ଭାରତ ନଂ.୧

ଆସନ୍ତା ୨୦୨୩ କେବଳ ଆଉ ଏକ ନୂଆବର୍ଷ ହେବ ନାହିଁ, ଏହା ଭାରତୀୟଙ୍କ ପାଇଁ ଏକ ଉଲ୍ଲାସର ବାର୍ତ୍ତା ନେଇ ଆସିବ। ଯାହା କିଛି ବର୍ଷ ପୂର୍ବରୁ ଜାଣିଥିଲୁ ତାହାକୁ ଜାତିସଂଘ ତରଫରୁ ଏବେ ବିଧିବଦ୍ଧ ସ୍ବୀକୃତି ମିଳିଛି। ଜୁଲାଇ ୧୧ ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର (ଜନସଂଖ୍ୟା ଶାଖା) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୨୩ ବେଳକୁ ଭାରତର ଜନସଂଖ୍ୟା ଚାଇନାକୁ ଅତିକ୍ରମ କରିଯିବ। ଏଥିରେ ଆହୁରି କୁହାଯାଇଛି, ଚଳିତବର୍ଷ ନଭେମ୍ବରକୁ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଏବଂ ୨୦୮୦ ବେଳକୁ ଏହା ଏକ ହଜାର କୋଟି ଅତିକ୍ରମ କରିଯାଇଥିବ। ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ନ ପାଇଲେ ଏଭଳି ପ୍ରଦର୍ଶିତ ପରିସଂଖ୍ୟାନ ବାସ୍ତବରେ ପରିଣତ ହୋଇପାରେ।
ସରକାରୀ ଭାବେ କୁହାଯାଉଛି ଭାରତର ଜନସଂଖ୍ୟା ୧୪୧ କୋଟି ଅତିକ୍ରମ କରିଥିବା ବେଳେ ଚାଇନାର ୧୪୨ କୋଟି ଉପରେ ରହିଛି। କିନ୍ତୁ ଭାରତୀୟମାନେ ଏହି ଗୋଟିଏ କୋଟିର ତଫାତ୍‌କୁ ହସିକରି ଉଡ଼ାଇ ଦେଇପାରିବେ। ଭାରତୀୟଙ୍କ ପାଇଁ ୧ କୋଟି ନୂତନ ସନ୍ତାନ ବଡ଼ କଥା ନୁହେଁ। ତେବେ ଚାଇନାର ଜନସଂଖ୍ୟା ବିସ୍ଫୋରଣ ଆକାର ଧାରଣ କରିବାରୁ ଏହା ୧୯୮୦ରେ ଗୋଟିଏ ମାତ୍ର ସନ୍ତାନ ନୀତି ଆପଣାଇଥିଲା। ହେଲେ ୨୦୧୫ ବେଳକୁ ଦେଖାଗଲା ସେଠାରେ ବୟସ୍କଙ୍କ ସଂଖ୍ୟା ବଢ଼ିଯାଉଛି। ସେଥିପାଇଁ ବେଜିଂ ଅକ୍ଟୋବର ୨୦୧୫ରେ ଦୁଇ ସନ୍ତାନ ନୀତି ଆପଣାଇଲା। ହେଲେ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଆର୍ଥିକ ଦିଗକୁ ଦେଖି ଦୁଇ ସନ୍ତାନ ଜନ୍ମ କଲେ ନାହିଁ। ଜନ୍ମହାର କମିଯାଉଥିବା ଦେଖି ପୁନଶ୍ଚ ୨୦୨୧ରେ ଚାଇନା ତିନି ସନ୍ତାନ ନୀତି ପ୍ରଣୟନ କରିବା ସହ ଏଥିଲାଗି ଦମ୍ପତିଙ୍କୁ ପ୍ରୋତ୍ସାହନ ଦିଆଯିବା ବିଷୟ ଘୋଷଣା କରିଥିଲା। ତଥାପି ଚାଇନାର ଜନ୍ମହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସମ୍ଭବତଃ ଏସବୁ ପାଇଁ ଚାଇନା ଓ ଭାରତ ମଧ୍ୟରେ ଜନସଂଖ୍ୟାକୁ ନେଇ ଯେଉଁ ବୃହତ୍‌ ଫାଙ୍କ ଥିଲା, ତାହା ଧୀରେ ଧୀରେ କମିଆସିଲା। ଏବେ ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବାକୁ ଯାଉଛି। ମନେରଖିବାକୁ ହେବ ଯେ, ଭାରତ ତୁଳନାରେ ଚାଇନାର ଭୌଗୋଳିକ କ୍ଷେତ୍ର ପ୍ରାୟ ୩ ଗୁଣା ଅଧିକ। ଏହାବ୍ୟତୀତ ଭାରତର ସୀମାନ୍ତ ଅଞ୍ଚଳରୁ ଅନେକ ଅଂଶ ଚାଇନା ମାଡ଼ିବସିଥିବା ହେତୁ ଏହି ବ୍ୟବଧାନ ଅଣାନୁଷ୍ଠାନିକ ଭାବେ ଅଧିକ।
ଗୋଟିଏ ଦେଶର ଜନସଂଖ୍ୟା ତା’ର ସମ୍ବଳ ଭାବେ ଗଣାଯିବା କଥା। କିନ୍ତୁ ଯେଉଁ ସମ୍ବଳ ମୂଲ୍ୟଯୁକ୍ତ ହୋଇ ଦେଶର ପ୍ରଗତିରେ ସହାୟକ ହେବ ନାହିଁ, ତାହା ରାଷ୍ଟ୍ର ପାଇଁ ସମ୍ବଳ ପରିବର୍ତ୍ତେ ବୋଝ ହେବା ସୁନିଶ୍ଚିତ। ଅର୍ଥଶାସ୍ତ୍ରରେ କୁହାଯାଇଥାଏ ଦମ୍ପତିଙ୍କର ଏକାଧିକ ସନ୍ତାନ ଥିଲେ ସେମାନେ ପରିବାର ପାଇଁ ଅଧିକ ଅର୍ଥ ଉପାର୍ଜନ କରିଥାଆନ୍ତି ଓ ସୁରୁଖୁରୁରେ ଚଳିଥାଆନ୍ତି। ବାସ୍ତବରେ ଯଦି ପିଲାମାନେ ଉଦ୍ୟମୀ ଓ ଉପାର୍ଜନକ୍ଷମ ହୋଇ ନ ଥିବେ, ତାହା ହେଲେ ସେମାନଙ୍କ ସଂଖ୍ୟା ପରିବାରକୁ ଆର୍ଥିକ କ୍ଷତିରେ ପହଞ୍ଚାଇବ। ପୁଣି ବୈଷୟିକ ଦିଗରୁ ଦେଖିଲେ ନୂଆଦିଲ୍ଲୀଠାରୁ ବେଜିଂ ଯଥେଷ୍ଟ ଆଗରେ। ତେଣୁ ମାନବ ସମ୍ବଳକୁ ପରିଚାଳନା କରିବାରେ ଭାରତ ବାରମ୍ବାର ବିଫଳ ହୋଇଆସୁଛି। ଗତ କିଛିବର୍ଷ ହେବ ବେକାର ଯୁବତୀଯୁବକଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଏହି ଚିନ୍ତା ଆହୁରି ତୀବ୍ର ରୂପ ଧାରଣ କରିଛି। ଏହାବ୍ୟତୀତ ଭାରତର କେତେକ ଶାସକ ବାରମ୍ବାର କହୁଛନ୍ତି ଯେ, ଅଧିକ ସନ୍ତାନ ଜନ୍ମକରିବା ଆବଶ୍ୟକ। ନଚେତ୍‌ ମୁସଲମାନ ସମ୍ପ୍ରଦାୟ ହିନ୍ଦୁଙ୍କଠାରୁ ଅଧିକ ହୋଇଯିବେ। ଏଭଳି ମିଛ ଉପରେ ଆଧାରିତ ପ୍ରତିଯୋଗିତା ସୃଷ୍ଟି କରାଇବା ପଛରେ ଦେଶର ଅଧିକ କ୍ଷତି ଘଟୁଛି।
ଅର୍ଥନୀତିଜ୍ଞ ମାଲ୍‌ଥ୍ୟୁସ୍‌ଙ୍କ କହିବା ଅନୁଯାୟୀ ଅଧିକ ଜନସଂଖ୍ୟାର ଅର୍ଥ ହେଉଛି କାର୍ଯ୍ୟ କରିବା ପାଇଁ ଅଧିକ ହାତ ମିଳିବେ। କିନ୍ତୁ ବିଚରା ମାଲ୍‌ଥ୍ୟୁସ୍‌ ଭାରତୀୟଙ୍କ ସଂସ୍ପର୍ଶରେ କେବେ ହେଲେ ଆସି ନ ଥିଲେ। ବୃଦ୍ଧ ହେବା ପର୍ଯ୍ୟନ୍ତ ଯଦି ସମ୍ଭବପର ହେଉଛି ତେବେ ଅନେକ ଭାରତୀୟ ମାତାପିତାଙ୍କ ଉପରେ ବୋଝ ହୋଇ ଜୀବନଯାପନ କରିବାକୁ ଚାହାନ୍ତି। ଏହିଭଳି ମାନସିକତା ପୋଷଣ କରୁଥିବା ଜାତିକୁ ବୁଝି ରାଜନେତାମାନେ ସବୁ ପ୍ରକାର ମାଗଣା ସୁବିଧା ଓ ସୁଯୋଗ ଦେବାର ବ୍ୟବସ୍ଥା କରିଚାଲିଛନ୍ତି। ଏହା ସ୍ବୀକାରଯୋଗ୍ୟ ଯେ, ଏକ ଜନମଙ୍ଗଳ ରାଷ୍ଟ୍ରରେ କେହି ଭୋକ ଉପାସରେ ରହି ମୃତ୍ୟୁମୁଖରେ ପଡ଼ିବା କଥା ନୁହେଁ। ସେଥିପାଇଁ ଅତି ଗରିବଙ୍କୁ ସାମାଜିକ ଓ ଆର୍ଥିକ ନିରାପତ୍ତା ମିଳିବା ଅତ୍ୟନ୍ତ ଆବଶ୍ୟକ। ତାହା ଯୋଗାଉଥିବା ସରକାର ନିଶ୍ଚିତ ଭାବେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି। କିନ୍ତୁ ସେହି ସୁବିଧା ସୁଯୋଗଗୁଡ଼ିକୁ ଭେଣ୍ଡିଆମାନେ ହାତେଇ ନେଇ ମାଦଳ ହୋଇ ପଡ଼ି ରହିବାକୁ ପସନ୍ଦ କରୁଛନ୍ତି। ଦୋଷ ଭୋଟବ୍ୟାଙ୍କ ସୃଷ୍ଟି କରିବାର ଉଦ୍ୟମର ନୁହେଁ, ଦୁର୍ବଳତା ଆମ ସମସ୍ତଙ୍କର ଅଳସୁଆମି।

ମାଗଣା ସୁବିଧା ସୁଯୋଗଗୁଡ଼ିକୁ ଭେଣ୍ଡିଆମାନେ ହାତେଇ ନେଇ ମାଦଳ ହୋଇ ପଡ଼ି ରହିବାକୁ ପସନ୍ଦ କରୁଛନ୍ତି। ଦୋଷ ଭୋଟବ୍ୟାଙ୍କ ସୃଷ୍ଟି କରିବାର ଉଦ୍ୟମର ନୁହେଁ, ଦୁର୍ବଳତା ଆମ ସମସ୍ତଙ୍କର ଅଳସୁଆମି ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?