Posted inଜାତୀୟ

କିଏ ସେହି ଡାନିସ୍‌ ଅନ୍‌ସାରୀ? ଏକମାତ୍ର ମୁସଲମାନ୍‌ ଯାହାକୁ ମିଳିଲା ମନ୍ତ୍ରୀପଦ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଯୋଗୀଙ୍କ ୨.୦ ସରକାରରେ ପୂର୍ବଭଳି ୨ ଉପମୁଖ୍ୟମନ୍ତ୍ରୀ ରହିବେ। ଏହାଛଡ଼ା ତାଙ୍କ ଟିମ୍‌ରେ ୫୨ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯୋଗୀଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ମହିଳାଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ଏକମାତ୍ର ମୁସଲମାନ ଭାବେ ଡାନିସ୍‌ ଆଜାଦ ଅନ୍‌ସାରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନ ଥିଲା। ହେଲେ ଦଳ ଜିତିବା ପରେ ଏବେ ଅନ୍‌ସାରୀଙ୍କୁ ମନ୍ତ୍ରୀ କରାଯାଇଛି। ସେ ନିର୍ବାଚନ ଲଢ଼ି ନ ଥିଲେ ହେଁ ତାଙ୍କୁ ସୁଯୋଗ ମିଳିଛି।

ଛାତ୍ରାବସ୍ଥାରୁ ଏବିଭିପି ସହ ଯୋଡ଼ି ହୋଇଥିଲେ ଅନ୍‌ସାରୀ। ସେ ଏବେ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଛନ୍ତି। ଏଥିଯୋଗୁ ତାଙ୍କୁ ମନ୍ତ୍ରୀପଦ ଦିଆଯାଇଥିବା କୁହାଯାଉଛି।

୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ଭାଜପା ନେତୃତ୍ୱାଧୀନ ମେଣ୍ଟକୁ ୨୭୩ ଆସନ ମିଳିଥିଲା। କେବଳ ଭାଜପା ୨୫୫ ଆସନରେ ଜିତିଥିବାବେଳେ ସହଯୋଗୀ ଅପ୍‌ନା ଦଳ (ଏସ୍‌) ଏବଂ ନିଶାଦ ପାର୍ଟିକୁ ୧୮ଟି ଆସନ ମିଳିଥିଲା। କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନ ଜିତି ଉତ୍ତରପ୍ରଦେଶରେ ସରକାର ଗଢ଼ିବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିପଦ, ଅକ୍ଟୋବରରେ ତୃତୀୟ ଲହର ପହଞ୍ଚିବ ଶୀର୍ଷରେ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀର ତୃତୀୟ ଲହର ଚଳିତ ଅଗଷ୍ଟମାସରେ ଆସିବାର ଆଶଙ୍କା ରହିଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଏହା...

ଧର୍ମନିରପେକ୍ଷ ନୁହେଁ ଭାଜପା: ସିଦ୍ଧରମେୟା

ବେଙ୍ଗାଲୁରୁ,୩୦।୭: ଚଳିତବର୍ଷ କର୍ନାଟକର ଭାଜପା ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ବୁଧବାର କ୍ୟାବିନେଟ ବୈଠକ ପରେ ଏହା...

‘ଓକିଲଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ଯୋଗାଉ କେନ୍ଦ୍ର’

ନୂଆଦିଲ୍ଲୀ, ୨୭ା୬: ଗ୍ରାମାଞ୍ଚଳ, ଆଦିବାସୀ, ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ଦୁର୍ବଳ ମାଧ୍ୟମ ନ୍ୟାୟ ପ୍ରଦାନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

୩ ବର୍ଷରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ୩୭୩ ଯୁବକ

ଶ୍ରୀନଗର,୧୧।୫: ଗତ ୩ ବର୍ଷ ମଧ୍ୟରେ ଆତଙ୍କବାଦୀ ସଂଗଠନରେ ୩୭୩ ଯୁବକ ଯୋଗ ଦେଇଛନ୍ତି। ୨୦୧୮ଠାରୁ ୨୦୨୦ ମେ ୩ ମଧ୍ୟରେ ଏହି ଯୁବକମାନେ ବିଭିନ୍ନ...

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର...

ସିଏଏ ନିଆଁରେ ଓଡ଼ିଆ ଯୁବକ

ନୂଆଦିଲ୍ଲୀ,୧୯।୧୨: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ଉଗ୍ରରୂପ ଧାରଣ କରିଛି। ଉତ୍ତର-ପୂର୍ବରେ ଆରମ୍ଭ ହୋଇଥିବା ଆନ୍ଦୋଳନର ନିଆଁ ପଶ୍ଚିମବଙ୍ଗ ଦେଇ ରାଜଧାନୀ...

ହାତ ଟେକିଦେଲେ କର୍ନାଟକ ସରକାର: ଏବେ କେବଳ ଭଗବାନ ଭରସା

ବେଙ୍ଗାଲୁରୁ,୧୬।୭: କରୋନା ଭାଇରସ ସଂକ୍ରମଣ ଧୀରେ ଧୀରେ ବଢିବାକୁ ଲାଗିଛି। ଏହି ସମୟରେ କର୍ନାଟକରେ ମଧ୍ୟ ସ୍ଥିତି ବେଳକୁ ବେଳ ଅଣାୟତ୍ତ ଆଡକୁ ଗତି କରୁଛି।...

ଭାରତ ରଚିବ ଇତିହାସ, ଆସନ୍ତା ସପ୍ତାହକୁ ଅପେକ୍ଷା…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା ସପ୍ତାହରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା ସହିତ ୧୦୦...

Advertisement
Archives

Model This Week