Posted inଜାତୀୟ

ସିଏଏକୁ ସ୍ବାଗତ କଲା ଏହି ମୁସଲମାନ୍‌ ସଂଗଠନ, ରଖିଲା ଏଭଳି ଯୁକ୍ତି…

ନୂଆଦିଲ୍ଲୀ,୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ସ୍ବାଗତ କରିଛନ୍ତି। ଫୋରମ୍‌ର ଜାତୀୟ ମୁଖପାତ୍ର ଶାହିଦ ସଇଦ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇସାରିଛି। ଦେଶର ପ୍ରଗତି ଏବଂ ଶାନ୍ତି ପାଇଁ ଏହି ନିୟମ ଆବଶ୍ୟକ।

ଗତ ବର୍ଷ ଜୁନ ୬ ରୁ ଜୁନ ୧୦ ପର୍ଯ୍ୟନ୍ତ ମୁଖ୍ୟ ପୃଷ୍ଠପୋଷକ ଇନ୍ଦ୍ରେଶ କୁମାରଙ୍କ ଅଧ୍ୟକ୍ଷତାରେ ଭୋପାଳରେ ଅନୁଷ୍ଠିତ ଚାରି ଦିନିଆ କର୍ମଶାଳାରେ ଫୋରମ ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମେତ ୧୧ ଟି ପ୍ରସଙ୍ଗରେ ଧ୍ୱନୀମତ ଦେଇ ପ୍ରସ୍ତାବ ପାରିତ କରିଥିଲା। ଏଥିରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ମଧ୍ୟ ଅନ୍ତର୍ଭୁକ୍ତ ଥିଲା ବୋଲି ଶାହିଦ ସଇଦ କହିଛନ୍ତି।

ସେହିଭଳି ରାଷ୍ଟ୍ରୀୟ କନଭେନର ମହମ୍ମଦ ଅଫଜାଲ କହିଛନ୍ତି ସିଏଏ ଲୋକଙ୍କୁ ନାଗରିକତ୍ୱ ଦେଇଥାଏ । ନାକରିକତ୍ୱ ଛଡ଼ାଇ ନେଇ ନ ଥାଏ। ମୁସଲମାନମାନଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ତେଣୁ, ଯଦି ଇସଲାମ ତଥା ମୁସଲମାନମାନଙ୍କର ତଥାକଥିତ ନେତା ତଥା ଧାର୍ମିକ ଠିକାଦାରମାନେ ଘୃଣା, ହିଂସା ଏବଂ ଉତ୍ତେଜନାରେ ଲିପ୍ତ ରହନ୍ତି, ତେବେ ଦେଶର ମୁସଲମାନମାନେ ଏପରି ଅପରାଧୀଙ୍କ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। କିଛି ରାଜନୈତିକ ଦଳ ଜାତୀୟ ସ୍ବାର୍ଥ ଏବଂ ନିରାପତ୍ତାକୁ ନଷ୍ଟ କରି ରାଜନୀତି କରୁଛନ୍ତି। ନିରୀହ ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରି ଦେଶର ପରିବେଶକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଏହା ସାଂଘାତିକ ଏବଂ ଦେଶର ବିକାଶ ପାଇଁ ଚିନ୍ତାଜନକ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ମୁସଲିମ୍‌ ରାଷ୍ଟ୍ରିୟ ମଞ୍ଚ ସିଏଏ ଲାଗୁ କରିବାକୁ ନିଷ୍ପତ୍ତିକୁ ସ୍ବାଗତ କରିଥିବାବେଳେ ଅନ୍ୟ ପଟେ କିଛି ରାଜନୈତିକ ଦଳ ଏହାକୁ ବିରୋଧ କରି ଭାଜପାର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପୂର୍ବରୁ ସମାଜକୁ ବିଭାଜନ କରିବା ପାଇଁ ଶାସକ ଭାଜପାର ଏହା ଏକ ଷଡଯନ୍ତ୍ର ବୋଲି ଆରଜେଡି କହିଛି। ଜେଡିୟୁ ନେତା ତଥା ଏମ୍‌.ଏଲ୍‌.ସି ଖାଲିଦ୍‌ ଅନୱାର୍‌ ସିଏଏ ବିଷୟରେ ଭୁଲ ଧାରଣା ଦୂର କରିବାକୁ ଦାବି କରିଛନ୍ତି। ସିଏଏ ହେଉଛି ନିର୍ଦ୍ଧିଷ୍ଟ ପ୍ରକାରର ଲୋକଙ୍କୁ ନାଗରିକତା ଦେବା। ଏହି ନିୟମ ହେତୁ କେହି ନାଗରିକତ୍ୱ ହରାଉ ନାହାଁନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?