Posted inଖେଳ

ସରଫରାଜଙ୍କ ଚାଞ୍ଚଲ୍ୟକର ବୟାନ: ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ନେଇ କହିଦେଲେ ସାଂଘାତିକ କଥା

ନୂଆଦିଲ୍ଲୀ, ୨।୧୧: ନୂଆଦିଲ୍ଲୀ, ୨।୧୧: ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ରନର ପାହାଡ଼ ଛିଡ଼ା କରୁଥିବା ସରଫରାଜ ଖାନ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ଟିମ ମ୍ୟାନେଜମେଣ୍ଟ ତାଙ୍କୁ କେବଳ ଘରୋଇ ପରିସ୍ଥିତିରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଉପଯୁକ୍ତ ମନେ କରୁଛି ବୋଲି ସେ କହିଛନ୍ତି। ଏହି କାରଣରୁ ବିଦେଶ ଗସ୍ତରେ ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ଟିମ ଇଣ୍ଡିଆରେ ସୁଯୋଗ ମିଳୁନାହିଁ ବୋଲି ସରଫରାଜଙ୍କ ମତ। ତେବେ ଚୟନକର୍ତ୍ତା କିମ୍ବା ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କ ଭୂମିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ସେ ଦାବି କରିଛନ୍ତି।

ସରଫରାଜ ଖାନ ଖବରଦାତାଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଯେତେବେଳେ ମୁଁ ଭାରତୀୟ ଦଳ ସହ ଥିଲି, ସେତେବେଳେ ମୁଁ ଏହା ଶୁଣିବାକୁ ପାଇଥିଲି ଯେ ସେମାନେ ମୋତେ ଭାରତୀୟ ପରିସ୍ଥିତିରେ ଖେଳିବା ପାଇଁ ଅଧିକ ଉପଯୁକ୍ତ ମନେ କରୁଛନ୍ତି। ତେବେ କୌଣସି ଚୟନକର୍ତ୍ତା ମୋତେ ସିଧାସଳଖ ଏପରି କିଛି କହିନାହାନ୍ତି।

ବିଦେଶ ଗସ୍ତ ପାଇଁ ଦଳରେ ଚୟନ ନହେବାକୁ ନେଇ ମଧ୍ୟ ସରଫରାଜ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚରେ ଶତକ ହାସଲ କରିଥିବା କଥା ସେ ମନେ ପକାଇଛନ୍ତି।

ସେ କହିଛନ୍ତି, ଯେତେବେଳେ ମୁଁ ଦକ୍ଷିଣ ଆଫ୍ରିକା ଯାଇଥିଲି, ସେଠାରେ ଅଭ୍ୟାସ ମ୍ୟାଚରେ ଭାରତ-ଏ ପକ୍ଷରୁ ଖେଳି ମାତ୍ର ୬୩ଟି ବଲରେ ଶତକ ହାସଲ କରିଥିଲି। ଏହାପରେ ଇଂଲଣ୍ଡରେ ମଧ୍ୟ ୭୬ଟି ବଲରେ ୧୦୧ ରନର ଇନିଂସ ଖେଳିଥିଲି। ଏପରି ନୁହେଁ ଯେ ମୁଁ ଭାରତ ବାହାରେ ରନ କରିନାହିଁ। ମୁଁ ସେଠାରେ ମଧ୍ୟ ରନ କରିଛି। ଏହା ଚୟନକର୍ତ୍ତାଙ୍କ ଦୃଷ୍ଟିକୋଣ ଏବଂ ସେମାନଙ୍କ ନିଷ୍ପତ୍ତି। ମୋର କାମ ହେଉଛି କ୍ରିକେଟ ଖେଳିବା।

ସୂଚନାଯୋଗ୍ୟ, ୨୦୨୪ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ସରଫରାଜ ଖାନ ସେହି ବର୍ଷ ହିଁ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ମ୍ୟାଚ ଖେଳି ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ମୋଟ ୩୭୧ ରନ ସଂଗ୍ରହ କରିଛନ୍ତି। ତାଙ୍କର ସମସ୍ତ ୬ଟି ଟେଷ୍ଟ ମ୍ୟାଚ ଭାରତରେ ହିଁ ଖେଳାଯାଇଛି।

ଶ୍ରୀଲଙ୍କା ଗସ୍ତ ସମୟରେ ସାଇ ସୁଦର୍ଶନ ଆହତ ହେବା ପରେ ସରଫରାଜଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍‌

ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ…

ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…

ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।…

ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ

ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା…

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ରୋହିତ-ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ କରିବେ ଶତକର ବର୍ଷା? ହଇଚଇ ସୃଷ୍ଟି କଲା ପୂଜାରାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ମ୍ୟାଚ…

ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ…

ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ

ତୁମୁଡ଼ିବନ୍ଧ, (ଦୀପକ କୁମାର ପରାସେଠ): କନ୍ଧମାଳ ଜିMkତୁମୁଡ଼ିବନ୍ଧ ବ୍ଲକ୍‌ର ବେଲଘର ବନାଞ୍ଚଳରେ ଦୀର୍ଘଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଫସଲ ନଷ୍ଟ…

ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?