Posted inଖେଳ

କୋହଲିଙ୍କ ଏହି ୩ ଜିଦ୍‌ ଯୋଗୁ ହାରିଲା ଭାରତ

ଦୁବାଇ,୧।୧୧: ଟି -୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜିଦ ଯୋଗୁ ଦଳକୁ ପରାଜୟ ଭୋଗିବାକୁ ପଡିଛି। ତାଙ୍କର କୌଣସି ନିଷ୍ପତ୍ତି ଦଳ ପାଇଁ କାମ କରି ନାହିଁ । ଭାରତ ନ୍ୟୁଜିଲାଣ୍ଡଠାରୁ ହାରିବା ଫଲରେ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଆହୁରି ଦୁର୍ବଳ ହୋଇଯାଇଛି। ଏହି ମ୍ୟାଚ୍‌ କୋହଲି ବ୍ୟାଟିଂ କ୍ରମରେ ତିନୋଟି ବଡ଼ ପରିବର୍ତ୍ତନ କରିଥିଲେ। କିନ୍ତୁ ତାଙ୍କର କୌଣସି ନିଷ୍ପତ୍ତି କାମ ଦେଇ ନ ଥିଲା।

ଓପନିଂ ପରିବର୍ତ୍ତନ
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ପ୍ଲେ -୧୧ ରେ ଇଶାନ କିଶନଙ୍କୁ ସୁଯୋଗ ଦିଆଯାଇଥିଲା ଏବଂ ଟସ ସମୟରେ ଅଧିନାୟକ କୋହଲି କହିଥିଲେ ଯେ ଇଶାନ ଟପ ଅର୍ଡରରେ ଖେଳିବେ। ଏବେ ପ୍ରଶ୍ନ ଉଠିଛି ଯେ ବିରାଟ କାହିଁକି ୩ ଟି -୨୦ ଅନ୍ତର୍ଜାତୀୟ ଖେଳିଥିବା ଅନଭିଜ୍ଞ ଇଶାନଙ୍କ ସହ ଇନିଂସ ଓପନ କରିବାର ସୁଯୋଗ ଦେଇଥିଲେ। ଇଶାନ ନୂଆ ବଲ ସହିତ ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ ସାଉଥୀ ଭଳି ସୁଇଙ୍ଗ ବୋଲରଙ୍କ ସାମ୍ନା କରିବାକୁ ପଡିଥିଲା। ଫଳରେ ସେ ଭୟଭୀତ ହୋଇ ନିଜ ଉଇକେଟ୍‌ ଦେଇଥିଲେ।

ରୋହିତଙ୍କୁ ଓପନର୍‌ ଭାବେ କାହିଁକି ଅଣଦେଖା କରାଯାଇଥିଲା?
ବିରାଟଙ୍କ ଦ୍ୱିତୀୟ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା ରୋହିତ ଶର୍ମାଙ୍କୁ ଓପନର୍‌ ଭାବେ ଅଣଦେଖା କରିବା। କର ବା ମର ମ୍ୟାଚ୍‌ରେ ରୋହିତଙ୍କ ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରୋହିତଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ଓପନିଂ କରାଇବା ନେଇ କୋହଲିଙ୍କ ନିଷ୍ପତ୍ତି ଆଦୌ ସଠିକ୍‌ ନ ଥିଲା। ରୋହିତ ତିନି ମ୍ବରରେ ବ୍ୟାଟିଂ କରିବାକୁ ଆସି ୧୪ ବଲରେ ୧୪ ରନ ସଂଗ୍ରହ କରିଥିଲେ। ଏହା ଟିମ ଇଣ୍ଡିଆର ମଧ୍ୟମ କ୍ରମରେ ଅଧିକ ଚାପ ପକାଇଲା। ଓପନର୍‌ ଭାବରେ ରୋହିତଙ୍କ ରେକର୍ଡ ଭଲ ଅଟେ। ସେ ୧୧୩ ଟି -୦ ଅନ୍ତର୍ଜାତୀୟ ମଧ୍ୟରୁ ୮୦ ରେ ଖୋଲିଛନ୍ତି ଏବଂ ଏଥିରେ ୨୪୦୪ ରନ ସ୍କୋର କରିଛନ୍ତି। ଇନିଂସ ଓପନବେଳେ ରୋହିତ ମଧ୍ୟ ଟି -୨୦ ରେ ୪ ଶତକ ହାସଲ କରିଛନ୍ତି। ଏଭଳି ପରିସ୍ଥିତିରେ ବିରାଟଙ୍କ ଏହି ନିଷ୍ପତ୍ତି ମଧ୍ୟ ବୁଝିବା ବାହାରେ ଥିଲା।

ରୋହିତଙ୍କ ବଦଳରେ କେଏଲ ରାହୁଲଙ୍କୁ ମଧ୍ୟମ କ୍ରମରେ ପଠାଯାଇଥାନ୍ତା।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କେ.ଏଲ ରାହୁଲ ଟପ ଅର୍ଡରରେ ନିଜର ସ୍ଥିତି ବଜାୟ ରଖିଥିଲେ। ରୋହିତ ଶର୍ମାଙ୍କୁ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ପଡିଥିଲା। ରାହୁଲ ମଧ୍ୟମ କ୍ରମରେ ବ୍ୟାଟିଂ କରିବାର ଭଲ ଅଭିଜ୍ଞତା ପାଇଛନ୍ତି। ସେ ଉଭୟ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଆଇପିଏଲରେ ମଧ୍ୟମ କ୍ରମରେ ବ୍ୟାଟିଂ କରିଛନ୍ତି ଏବଂ ମଧ୍ୟମ କ୍ରମରେ ଖେଳିବାବେଳେ ଏକ ଭଲ ରେକର୍ଡ ରହିଛି। ୪ ନମ୍ବରରେ ବ୍ୟାଟିଂ କରି କେ.ଏଲ ରାହୁଲ ହାରାହାରି ୮୭ଟି ମ୍ୟାଚରେ ୧୭୪ ରନ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ କୋହଲିଙ୍କୁ ବ୍ୟାଟିଂ ଅର୍ଡର ବଦଳାଇ ରାହୁଲଙ୍କୁ ୪ ନମ୍ବରରେ ପଠାଯାଇଥାନ୍ତା ଏବଂ ରୋହିତ ତାଙ୍କ ସ୍ଥାନରେ ଇନିଂସ ଆରମ୍ଭ କରିଥାନ୍ତେ। ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେତୁ କୋହଲି ନିଜ ପ୍ରିୟ ନମ୍ବର ତିନି ବଦଳରେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ସେ ମଧ୍ୟ ୯ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ ଏବଂ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…

ସଂସଦ ଭବନରେ ଗୁଞ୍ଜିଲା କଳାହାଣ୍ଡିର ଢାପ ନୃତ୍ୟ: କଳାକାରଙ୍କଠୁ ରାମକାଠି ନେଇ ବଜାଇଲେ ମୋଦି

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): ଦିଲ୍ଲୀ ସଂସଦ ଭବନରେ ଜାତୀୟ ମଞ୍ଚରେ ଝଲସିଲା କଳାହାଣ୍ଡିର ପାରମ୍ପରିକ ଢାପ ନୃତ୍ୟ। ଜନଜାତୀୟ ଗୌରବ ଦିବସ ଅବସରରେ ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର…

ଯେଉଁଠି ପ୍ରଥମେ ଭେଟିଥିଲେ ସୋନିଆ-ରାଜୀବ, ସେହି ରେଷ୍ଟୁରାଣ୍ଟକୁ ଗର୍ଲଫ୍ରେଣ୍ଡଙ୍କ ସହ ଯାଇଥିଲେ ରାହୁଲ! ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ…

IPL ନିଲାମୀ ପୂର୍ବରୁ ବଡ଼ ଟ୍ରେଡ୍‌: ବଦଳିବ ଶାମିଙ୍କ ଠିକଣା, ଲକ୍ଷ୍ନୌ ଛାଡ଼ି ଏହି ଦଳକୁ ଯିବେ!

ନୂଆଦିଲ୍ଲୀ,୧୬।୧୧: IPL ନିଲାମୀ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଜୋର୍‌ ଧରିବାରେ ଲାଗିଛି। ଏହି କ୍ରମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼…

ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍‌ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭଲ ପ୍ରଦର୍ଶନ ସତ୍ତ୍ୱେ ଖେଳିପାରିବେନି ଅଣ୍ଡର-୧୯ ବିଶ୍ୱକପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୧୧: ଭାରତର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିକଟରେ ଅଣ୍ଡର-୧୯ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?