Posted inଜାତୀୟ

ସିଏଏକୁ ସ୍ବାଗତ କଲା ଏହି ମୁସଲମାନ୍‌ ସଂଗଠନ, ରଖିଲା ଏଭଳି ଯୁକ୍ତି…

ନୂଆଦିଲ୍ଲୀ,୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ସ୍ବାଗତ କରିଛନ୍ତି। ଫୋରମ୍‌ର ଜାତୀୟ ମୁଖପାତ୍ର ଶାହିଦ ସଇଦ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇସାରିଛି। ଦେଶର ପ୍ରଗତି ଏବଂ ଶାନ୍ତି ପାଇଁ ଏହି ନିୟମ ଆବଶ୍ୟକ।

ଗତ ବର୍ଷ ଜୁନ ୬ ରୁ ଜୁନ ୧୦ ପର୍ଯ୍ୟନ୍ତ ମୁଖ୍ୟ ପୃଷ୍ଠପୋଷକ ଇନ୍ଦ୍ରେଶ କୁମାରଙ୍କ ଅଧ୍ୟକ୍ଷତାରେ ଭୋପାଳରେ ଅନୁଷ୍ଠିତ ଚାରି ଦିନିଆ କର୍ମଶାଳାରେ ଫୋରମ ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମେତ ୧୧ ଟି ପ୍ରସଙ୍ଗରେ ଧ୍ୱନୀମତ ଦେଇ ପ୍ରସ୍ତାବ ପାରିତ କରିଥିଲା। ଏଥିରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ମଧ୍ୟ ଅନ୍ତର୍ଭୁକ୍ତ ଥିଲା ବୋଲି ଶାହିଦ ସଇଦ କହିଛନ୍ତି।

ସେହିଭଳି ରାଷ୍ଟ୍ରୀୟ କନଭେନର ମହମ୍ମଦ ଅଫଜାଲ କହିଛନ୍ତି ସିଏଏ ଲୋକଙ୍କୁ ନାଗରିକତ୍ୱ ଦେଇଥାଏ । ନାକରିକତ୍ୱ ଛଡ଼ାଇ ନେଇ ନ ଥାଏ। ମୁସଲମାନମାନଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ତେଣୁ, ଯଦି ଇସଲାମ ତଥା ମୁସଲମାନମାନଙ୍କର ତଥାକଥିତ ନେତା ତଥା ଧାର୍ମିକ ଠିକାଦାରମାନେ ଘୃଣା, ହିଂସା ଏବଂ ଉତ୍ତେଜନାରେ ଲିପ୍ତ ରହନ୍ତି, ତେବେ ଦେଶର ମୁସଲମାନମାନେ ଏପରି ଅପରାଧୀଙ୍କ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। କିଛି ରାଜନୈତିକ ଦଳ ଜାତୀୟ ସ୍ବାର୍ଥ ଏବଂ ନିରାପତ୍ତାକୁ ନଷ୍ଟ କରି ରାଜନୀତି କରୁଛନ୍ତି। ନିରୀହ ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରି ଦେଶର ପରିବେଶକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଏହା ସାଂଘାତିକ ଏବଂ ଦେଶର ବିକାଶ ପାଇଁ ଚିନ୍ତାଜନକ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ମୁସଲିମ୍‌ ରାଷ୍ଟ୍ରିୟ ମଞ୍ଚ ସିଏଏ ଲାଗୁ କରିବାକୁ ନିଷ୍ପତ୍ତିକୁ ସ୍ବାଗତ କରିଥିବାବେଳେ ଅନ୍ୟ ପଟେ କିଛି ରାଜନୈତିକ ଦଳ ଏହାକୁ ବିରୋଧ କରି ଭାଜପାର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପୂର୍ବରୁ ସମାଜକୁ ବିଭାଜନ କରିବା ପାଇଁ ଶାସକ ଭାଜପାର ଏହା ଏକ ଷଡଯନ୍ତ୍ର ବୋଲି ଆରଜେଡି କହିଛି। ଜେଡିୟୁ ନେତା ତଥା ଏମ୍‌.ଏଲ୍‌.ସି ଖାଲିଦ୍‌ ଅନୱାର୍‌ ସିଏଏ ବିଷୟରେ ଭୁଲ ଧାରଣା ଦୂର କରିବାକୁ ଦାବି କରିଛନ୍ତି। ସିଏଏ ହେଉଛି ନିର୍ଦ୍ଧିଷ୍ଟ ପ୍ରକାରର ଲୋକଙ୍କୁ ନାଗରିକତା ଦେବା। ଏହି ନିୟମ ହେତୁ କେହି ନାଗରିକତ୍ୱ ହରାଉ ନାହାଁନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri