Posted inଖେଳ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି

ରାୟପୁର, ୨୧।୧ (ପି.ଟି.): ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଏଥିରେ ବିଜୟ ଲାଭ କରି ୨-୦ରେ ଅଗ୍ରଣୀ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍‌ଜା କରିନେବାକୁ ଚାହିଁବ। ରାୟପୁର ସହର ପ୍ରଥମ ଥର ଏକ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ୬୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଏହି ମ୍ୟାଚରେ ଭାରତ ମିଡିଲ ଅର୍ଡରରୁ ଅଧିକ ରନ ଆଶା କରିବ। ପୁନଶ୍ଚ ଡେଥ୍‌ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ କରିବାକୁ ହେବ। ଗତ ମ୍ୟାଚରେ ୩୫୦ ରନର ବିଜୟ ଲକ୍ଷ୍ୟ ଚେଜ୍‌ କରୁଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଏକଦା ୧୩୧ ରନ୍‌ରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ଦଳ ପରେ ଲଢୁଆ ପ୍ରତ୍ୟାବର୍ତ୍ତନ କରି ୨୦୬ ରନ ଯୋଗ କରିବାରେ ସମର୍ଥ ହୋଇଥିଲା, ଯାହାକି ଭାରତ ପାଇଁ ଚିନ୍ତାର ବିଷୟ। ଭ୍ରମଣକାରୀ ଦଳ ଏପରିକି ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ମାତ୍ର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ସେଥିରେ ଅଙ୍କୁଶ ଲଗାଇଥିଲେ। ମ୍ୟାଚରେ ଶୁବମନ ଗିଲ୍‌ଙ୍କ ଚିତାକର୍ଷକ ଦ୍ୱିଶତକ ଯୋଗୁ ଭାରତ ଏକ ବଡ଼ ସ୍କୋର କରିପାରିଥିଲା। ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ ଆଶନୁରୂପ ବ୍ୟାଟିଂ କରିପାରି ନ ଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଗତ ମ୍ୟାଚରୁ କିଛି ଶିକ୍ଷା ଲାଭ କରିଛି। ଏଥର ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରିବ। ପ୍ରଥମ ଦିନିକିଆରେ ଫିନ୍‌ ଆଲେନ୍‌ କେତୋଟି ଭଲ ଶଟ୍‌ ଖେଳିଥିଲେ ମାତ୍ର ବଡ଼ ସ୍କୋର କରିପାରି ନ ଥିଲେ। କେନ୍‌ ଓ୍ବିଲିୟମ୍ସଙ୍କ ଅନୁପସ୍ଥିତିରେ ଜଣେ କେହି କ୍ରିଜ୍‌ରେ ଅଧିକ ସମୟ ମହଜୁଦ ରହି ଦଳର ଇନିଂସକୁ ଆଗେଇ ନେବା ଆବଶ୍ୟକତା ରହିଛି। ଗିଲ୍‌ଙ୍କଠାରୁ ପ୍ରହାର ଖାଇଥିଲେ ମଧ୍ୟ ହେନ୍‌ରୀ ଶିପ୍‌ଲୀ, ଲୋକି ଫର୍ଗୁସନ ଓ ବ୍ଲେୟାର ଟିକ୍‌ନର ଶନିବାର ମ୍ୟାଚରେ ଉନ୍ନତ ବୋଲିଂ କରିବାକୁ ଚେଷ୍ଟା କରିବେ। ଦଳ ପାଇଁ କର ଅବା ମର ମ୍ୟାଚ ପାଇଁ ଇଶ୍‌ ସୋଧି ସମ୍ପୂର୍ଣ୍ଣ ଫିଟ୍‌ ନେସ ଫେରିପାଉଛନ୍ତି କି ନା ତାହା ଶନିବାର ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

ପାକିସ୍ତାନ ଆତଙ୍କୀ ଲିଙ୍କ: ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ, ଦେଶ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର

ଭୁବନେଶ୍ୱର,୧୮।୪: ଶେଖ୍‌ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ କରାଯାଇଛି। ଇମ୍ରାନଙ୍କ ସହ ଅନ୍ୟ ୩…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏହା କେଉଁ ସଙ୍କେତ? ଏପ୍ରିଲରେ ପଡୁଛି ବରଫ, ପର୍ଯ୍ୟଟକ ଖୁସିରେ ବିଭୋର

ଜମ୍ମୁ,୧୮।୪: ଏପ୍ରିଲ ମାସରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଶୀତ ଭଳି ପାଗ ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରର ଉତ୍ତର, ଦକ୍ଷିଣ ଏବଂ…

ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ପରଲୋକ

କେନ୍ଦୁଝର,୧୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ…

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri