ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ ଅଞ୍ଚଳରୁ ବନ୍ୟାଜଳ ସମ୍ପୂର୍ଣ୍ଣ ହଟିନାହିଁ। ଏଭଳି ସ୍ଥିତିରେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ମୁରାଶୁ’କୁ ନେଇ ଆଶଙ୍କା ଦେଖାଦେବା ପରେ ସତର୍କ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ପ୍ରଶାସନ। ସମ୍ଭାବ୍ୟ ବିପଦର ମୁକାବିଲା କରିବା ସହ ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।

ପୁରୁଷୋତ୍ତମପୁର ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ସୋମବାର ରାତିରେ ଛତ୍ରପୁର ଉପଜିଲ୍ଲାପାଳ ଡ. ଶିବାଶିଷ ବରାଳଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ପୂର୍ବ ବନ୍ୟାରେ ପ୍ରଭାବିତ ହୋଇଥିବା ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ପ୍ରଶାସନିକ ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ଏପର୍ଯ୍ୟନ୍ତ ୧୨୦୦ ଜଣଙ୍କୁ ଏବଂ ବ୍ଲକ୍‌ ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ହଜାର ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ର ୩ଟି ଟିମ୍‌, ଅଗ୍ନିଶମ ବାହିନୀର ୨ଟି ଟିମ୍‌ ସହ ୫ଟି ବୋଟ୍‌ ପ୍ରସ୍ତୁତ ରଖାଯାଇଛି।

ପୂର୍ବ ବନ୍ୟାର ଦୁର୍ଦ୍ଦଶା ଓ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏଥର ଯେପରି କୌଣସି ଜୀବନହାନି ନ ଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷାମୂଳକ ପଦକ୍ଷେପ ଜାରି ରହିଛି ବୋଲି ଉପଜିଲାପାଳ କହିଛନ୍ତି।

ବୈଠକରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏନ୍‌ଏସି ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ, ଆଇଆଇସି କୁଳମଣି ସେଠୀ, ବିଡିଓ ଦେବାଶିଷ ସାମଲ, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ୍‌ର ପୂର୍ବତନ ବିଡିଓ ବିରଞ୍ଚିନାରାୟଣ ବେହେରା, ବାଲୁଗାଁ ଏନ୍‌ଏସିର ନିର୍ବାହୀ ଅଧିକାରୀ ନିହାର ରଞ୍ଜନଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ରୋହିତ-ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ କରିବେ ଶତକର ବର୍ଷା? ହଇଚଇ ସୃଷ୍ଟି କଲା ପୂଜାରାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ମ୍ୟାଚ…

ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ

ତୁମୁଡ଼ିବନ୍ଧ, (ଦୀପକ କୁମାର ପରାସେଠ): କନ୍ଧମାଳ ଜିMkତୁମୁଡ଼ିବନ୍ଧ ବ୍ଲକ୍‌ର ବେଲଘର ବନାଞ୍ଚଳରେ ଦୀର୍ଘଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଫସଲ ନଷ୍ଟ…

ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ…

ଜନ୍ମଦିନରେ ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଶାହରୁଖ, ଦେଲେ ଏଭଳି ସରପ୍ରାଇଜ୍‌ , ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ନଭେମ୍ବର ୨ ତାରିଖରେ ନିଜ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ଶାହରୁଖ ନିଜ ବଙ୍ଗଳା ‘ମନ୍ନତ’ର ବାଲକୋନିକୁ ଆସି ପ୍ରଶଂସକଙ୍କୁ…

ଡକାୟତି ମାମଲା: ଜାମିନ ଖାରଜ, ଜେଲ  ଗଲେ  …   

ଦିଗପହଣ୍ଡି,୨|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର କୃଷ୍ଣ ସ୍ବାଇଁ ଓରଫ କଟିକିଆ ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରତିଶୋଧ ନେବେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇଲା ଜାପାନ

ଜଳନ୍ଧର, ୨ା୧୧: ଜାପାନ ଏହାର ଅନ୍ତିମ ରାଉଣ୍ଡ-ରବିନରେ ଏସିଆନ ଗେମ୍ସ ରୌପ୍ୟ ବିଜେତା ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରି ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?