ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ବ୍ଲକର ହରଭଙ୍ଗୀ ଜଳଭଣ୍ଡାରରୁ ଆଗୁଆ ୪ଟି ଗେଟ ଖୋଲି ଜଳ ନିଷ୍କାସନ କରାଯାଉଛି।
ପାଣିପାଗ ସୂଚନା ଅନୁଯାୟୀ, ଆଗକୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳର ଗ୍ରାମଗୁଡ଼ିକୁ ଦୃଷ୍ଟିରେ ରଖି ଏହି ଆଗୁଆ ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରା ଯାଉଛି। ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ହରଭଙ୍ଗୀ ଜଳଭଣ୍ଡାରର ଜଳ ବଂଶଧାରା ନଦୀରେ ମିଶୁଥିବାରୁ କାଶୀନଗର ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରଶାସନ ସଜାଗ ରହିଥିବା ଜଳ ସମ୍ପଦ ଅଧିକାରୀ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

