଁ। ସେଥିପାଇଁ ଅତି ଗରିବଙ୍କୁ ସାମାଜିକ ଓ ଆର୍ଥିକ ନିରାପତ୍ତା ମିଳିବା ଅତ୍ୟନ୍ତ ଆବଶ୍ୟକ। ତାହା ଯୋଗାଉଥିବା ସରକାର ନିଶ୍ଚିତ ଭାବେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି। କିନ୍ତୁ ସେହି ସୁବିଧା ସୁଯୋଗଗୁଡ଼ିକୁ ଭେଣ୍ଡିଆମାନେ ହାତେଇ ନେଇ ମାଦଳ ହୋଇ ପଡ଼ି ରହିବାକୁ ପସନ୍ଦ କରୁଛନ୍ତି। ଦୋଷ ଭୋଟବ୍ୟାଙ୍କ ସୃଷ୍ଟି କରିବାର ଉଦ୍ୟମର ନୁହେଁ, ଦୁର୍ବଳତା ଆମ ସମସ୍ତଙ୍କର ଅଳସୁଆମି।

ମାଗଣା ସୁବିଧା ସୁଯୋଗଗୁଡ଼ିକୁ ଭେଣ୍ଡିଆମାନେ ହାତେଇ ନେଇ ମାଦଳ ହୋଇ ପଡ଼ି ରହିବାକୁ ପସନ୍ଦ କରୁଛନ୍ତି। ଦୋଷ ଭୋଟବ୍ୟାଙ୍କ ସୃଷ୍ଟି କରିବାର ଉଦ୍ୟମର ନୁହେଁ, ଦୁର୍ବଳତା ଆମ ସମସ୍ତଙ୍କର ଅଳସୁଆମି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri